ETV Bharat / bharat

ଆସିବ କି ଚନ୍ଦ୍ରଯାନ-3?

author img

By

Published : Sep 12, 2019, 6:04 PM IST

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବାକୁ ଚାଲିଥିବା ଉଦ୍ୟମକୁ 6 ଦିନ ବିତିଲାଣି । ବୈଜ୍ଞାନିକ ଦିନ ରାତି ଅହରହ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଚନ୍ଦ୍ରଯାନ-2ର ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ବିକ୍ରମ ଲ୍ୟାଣ୍ଡର ସଫଳ ନ ହେଉଛି ତେବେ କ'ଣ ହେବ । ଆସିବ କି ଚନ୍ଦ୍ରଯାନ-3 ? ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଫାଇଲ ଫଟୋ

ବେଙ୍ଗାଲୁରୁ:ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବାକୁ ଚାଲିଥିବା ଉଦ୍ୟମକୁ 6 ଦିନ ବିତିଲାଣି । ବୈଜ୍ଞାନିକ ଦିନ ରାତି ଅହରହ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଚନ୍ଦ୍ରଯାନ-2ର ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ବିକ୍ରମ ଲ୍ୟାଣ୍ଡର ସଫଳ ନ ହେଉଛି ତେବେ ଆଗକୁ କ'ଣ ହେବ। ଆସିବ କି ଚନ୍ଦ୍ରଯାନ-3 ? ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଅନେକ କଳ୍ପନାଜଳ୍ପନା।

ନିକଟରେ ଲ୍ୟାଣ୍ଡର ବିକ୍ରମ ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନୂଆ ତଥ୍ୟ ପ୍ରଦାନ କରିଛି । ଅଢେଇ କିଲୋମିଟର ନୁହେଁ, ମାତ୍ର 335 ମିଟର ଉଚ୍ଚରୁ ସମ୍ପର୍କ ଛିନ୍ନ ହୋଇଥିବା ଜଣାପଡିଛି। ଚନ୍ଦ୍ରପୃଷ୍ଠର ଖୁବ ନିକଟରୁ ଚନ୍ଦ୍ରଯାନ-2 ପଥଭ୍ରଷ୍ଟ ହୋଇଥିବା କୁହାଯାଇଛି । ଏ ସମ୍ପର୍କରେ ଧିରେ ଧିରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଯାଏଁ ବିକ୍ରମ ଲ୍ୟାଣ୍ଡର ସହ ଯୋଡା ହୋଇପାରୁନାହିଁ ।

ବିକ୍ରମ ଲ୍ୟାଣ୍ଡର ସହ ବୈଜ୍ଞାନିକ ସମ୍ପର୍କ ଯୋଡିବାକୁ ପ୍ରୟାସ କରୁଥିବା ବେଳେ ଲୋକେ ମଧ୍ୟ ବୈଜ୍ଞାନିକଙ୍କ ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି । ବିଶେଷ ସୂତ୍ରରୁ ଜଣାପଡିଛି ଯେ ଇସ୍ରୋ ଏ ସମ୍ପର୍କରେ ବିଚାରବିମର୍ଶ ଜାରି ରଖି ଛି । ଯଦି କୌଣସି କାରଣରୁ ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ହୋଇପାରୁନି ତେ, ବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର୍‌ର ଅପଗ୍ରେଡେଡ ଭର୍ସନ ଚନ୍ଦ୍ରଯାନ-3 ରେ ପଠାଯିବ। ଇସ୍ରୋ ଏହି ମିଶନରେ ଜାପାନର ଅନ୍ତରୀକ୍ଷ ଏଜେନ୍ସି ଜାକ୍ସା(JAXA) ଭାରତକୁ ସହଯୋଗ କରିପାରେ।

ଏଥିରେ ଭଲ ସେନସର, ଶକ୍ତିଶାଳୀ କ୍ୟାମେରା, ଅତ୍ୟାଧୁନିକ ନିୟନ୍ତ୍ରଣ ପ୍ରଣାଳୀ, ଶକ୍ତିଶାଳୀ ସଞ୍ଚାର ପ୍ରଣାଳୀ ଲଗାଯିବ। ତେବେ କେବଳ ଏତିକି ନୁହେଁ କୁହାଯାଉଛି ଯେ ଚନ୍ଦ୍ରଯାନ-3ର ସମସ୍ତ ଅଂଶରେ ବ୍ୟାକ ଅପ୍‌ ସଞ୍ଚାର ପ୍ରଣାଳୀ ମଧ୍ୟ ଲଗାଯିବାର ବ୍ୟବସ୍ଥା ରହିଛି। ଯେପରିକି କୌଣସି ପ୍ରକାର ଅସୁବିଧା ହେଲେ ବ୍ୟାକ ଅପ୍‌ ସଞ୍ଚାର ପ୍ରଣାଳୀର ଉପଯୋଗ କରାଯାଇପାରିବ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.