ETV Bharat / bharat

ପୂର୍ବତଟ ରେଳର ସୂଚନା, ସପ୍ତାହକୁ ଥରେ ଚାଲିବ ସ୍ବତନ୍ତ୍ର ଟ୍ରେନ

author img

By

Published : Jul 12, 2020, 1:53 PM IST

ଭାରତୀୟ ରେଳବିଭାଗ ଅନେକ ସ୍ବତନ୍ତ୍ର ଟ୍ରେନର ସମୟ ବଦଳେଇଛି । ଭାରତୀୟ ରେଳ ବିଭାଗ ପୂର୍ବତଟ ରେଳର ସ୍ବତନ୍ତ୍ର ଟ୍ରେନ ଚଳାଚଳ ସପ୍ତାହକୁ ଗୋଟିଏ ଦିନ କରିବାକୁ ନିଷ୍ପତ୍ତି ନେଇଛି ।

 ସପ୍ତାହକୁ ଥରେ ଚାଲିବ ସ୍ବତନ୍ତ୍ର ଟ୍ରେନ
ସପ୍ତାହକୁ ଥରେ ଚାଲିବ ସ୍ବତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳବିଭାଗ ଅନେକ ସ୍ବତନ୍ତ୍ର ଟ୍ରେନର ସମୟ ବଦଳେଇଛି । ଭାରତୀୟ ରେଳ ବିଭାଗ ପୂର୍ବତଟ ରେଳର ସ୍ବତନ୍ତ୍ର ଟ୍ରେନ ଚଳାଚଳ ସପ୍ତାହକୁ ଗୋଟିଏ ଦିନ କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବତଟ ରେଳ ଅନୁଯାୟୀ, ହାୱଡାରୁ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନ ଗୁଡିକ ହ୍ରାସ କରାଯାଇଛି।

ବର୍ତ୍ତମାନ ସପ୍ତାହରେ କେବଳ ଗୋଟିଏ ଦିନ ହିଁ ସ୍ବତନ୍ତ୍ର ଟ୍ରେନ ଚାଲିବ । ଟ୍ରେନ୍ ନମ୍ବର 02303/02304 ହାୱଡା-ନୂଆଦିଲ୍ଲୀ-ହାୱଡା ସ୍ବତନ୍ତ୍ର ଟ୍ରେନ୍ ଓ 02381/02382 ହାୱଡା-ନୂଆଦିଲ୍ଲୀ-ହାୱଡା ଟ୍ରେନ ଏବେ ସପ୍ତାହକୁ ଦିନେ ହିଁ ଚାଲିବ । ପ୍ରକାଶଥାଉକି, ଭାରତୀୟ ରେଳ ସମଗ୍ର ଦେଶରେ ଶ୍ରମ ସ୍ବତନ୍ତ୍ର ଟ୍ରେନ ଚାଲିବାର ବ୍ୟବସ୍ଥା କରିଛି ।

ଟ୍ରେନ୍ ନମ୍ବର 02304- ନୂଆଦିଲ୍ଲୀ- ପାଟନା ଦେଇ ହାୱଡା ସ୍ବତନ୍ତ୍ର ଟ୍ରେନ୍ 12 ଜୁଲାଇରୁ କେବଳ ରବିବାର ଚାଲିବ ।

ଟ୍ରେନ୍ ନମ୍ବର 02381- ହାୱଡା-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍ 16 ଜୁଲାଇରେ କେବଳ ଗୁରୁବାର ଧାନବାଦରୁ ଚାଲିବ ।

ଟ୍ରେନ୍ ନମ୍ବର 02382- ନୂଆଦିଲ୍ଲୀ-ଧାନବାଦ୍ ଦେଇ ହାୱଡା ସ୍ବତନ୍ତ୍ର ଟ୍ରେନ୍ 17 ଜୁଲାଇରୁ କେବଳ ଶୁକ୍ରବାର ଚାଲିବ ।

ଏଥିସହ କିଛି ରେଳର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହାବ୍ୟତୀତ ସପ୍ତାହରେ 3 ଦିନ ଚାଲୁଥିବା ଟ୍ରେନ୍ ନମ୍ବର 02201/02202 ସିୟାଲଦହ-ପୁରୀ ସ୍ବତନ୍ତ୍ର ଟ୍ରେନ୍ ସପ୍ତାହକୁ 3 ଦିନ ଚାଲିବ । ଜୁଲାଇ 13ରୁ ଏହା ଲାଗୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.