ETV Bharat / bharat

ଜୀବନ ପ୍ରତି ବିପଦ ଥିବା ଦର୍ଶାଇଲେ ଆଇପିଏସ ବସନ୍ତ ରଥ - ଆଇପିଏସ ବସନ୍ତ ରଥ

ଜମ୍ମୁ କାଶ୍ମୀରରେ ଆଇଜିପି (ହୋମଗାର୍ଡ) ଭାବରେ କାର୍ଯ୍ୟରତ ବସନ୍ତ ରଥ, ଡିଜିପି ଦିଲବାଗ ସିଂଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସେ ନିଜ ଜୀବନ ପ୍ରତି ବିପଦ ରହିଥିବା ଏଥିରେ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ...

ଜୀବନ ପ୍ରତି ବିପଦ ଥିୂବା ଦର୍ଶାଇଲେ ଆଇପିଏସ ବସନ୍ତ ରଥ

author img

By

Published : Jun 26, 2020, 9:42 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଇଜିପି(ହୋମଗାର୍ଡ) ଭାବରେ କାର୍ଯ୍ୟରତ ବସନ୍ତ ରଥ, ଡିଜିପି ଦିଲବାଗ ସିଂଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସେ ନିଜ ଜୀବନ ପ୍ରତି ବିପଦ ରହିଥିବା ଏଥିରେ ଦର୍ଶାଇଛନ୍ତି ।

ଜୀବନ ପ୍ରତି ବିପଦ ଥିୂବା ଦର୍ଶାଇଲେ ଆଇପିଏସ ବସନ୍ତ ରଥ
ଜୀବନ ପ୍ରତି ବିପଦ ଥିୂବା ଦର୍ଶାଇଲେ ଆଇପିଏସ ବସନ୍ତ ରଥ

ସେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ‘ମୁଁ ପୋଲିସ ଭାବରେ ନୁହେଁ ବରଂ ଜଣେ ସାଧାରଣ ନାଗରିକ ଭାବରେ ଏହି ଅଭିଯୋଗ ଦାଖଲ କରୁଛି। ମୁଁ ଆପଣଙ୍କୁ ଡିଜିପି ଦିଲବାଗ ସିଂଙ୍କ ବିରୋଧରେ ମାମଲା ଦାୟର କରିବାକୁ କହୁନାହିଁ । କିନ୍ତୁ ମୋର ଅନୁରୋଧ ଏହି ଚିଠିକୁ ଆପଣଙ୍କର ଦୈନିକ ଡାଏରୀରେ ପୋଲିସ ଷ୍ଟେସନରେ ରଖ | ଯଦି କେବେ ମୋ ସହିତ କିଛି ଘଟେ, ତେବେ ଆପଣ ଜାଣିବା ଦରକାର କେଉଁ ନମ୍ବରରେ କଲ କରିବେ ।’

ଅନ୍ୟପକ୍ଷରେ, ଜମ୍ମୁର ଏସଏସପି, ସଂପୃକ୍ତ ଏସପି ଓ ଗାନ୍ଧିନଗର ପୋଲିସ ଷ୍ଟେସନ ଅଧିକାରୀଙ୍କ ଠାରୁ ଇଟିଭି ଭାରତ ଅଧିକ ବିବରଣୀ ପାଇବାକୁ ଚେଷ୍ଟା କରିଥିଲାବେଳେ ସମ୍ଭବ ହୋଇପାରିନାହିଁ ।

ଉଲ୍ଲେଖଯୋଗ୍ୟ, ଜୁନ 13 ତାରିଖରେ ଆଇପିଏସ ଅଧିକାରୀ ବସନ୍ତ ରଥ ଟ୍ବିଟରରେ ଜମ୍ମୁର ସାରୋରେ ଅଞ୍ଚଳରେ ପୋଲିସ ମୁଖ୍ୟ ଦିଲବାଗ ସିଂଙ୍କ ବେଆଇନ ସମ୍ପତ୍ତି ଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଦିଲବାଗ ସିଂ ଓ କାଶ୍ମୀର ପୋଲିସ ଜୋନର ଇନ୍ସପେକ୍ଟର ବିଜୟ କୁମାର ସୋସିଆଲ ମିଡିଆରେ ବସନ୍ତ ରଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.