ETV Bharat / bharat

ଆହାର ଯୋଗାଉଥିବା ଚାଷୀ ଭାଇ ପାଇଁ ଏହା କ’ଣ ସହାୟତା?

ଆଜିର ଦୁର୍ଦ୍ଦିନରେ ମଧ୍ୟ ସାରା ଦେଶ ଆନନ୍ଦ ବଜାୟ ରହିଛି, କାରଣ ଦେଶ ଆଗରେ ନାହିଁ ଖାଦ୍ୟ ସଂକଟ। ଆଉ ଏହା ସମ୍ଭବ ହୋଇଛି କେବଳ ଆମର ଚାଷୀ ଭାଇ ପାଇଁ। ଯିଏ କି ସମସ୍ତ ସଂକଟ ସମୟରେ ବି ତାହାର ହଳ ଲଙ୍ଗଳ ଛାଡ଼ିନାହିଁ, ଚାଷ କାମରୁ ଦୂରେଇ ନଯାଇ ଦେଶର ଦୃଢ ମେରୁଦଣ୍ଡ ଭାବେ ରହି ଆସିଛି। କୋଭିଡ ମହାମାରୀ କାରଣରୁ ନଷ୍ଟଭ୍ରଷ୍ଟ ହୋଇ ଯାଇଥିବା ବିଭିନ୍ନ ଉଦ୍ୟୋଗର ସହାୟତା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ପ୍ୟାକେଜ୍ ଘୋଷଣା କରିଛନ୍ତି। ହେଲେ ଦେଶ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହାର ଯୋଗାଉଥିବା ଚାଷୀକୁ ସହାୟତା ଦେବା ବେଳକୁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ନୀତି ସେମାନଙ୍କର ସ୍ବାର୍ଥରକ୍ଷା ଏବଂ କଲ୍ୟାଣ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି।

ଆହାର ଯୋଗାଉଥିବା ଚାଷୀ ଭାଇ ପାଇଁ ଏହା କ’ଣ ସହାୟତା?
ଆହାର ଯୋଗାଉଥିବା ଚାଷୀ ଭାଇ ପାଇଁ ଏହା କ’ଣ ସହାୟତା?
author img

By

Published : Sep 17, 2020, 7:38 PM IST

ଆଜିର ଦୁର୍ଦ୍ଦିନରେ ମଧ୍ୟ ସାରା ଦେଶ ଆନନ୍ଦରେ ରହିଛି, କାରଣ ଦେଶ ଆଗରେ ନାହିଁ ଖାଦ୍ୟ ସଂକଟ। ଆଉ ଏହା ସମ୍ଭବ ହୋଇଛି କେବଳ ଆମର ଚାଷୀ ଭାଇ ପାଇଁ। ଯିଏ କି ସମସ୍ତ ସଂକଟ ସମୟରେ ବି ତାହାର ହଳ ଲଙ୍ଗଳ ଛାଡ଼ିନାହିଁ, ଚାଷ କାମରୁ ଦୂରେଇ ନଯାଇ ଦେଶର ଦୃଢ ମେରୁଦଣ୍ଡ ଭାବେ ରହି ଆସିଛି। କୋଭିଡ ମହାମାରୀ କାରଣରୁ ନଷ୍ଟଭ୍ରଷ୍ଟ ହୋଇ ଯାଇଥିବା ବିଭିନ୍ନ ଉଦ୍ୟୋଗର ସହାୟତା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ପ୍ୟାକେଜ୍ ଘୋଷଣା କରିଛନ୍ତି। ହେଲେ ଦେଶ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହାର ଯୋଗାଉଥିବା ଚାଷୀକୁ ସହାୟତା ଦେବା ବେଳକୁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ନୀତି ସେମାନଙ୍କର ସ୍ବାର୍ଥରକ୍ଷା ଏବଂ କଲ୍ୟାଣ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି।

କେନ୍ଦ୍ରର ଏପରି ନୀତି ନିହାତି ଅମାନବିକତା ଦର୍ଶାଉଛି। ଦୁଇ ବର୍ଷ ତଳେ ହୋଇଥିବା ଦଶମ କୃଷି ଜନଗଣନା ଅନୁଯାୟୀ ସାରା ଦେଶରେ ମୋଟ ଚାଷୀଙ୍କ ମଧ୍ୟରୁ 86.2 ପ୍ରତିଶତ ଚାଷୀଙ୍କ ପାଖରେ ରହିଥିବା ମୋଟ ଚାଷ ଜମିର ପରିମାଣ ମାତ୍ର ଦୁଇ ହେକ୍ଟରରୁ କମ୍ ଏବଂ 12 କୋଟି 60 ଲକ୍ଷ କ୍ଷୁଦ୍ର ଚାଷୀଙ୍କ ମଧ୍ୟରେ ପ୍ରତି ଜଣଙ୍କ ପାଖରେ ହାରାହାରି ରହିଛି 0.6 ହେକ୍ଟର ଚାଷଜମି। ଗୋଟିଏ ପଟେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଆଳରେ ଚାଷୀମାନଙ୍କୁ ବର୍ଷ ବର୍ଷ ଧରି ଅତ୍ୟାଚାର କରାଯାଉଥିବା ବେଳେ ଅନ୍ୟପକ୍ଷରେ କୃଷି ବଜାରରେ ଅସହାୟ ଚାଷୀ ସବୁବେଳେ ଦଲାଲଙ୍କ ହାବୁଡ଼ରେ ପଡ଼ି ଠକାମୀର ଶିକାର ହୋଇ ଆସୁଛି। ଏଭଳି ଅସଂସଗଠିତ ବ୍ୟବସ୍ଥାକୁ ସଜାଡିବାକୁ ଯାଇ କେନ୍ଦ୍ର ସରକାର, ଚାଷୀ ଯେପରି ତାହାର ଉତ୍ପାଦିତ ସାମଗ୍ରୀ ଯେ କୌଣସି ସ୍ଥାନରେ ବିକ୍ରି କରିପାରିବ ଏବଂ ବେଶ କିଛି ଆକର୍ଷଣୀୟ ଦର ପାଇପାରିବ, ସଂସଦରେ ଏକ ବିଲ୍ଆ ଗତ କରିଛନ୍ତି।

ଏଥିସହିତ ଶସ୍ୟ ଅମଳ ପୂର୍ବରୁ ବ୍ୟବସାୟୀ ଏବଂ ଚାଷୀ ମଧ୍ୟରେ ଏକ ଚୁକ୍ତି କରିବା ନେଇ ମଧ୍ୟ ଆଉ ଏକ ବିଲ୍ ମଧ୍ୟ ସରକାର ଆଣିଛନ୍ତି। ଏହାଦ୍ବାରା ଚାଷୀ ନିଜର ଉତ୍ପାଦିତ ସାମଗ୍ରୀର ବିକ୍ରି ନେଇ ନିଶ୍ଚିତ ରହିପାରିବ। ଏଥିରେ ଦିଆଯାଇଥିବା ସ୍ବଳ୍ପଦୃଷ୍ଟି ସମ୍ପନ୍ନ ଚିତ୍ର ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିପରିତ ଦେଖିବାକୁ ମିଳୁଛି। ସରକାର ଆଶା ରଖିଥିଲେ ଏହାଦ୍ବାରା ବଜାରରେ ପ୍ରତିଯୋଗିତା ବଢିବ ଏବଂ ଏହାଦ୍ବାରା ଶସ୍ୟର ଉଚିତ୍ ଦର ସ୍ଥିର ହେବା ସହ ଚାଷୀକୁ ତାର ପରିଶ୍ରମର ଦୁଇଗୁଣ ମୂଲ୍ୟ ମିଳିବ। ବାସ୍ତବ କ୍ଷେତ୍ରରେ ବିହନ ବୁଣିବା ଏବଂ ଚାଷକାମ ଆରମ୍ଭ କରିବା ସମୟରେ ବିଚରା ଗରୀବ ଚାଷୀଟିଏ ଅସହାୟ ଅବସ୍ଥାରେ ବ୍ୟବସାୟୀର ଫାସରେ ପଡ଼ି ଅମଳ ହେବାକୁ ଥିବା ଫସଲ ସମ୍ପର୍କିତ କାରବାର ଆଗୁଆ କରିନେଇଥାଏ। ଯଦିଓ ପରେ ଭଲ ଅମଳ ହୁଏ ତେବେ ସେ ସେଥିରୁ ବିଶେଷ କିଛି ଫାଇଦା ପାଇନଥାଏ ଏବଂ ପୂର୍ବରୁ ହୋଇଥିବା ସର୍ତ୍ତ ମୁତାବକ ପୁରା ଅମଳ ବ୍ୟବସାୟୀ ହାତରେ ଟେକିଦେବାକୁ ବାଧ୍ୟ ହୋଇଥାଏ।

ଦେଶ ପାଇଁ ଖାଦ୍ୟ ସୁରକ୍ଷା ଯୋଗାଇ ଦେଉଥିବା ଚାଷୀକୂଳର କଲ୍ୟାଣ ପାଇଁ ଯେଉଁ ସରକାର ନାନା କଥା କହି ଆସୁଛନ୍ତି, ସେହି ସରକାର ଶେଷରେ ଆହାର ପ୍ରସ୍ତୁତକାରୀ ଚାଷୀକୁ ବଜାର ଶକ୍ତିର ଅସୁରକ୍ଷିତ ମୁହଁକୁ ଠେଲିଦେବା ନିହାତି ଆଶ୍ଚର୍ଯ୍ୟଜନକ! କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟିଙ୍କ ଦ୍ବାରା କରାଯାଇଥିବା ଏକ ସର୍ଭେ ମୁତାବକ, ସରକାର ଭାବୁଛନ୍ତି ପ୍ରତିବର୍ଷ ବିଭିନ୍ନ ଶସ୍ୟ ପାଇଁ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବା ଦ୍ବାରା ଚାଷୀର ଲାଭ ହେଉଛି, ପ୍ରକୃତରେ ଏହାଦ୍ବାରା ସରକାର ପ୍ରତିବର୍ଷ 2.65 ଲକ୍ଷ କୋଟି ଟଂକାରୁ ଅଧିକ କ୍ଷତି ସହୁଛନ୍ତି। ଏକଥାକୁ କିପରି ବିଶ୍ବାସ କରିବେ -2000ରୁ 2017 ମଧ୍ୟରେ ଚାଷୀଙ୍କ ଉପରେ ଲାଗୁ ହୋଇଥିବା ପରୋକ୍ଷ କର ପରିମାଣ ଥିଲା 45 ଲକ୍ଷ କୋଟି ଟଙ୍କା? ଖୋଲା ବଜାର ଆଭିମୁଖ୍ୟ ରଖି କୃଷି ବଜାର ଆଇନରେ ସଂସ୍କାର ଆଣିବା ପାଇଁ ସୁପାରିସକୁ ଆଧାର କରି କେନ୍ଦ୍ର ସରକାର ଆଇନ ପ୍ରଣୟନ କରୁଛନ୍ତି। କିନ୍ତୁ ସରକାର ଭାବୁନାହାଁନ୍ତି ଯେ, ନିୟନ୍ତ୍ରିତ ବଜାରରେ ମୁହଁ ଖୋଲି ପାରୁନଥିବା ଜଣେ ଚାଷୀ ମୁକ୍ତ ବଜାରରେ କିପରି ମୁହଁ ଖୋଲିବାକୁ ସକ୍ଷମ ହୋଇପାରିବ।

ଚାଷୀର କଲ୍ୟାଣ ପାଇଁ ସହାୟତା ଯଦି ସରକାରଙ୍କ ପାଇଁ ବୋଝ ହୁଏ ତେବେ ସହାୟକ ମୂଲ୍ୟ ନିରର୍ଥକ। କୃଷି ଓ କୃଷକର ବିକାଶ ଦିଗରେ ଡଃ ସ୍ବାମୀନାଥନ କମିଟିର ସୁପାରିସକୁକାହିଁକି ବିଭିନ୍ନ ସମୟରେ କାର୍ଯ୍ୟକାରୀ କରାଯାଉନାହିଁ? ଯେପରି ସୀମାରେ ରାତିଦିନ ପହରା ଦେଇ ଦେଶର ସାର୍ବଭୌମତ୍ବ ରକ୍ଷା କରୁଥିବା ଯବାନଙ୍କ କ୍ଷେତ୍ରରେ କୌଣସି ସାଲିସ କରିବା ନାହିଁ, ଠିକ୍ ସେହିପରି ଦେଶକୁ ଆହାର ଯୋଗାଉଥିବା ଚାଷୀକୁ ଅନାହାରରେ ରଖି ଆମେ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ଆଶା କରିପାରିବା ନାହିଁ! ସୁତରଂ ତେଲଙ୍ଗନାନା ସରକାରଙ୍କ କ୍ରପ୍ କଲୋନି ଭଳି ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରିବା ଏବଂ ବିଭିନ୍ନ ଅଞ୍ଚଳର ଚାଷୀ ଓ ଚାଷର ସ୍ଥିତିକୁ ଦେଖି ଏକ ବ୍ୟାପକ କୃଷି ନୀତି ପ୍ରଣୟନ କରିବା ଦିଗରେ ଜରୁରୀ ଆବଶ୍ୟକତା ରହିଛି।

ଦେଶରେ ଶହେରୁ ଅଧିକ ଭିନ୍ନ ଭିନ୍ନ ଜଳବାୟୁ ଅଞ୍ଚଳ ରହିଛି। କେଉଁ ଅଞ୍ଚଳର ଜମି କେଉଁ ଫସଲ ପାଇଁ ଅନୁକୂଳ ତାହା ଜାଣିବା ପାଇଁ ବିଭିନ୍ନ କ୍ଲାଇମେଟିକ ଜୋନରେ ବୈଜ୍ଞାନିକ ପ୍ରଣାଳୀରେ ମୃତ୍ତିକା ପରୀକ୍ଷା କରାଯିବା ଉଚିତ୍। ତଦନୁଯାୟୀ ସମ୍ପୃକ୍ତ ଅଞ୍ଚଳ ପାଇଁ ବାର୍ଷିକ କ୍ରପ୍ ପ୍ଲାନ କରିବା ଏବଂ ଏଦିଗରେ ଘରୋଇ ଆବଶ୍ୟକତା ଏବଂ ରପ୍ତାନି ସୁବିଧା ସୁଯୋଗ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉଚିତ୍। ଏଥିପାଇଁ କୃଷି ଗବେଷଣା ଜାରି ରଖିବା ସହିତ ସ୍ବଳ୍ପ ଅମଳ, ନିକୃଷ୍ଟ ମାନ, ପୋକ ଉପଦ୍ରବ, ମରୁଡି ଏବଂ ବନ୍ୟା ଭଳି ବିପର୍ଯ୍ୟୟରୁ ଚାଷୀ କିପରି ସୁରକ୍ଷିତ ରହିବ ସେ ଦାଯିତ୍ବ ସରକାରଙ୍କର ହେବା ଉଚିତ୍। ଅମଳ ଶସ୍ୟ ସଂଗ୍ରହ ଦାୟିତ୍ବ ସରକାର ନେବା ସହିତ ଚାଷୀ କିପରି ତାହାର ଉଚିତ୍ ଆୟ ପାଇବ ଏବଂ ଦେଶରେ ଖାଦ୍ୟ ସୁରକ୍ଷା ସୁରକ୍ଷିତ ରହିପାରିବ ସେଥିପ୍ରତି ମଧ୍ୟ ଉତ୍ତରଦାୟୀ ରହିବାକୁ ପଡ଼ିବ।

ଯଦି ଅସହାୟ ଚାଷୀକୁ ସମସ୍ୟାର ଘେର ଭିତରେ ପକାଇ ଦିଆଯାଏ ଏବଂ ମୁକ୍ତ ବଜାର ଦୟାରେ ଛାଡି ଦିଆଯାଏ ତେବେ ତା’ର ସ୍ଥିତି କଡ଼େଇରୁ ଯାଇ ନିଆଁ ଭିତରେ ପଡ଼ିବା ଭଳି ହେବ। ଏବଂ ଅବାସ୍ତବ ସଂସ୍କାର ଏବଂ ଆଇନ ଦ୍ବାରା ଏହା ଚାଷୀ ପାଇଁ ଆଶୀର୍ବାଦ ବଦଳରେ ସର୍ବନାଶର କାରଣ ପାଲଟିବ!

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.