ETV Bharat / bharat

ସିବିଆଇ ଆଲର୍ଟ; କୋରନାକୁ ନେଇ ଇ-ମେଲ୍ ଏବଂ SMS ଜରିଆରେ ଲୋକଙ୍କ ଟଙ୍କା ଲୁଟ - ଇ-ମେଲ୍ ଜରିଆରେ ଲୋକଙ୍କ ଟଙ୍କା ଲୁଟ

କୋରୋନା ମହାମାରୀ ନାଁରେ ସୂଚନା ଦେବ କହି ଆପଣଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ଆପଣଙ୍କ ପାଖରୁ ଚୋରି କରିବାର ସମ୍ଭାବନା ରହିଛି । ଏପରି ଠକେଇ କରିବା ପାଇଁ ସାଇବର ଅପରାଧୀମାନେ ମେସେଜ କିମ୍ବା ଇ-ମେଲ୍ କୁ ବ୍ୟବହାର କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିବିଆଇ ଆଲର୍ଟ
ସିବିଆଇ ଆଲର୍ଟ
author img

By

Published : May 20, 2020, 6:53 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ନାଁରେ ସୂଚନା ଦେବ କହି ଆପଣଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ଆପଣଙ୍କ ପାଖରୁ ଚୋରି କରିବାର ସମ୍ଭାବନା ରହିଛି । ଏପରି ଠକେଇ କରିବା ପାଇଁ ସାଇବର ଅପରାଧୀମାନେ ମେସେଜ କିମ୍ବା ଇ-ମେଲ୍ କୁ ବ୍ୟବହାର କରୁଛନ୍ତି । ଇଣ୍ଟରପୋଲର ଏହି ସୂଚନା ଆଧାରରେ ସିବିଆଇ ଦେଶର ସମସ୍ତ ରାଜ୍ୟରେ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଲର୍ଟ ଜାରି କରିଛି ।

ସିବିଆଇ ପ୍ରବକ୍ତା ଆରକେ ଗୌଡ଼ଙ୍କ ମୁତାବକ, ଇଣ୍ଟରପୋଲରୁ ମିଳିଥିବା ସୂଚନା ଅନୁସାରେ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ବ୍ୟାଙ୍କିଙ୍ଗ ଟ୍ରୋଜନ ସମ୍ବନ୍ଧିତ, ଯାହାକୁ ସରବରସ ନାମରେ ଜଣାଯାଏ । ପ୍ରାପ୍ତ ସୂଚନା ଅନୁସାରେ ଏହି ଚୋର ପ୍ରଥମରେ ଆପଣଙ୍କ ମୋବାଇଲକୁ ମେସେଜ ପଠାଇବ । ଯେପରିକି କୋରୋନା ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆପଣଙ୍କୁ ଦିଆଯାଇଛି । ଆପଣଙ୍କ ଏସଏମଏସରେ ଯାଇଥିବା ଲିଙ୍କକୁ ଅପେନ କରି ନିଜ ଫୋନରେ ଅପଲୋଡ କରନ୍ତୁ । ସେହପିରି ଇ-ମେଲରେ ମଧ୍ୟ ଏପରି ମେସେଜ ଆସିବ ।

ତେବେ ସିବିଆଇଙ୍କ କହିବା ହେଲା, ଏହି ଏସଏମଏସକୁ ଯେତେବେଳେ କୌଣସି ବ୍ୟକ୍ତି ଓପନ କରନ୍ତି ସେତେବେଳେ ସେହି ବ୍ୟକ୍ତିର ସମସ୍ତ ତଥ୍ୟ ଚୋରଙ୍କ ନିକଟକୁ ପଳାଏ । ତାପରେ ଚୋରଙ୍କ ଟାର୍ଗେଟ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ଉପରେ ଥାଏ । ବ୍ୟକ୍ତି ପାଖରୁ ସଂଗ୍ରହ କରିଥିବା ଡାଟାରୁ ସମସ୍ତ ତଥ୍ୟ ଚୋରି କରି ସହଜରେ ପଇସା ଚୋରି କରନ୍ତି ଏହି ସାଇବର ଅପରାଧୀ । ସିବିଆଇଙ୍କ କହିବା କଥା ହେଲା ଏହି ସବୁ ଏସଏମଏସ କିମ୍ବା ଇ-ମେଲରୁ ଦୂରରେ ରହିବା । ଏପରି କ୍ଷେତ୍ରରେ ସାମଧାନ ରହିବା ଏବଂ ସଜାଗ ରହିବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.