ETV Bharat / bharat

ଦେଶରେ ଆଉ ଗଡିବନି ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ୍‌ - ଆଉ ଗଡବନି ତେଜସ ଟ୍ରେନ

ଆଜିଠୁ ଆଉ ଗଡିବନି ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ । ଲକ୍ଷ୍ନୌ-ଦିଲ୍ଲୀ ଓ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ ଚଳାଚଳା ବନ୍ଦ । ଯାତ୍ରୀଙ୍କ ଅଭାବରୁ ଟ୍ରେନ ବନ୍ଦ ରଖିବାକୁ ଆଇଆରସିଟିସି ଏପରି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଆଉ ଗଡବନି ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ
ଆଉ ଗଡବନି ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ
author img

By

Published : Nov 23, 2020, 12:11 PM IST

Updated : Nov 23, 2020, 12:27 PM IST

ନୂଆଦିଲ୍ଲୀ:ଆଜିଠୁ ଆଉ ଗଡିବନି ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ । ଲକ୍ଷ୍ନୌ-ଦିଲ୍ଲୀ ଓ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ ଚଳାଚଳା ବନ୍ଦ । ଯାତ୍ରୀଙ୍କ ଅଭାବରୁ ଟ୍ରେନ ବନ୍ଦ ରଖିବାକୁ ଆଇଆରସିଟିସି ଏପରି ନିଷ୍ପତ୍ତି ନେଇଛି । ତେବେ କୋରୋନା ଲକଡାଉନ ହଟିବା ପରେ ତେଜସ ଟ୍ରେନ ଅକ୍ଟୋବରରେ ଯାତାୟତ ଆରମ୍ଭ କରିଥିଲା ।

ସୂଚନାଯୋଗ୍ୟ ଯେ, ଆଇଆରସିଟିସି ହେଉଛି ରେଳ ମନ୍ତ୍ରଣାଳୟର ଏକ ସାର୍ବଜନୀନ କ୍ଷେତ୍ର । ଏହାପୂର୍ବରୁ ମଙ୍ଗଳବାର ଆଇଆରସିଟିସି ଏକ ବିବୃତ୍ତିରେ କହିଛି ଯେ, ଯାତ୍ରୀଙ୍କ ଅଭାବ ହେତୁ ସମସ୍ତ ତେଜସ୍ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ଆଇଆରସିଟିସି ନଭେମ୍ବର 23ରୁ ଲକ୍ଷ୍ନୌ-ନୂଆଦିଲ୍ଲୀ (82501/82502) ତେଜସ ଏକ୍ସପ୍ରେସକୁ ବାତିଲ କରିଥିବା ବେଳେ ଅହମ୍ମଦାବାଦ-ମୁମ୍ବାଇ (82901/82902) ତେଜସ ଏକ୍ସପ୍ରେସକୁ ନଭେମ୍ବର 24ରୁ ବାତିଲ କରିଛି ।

“କୋରୋନା ମହାମାରୀ ପାଇଁ ଆଇଆରସିଟିସି ତେଜସ୍ ଟ୍ରେନର ସମସ୍ତ ପ୍ରସ୍ଥାନ ବାତିଲ କରିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ଏହି ଦୁଇଟି ମାର୍ଗରେ ଚାଲୁଥିବା ଭାରତୀୟ ରେଳବାଇର ଅନ୍ୟ ଟ୍ରେନର ଯାତାୟତ ଦେଖିବା ପରେ କମ୍ପାନୀ ଏହାର ନିଷ୍ପତ୍ତି ସମୀକ୍ଷା କରିବ ବୋଲି ଆଇଆରସିଟିସି ଏକ ବିବୃତ୍ତିରେ କହିଛି ।“

ଲକ୍ଷ୍ନୌ- ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଥିବା ଦୁଇଟି ତେଜସ ଟ୍ରେନ୍ ଅକ୍ଟୋବର 17ରୁ ପର୍ବପର୍ବାଣି ହେତୁ ପୁନଃ ଆରମ୍ଭ ହୋଇଥିଲା । ମାର୍ଚ୍ଚ 19ରେ କୋରୋନାଭାଇରସ୍ ମହାମାରୀ ହେତୁ ଉଭୟ ଟ୍ରେନର କାର୍ଯ୍ୟ ବାତିଲ କରାଯାଇଥିଲା।

Last Updated : Nov 23, 2020, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.