ETV Bharat / bharat

ମୋଦି ସରକାରରେ ଲକି ଆଇପିଏସ 1984 ବ୍ୟାଚ !

ଦେଶର ସୁରକ୍ଷା ଭାର ଏବେ 1984 ବ୍ୟାଚର ଆଇପିଏସ ଅଧିକାରୀଙ୍କ ହାତରେ । ଏନଆଇଏ ଠାରୁ ଆରମ୍ଭ କରି ର' ପର୍ଯ୍ୟନ୍ତ ଦେଶର ବଡ ବଡ ସୁରକ୍ଷା ଏଜେନ୍ସିର କମାନ ଏବେ ଏହି ବ୍ୟାଚ ପାଖରେ ।

author img

By

Published : Jun 28, 2019, 9:29 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଭାର ଏବେ 1984 ବ୍ୟାଚର ଆଇପିଏସ ଅଧିକାରୀଙ୍କ ହାତରେ । ଏନଆଇଏ ଠାରୁ ଆରମ୍ଭ କରି ର' ପର୍ଯ୍ୟନ୍ତ ଦେଶର ବଡ ବଡ ସୁରକ୍ଷା ଏଜେନ୍ସିର କମାନ ଏବେ ଏହି ବ୍ୟାଚ ପାଖରେ । ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି, ସୀମା ସୁରକ୍ଷା ବାହିନୀ , କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ, ରାଷ୍ଟ୍ରୀୟ ସୁରକ୍ଷା ବାହିନୀ, ଭାରତ-ତୀବ୍ବତୀୟ ସୀମା ବାହିନୀ ଏବଂ ବ୍ୟୁରୋ ଅଫ ସିଭିଲ ଏଭିଏସନ ଅଥରିଟିର ପ୍ରମୁଖ ସମସ୍ତେ ଏହି ବ୍ୟାଚର । ତେବେ ଏହା ସଂଯୋଗର କଥା ହେଉ ଅବା ଅନ୍ୟ କିଛି ଏହି ବ୍ୟାଚକୁ ଏବେ ଭାଗ୍ୟଶାଳୀ ବ୍ୟାଚ ବୋଲି ବିବେଚିତ କରାଯାଉଛି ।

ଏଥି ମଧ୍ୟରୁ ଅଧିକାଂଶ ଅଧିକାରୀ ସୁରକ୍ଷା ଏଜେନ୍ସିରେ ଡିଜିପି ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ସୁରକ୍ଷା ଏଜେନ୍ସିରେ ଏହି ବ୍ୟାଚର ନିଯୁକ୍ତି ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରୁ ଆରମ୍ଭ ହୋଇଥିଲା । ଏହି ବ୍ୟାଚର ଆସାମ-ମେଘାଳୟ କ୍ୟାଡରର ଅଧିକାରୀ ୱାଇସି ମୋଦୀ 2017 ଡିସେମ୍ବରରେ ସର୍ବପ୍ରଥମେ ଏନଆଇଏର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଥିଲେ । ଏହା ପରେ ପରେ ଏହି ବ୍ୟାଚର ଅନେକ ଅଧିକାରୀ ସୁରକ୍ଷା ଏଜେନ୍ସିରେ ନିଯୁକ୍ତି ପାଇଥିଲେ ।

ଏହା ପରେ 2018ରେ ତେଲେଙ୍ଗାନା କ୍ୟାଡରର ଅଧିକାରୀ ସୁଦୀପ ଲଖଟକିୟା ଏନଏସଜିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ । ଏହାର 3 ମାସ ପରେ ବିହାର କ୍ୟାଡରର ଅଧିକାରୀ ରାଜେଶ ରଞ୍ଜନଙ୍କୁ ସିଆଇଏସଏଫର ମହାନିର୍ଦ୍ଦେଶକର ଦାୟୀତ୍ବଭାର ମିଳିଥିଲା । ଏହା ପରେ ୟୁପି କ୍ୟାଡରର ରଜନୀକାନ୍ତ ମିଶ୍ର ବିଏସଏଫ ମୁଖ୍ୟ, ହରିୟାଣା କ୍ୟାଡରର ଏସଏସ ଦେସୱାଲ ଆଇଟିବିପି ମୁଖ୍ୟ ଏବଂ ଗୁଜୁରାଟ କ୍ୟାଡରର ରାକେଶ ଆସ୍ଥାନା ବ୍ୟୁରୋ ଅଫ ସିଭିଲ ଏଭିଏସନ ଅଥରିଟି ଭାବରେ ନିଯୁକ୍ତି ପାଇଥିଲେ ।

ତେବେ ଏହି ବ୍ୟାଚର ଭାଗ୍ୟ ପୁଣିଥରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦେଖିବାକୁ ମିଳିଛି । 1984 ବ୍ୟାଚର ଆଇପିଓଏସ ଅଧିକାରୀ ସାମନ୍ତ ଗୋୟଲଙ୍କୁ ର' ମୁଖ୍ୟ ଏବଂ ତାଙ୍କର ହିଁ ବ୍ୟାଚମେଟ ଅରବିନ୍ଦ କୁମାରଙ୍କୁ ଆଇବି ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

Intro:Body:

wrwe

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.