ETV Bharat / bharat

ଭାରତ ପାଇଁ ଟ୍ରମ୍ପ ଭଲ ନା ବିଡେନ ? ଜବାବ ରଖିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

author img

By

Published : Aug 30, 2020, 9:09 PM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ଜିତନ୍ତୁ କି ଡେମୋକ୍ରାଟ୍ ଜିତନ୍ତୁ, ଆମେରିକା ସହ ଭାରତର ସହଭାଗିତା ବୃଦ୍ଧି ପାଇବ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବ । ନିର୍ବାଚନରେ ଭାରତର ଭୂମିକା ବେଶ ଗୁରୁତ୍ବପୂର୍ଣ ବୋଲି ବିବେଚନା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ଡ଼େମୋକ୍ରାଟିକ ଦଳର ରାଷ୍ଟ୍ରପତି ପଦ ପ୍ରାର୍ଥୀ ଜୋ ବିଡ଼େନ୍ ଉପରାଷ୍ଟ୍ରପତି ପଦ ନିମନ୍ତେ ମନୋନୀତ କରିଛନ୍ତି । ସେ ଏହି ନିର୍ବାଚନ ଜିତିଲେ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବେ ବୋଲି କହୁଛନ୍ତି । ସେପଟେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଲ ବନ୍ଧୁ ହୋଇଥିବାରୁ ସେ ଜିତିଲେ ଭାରତ-ଆମେରିକାର ସମ୍ପର୍କକୁ ଅନ୍ୟ ସ୍ତରରେ ପହଞ୍ଚାଇବେ ବୋଲି କହୁଛନ୍ତି । ତେବେ ଇତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ଜିତନ୍ତୁ କି ଡେମୋକ୍ରାଟ୍ ଜିତନ୍ତୁ, ଆମେରିକା ସହ ଭାରତର ସହଭାଗିତା ବୃଦ୍ଧି ପାଇବ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ତେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାରେ ପ୍ରାୟ 12 ଲକ୍ଷ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ପ୍ରଲୋଭିତ କରିବାକୁ ଭଭୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ପ୍ରତିଯୋଗିତା କାରଣ ଏହି 12 ଲକ୍ଷ ଭାରତୀୟ ଆମେରିକୀୟ । ଯିଏ ନିର୍ବାଚନରେ ​​ପ୍ରାର୍ଥୀଙ୍କ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରିବେ ।

ତେବେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କିଏ ଭାରତ ପାଇଁ ଭଲ ବୋଲି ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଆମେରିକାର ପୂର୍ବତନ 4 ରାଷ୍ଟ୍ରପତିଙ୍କ ମଧ୍ୟରୁ 2 ଜଣ ​​ରିପବ୍ଲିକାନ୍ ପାର୍ଟିର ଥିବା ବେଳେ 2 ଜଣ ଡେମୋକ୍ରେଟିକ ପାର୍ଟିର ଥିଲେ । ସମସ୍ତେପରସ୍ପରଠାରୁ ଭିନ୍ନ। ତଥାପି, ପ୍ରତ୍ୟେକ ଭାରତ ସହିତ ସମ୍ପର୍କର ସ୍ତରକୁ ଆହୁରି ବଢାଇଛନ୍ତି । ସମସ୍ତ ରାଷ୍ଟ୍ରପତି ଭାରତ ଆସିବା ପରେ ପରସ୍ପରର ବିକାଶ ପ୍ରତି ଧ୍ୟାନ ଦେଇଛନ୍ତି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.