ଭୁବନେଶ୍ବର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏପରି ସମୟରେ ସୁଶାନ୍ତଙ୍କ ସହ ଜଣେ ଓଡ଼ିଶାର ଆଇପିଏସଙ୍କ ଘନିଷ୍ଠତା ପଦାକୁ ଆସିଛି। ଆଉ ଏହି ଆଇପିଏସ ଅଫିସର ହେଉଛନ୍ତି ଅମିତାଭ ଠାକୁର ।
ଆଇପିଏସ ଅମିତାଭ ଠାକୁରଙ୍କ ସହ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଥିଲା ଅତି ଘନିଷ୍ଠ ସମ୍ପର୍କ। ଉଭୟ ପରସ୍ପରଙ୍କୁ ବେଶ ନିକଟରୁ ଜାଣିଥିବାବେଳେ ଏମାନେ ଭଲ ବନ୍ଧୁ ଥିଲେ। ଏପରିକି ଅମିତାଭଙ୍କ ବାହାଘରରେ ସୁଶାନ୍ତ କୁଆଡେ ଧୁମ ନାଚିଥିଲେ ବୋଲି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ଆଇପିଏସ ଅଧିକାରୀ ଅମିତାଭ। ଘଟଣା ନେଇ ଅମିତାଭ ଦୁଃଖ ପ୍ରକାଶ କରିବା ସହିତ ସୁଶାନ୍ତ ତାଙ୍କ ସହ କାଟିଥିବା ବିଶେଷ ମୁହୂର୍ତ୍ତକୁ ସେ ସେୟାର କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ