ETV Bharat / bharat

ଭାବ ଭକ୍ତି ଭୁଲାଇ ଦିଏ କଷ୍ଟ...

ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ଯାତ୍ରାରେ ଯୋଗଦେଇ 35 କିଲୋମିଟର ରାସ୍ତା ଖାଲି ପାଦରେ ଅତିକ୍ରମ ମହାଦେବଙ୍କ ଦର୍ଶନ କରିଛନ୍ତି ଇସାନୀ ।

author img

By

Published : Jul 25, 2019, 10:04 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ସିମଲା: ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଓ ରୋମାଞ୍ଚକର ଯାତ୍ରା ହେଉଛି ପବିତ୍ର ଶ୍ରୀଖଣ୍ଡ ମହାଦେବ ଯାତ୍ରା । ତେବେ ଏହି ଯାତ୍ରା ଏକ ସପ୍ତାହ ହେବ ଆରମ୍ଭ ହୋଇଯାଇଛି । ଏଥିପାଇଁ କୋଣ ଅନୁକୋଣରୁ ଅନେକ ପାହାଡ ପର୍ବତ ନଦୀ ଅତିକ୍ରମ କରି ଭକ୍ତ ଚାଲି ଆସୁଛି ମହାପ୍ରଭୁଙ୍କର ଦର୍ଶନ ଲାଭ କରିବାପାଇଁ ।

ତେବେ ଏମିତି ଏକ ଭକ୍ତ ଅଛନ୍ତି ଯିଏକି ତିନି ବର୍ଷ ଧରି ଏହି ଦୁର୍ଗମ ପଥ ଅତିକ୍ରମ କରି ଶ୍ରୀଖଣ୍ଡ ଯାତ୍ରାରେ ସାମିଲ ହୋଇ ବାବା ଭୋଲେନାଥଙ୍କର ଦର୍ଶନ କରୁଛନ୍ତି । ସେଭଳି ଭକ୍ତ ଜଣକ ହେଲେ କୁଲୁ ଜିଲ୍ଲା ବାଗୀପୁଲର 22 ବର୍ଷୀୟ ଇସାନୀ ଠାକୁର । ସେ ଚଳିତବର୍ଷ ମଧ୍ୟ ଶ୍ରୀଖଣ୍ଡ ଯାତ୍ରାରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନାନୂସାରେ, ଇସାନୀ 3ୟ ଥର ଖାଲି ପାଦରେ 35 କିଲୋମିଟର ରାସ୍ତା ଅତିକ୍ରମ କରିଛନ୍ତି । ତାଙ୍କ ଭକ୍ତି ଓ ଶ୍ରଦ୍ଧା ଆଗରେ 18ସହ 570 ଫୁଟ ଉଚ୍ଚାର ବରଫାଚ୍ଛନ୍ନ ଓ ଦୁର୍ଗମ ପାହାଡ ମଧ୍ୟ ତୁଚ୍ଛ ମନେ ହେଉଛି ।

ଇସାନୀଙ୍କ କହିବାନୂଯାୟୀ, ସେ ଜୁଲାଇ 13 ତାରିଖରେ ଘରୁ ଖାଲି ପାଦରେ ବାହାରି ଜୁଲାଇ 17ରେ ଘରେ ପହଞ୍ଚିଥିଲେ । ତେବେ ସେ ପ୍ରାୟ 11 ଘଣ୍ଟା ଖାଲି ପାଦରେ ବରଫାଚ୍ଛନ୍ନ ପାହଡରେ ଚାଲିଥିଲେ । ଏହାପରେ ପାର୍ବତୀ ବାଗରୁ ଶ୍ରୀଖଣ୍ଡ ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ଚଢି ଶ୍ରୀଖଣ୍ଡ ପହଞ୍ଚିଥିଲେ । ତେବେ ଏହି ଯାତ୍ରା ତାଙ୍କ ଜୀବନର ସବୁଠୁ ମହତ୍ବପୂର୍ଣ୍ଣ ଯାତ୍ରା ବୋଲି ସେ କହିଛନ୍ତି ।

ଏଥିପାଇଁ ତାଙ୍କୁ ଅନେକ କଥା ଶୁଣିବାକୁ ମଧ୍ୟ ପଡିଛି ବୋଲି ଇସାନୀ କହିଛନ୍ତି । ତାଙ୍କର ଏହି ଖାଲି ପାଦରେ ଯାତ୍ରାକୁ କେହି କେହି ଥଟ୍ଟା ପରିହାସ କରିଛନ୍ତି । କିନ୍ତୁ ସେ ଯେବେ ଶ୍ରୀଖଣ୍ଡ ପହଞ୍ଚି ମହାଦେବ, ମାତା ପାର୍ବତୀ ଓ ଭଗବାନ ଗଣେଷଙ୍କୁ ଦର୍ଶନ କରିଛନ୍ତି ତାପେର ଯେଉଁ ଶାନ୍ତି ଲାଭ କରିଛନ୍ତି ତାହା ସାରା ଜୀବନ ମନେ ରହିବ ବୋଲି ଇସାନୀ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.