ନୂଆଦିଲ୍ଲୀ: ସବୁ ବିଶ୍ବ ବିଦ୍ୟାଳୟରେ ପାଳିତ ହେବ ଯୋଗ । ଜୁନ 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୂଳପତିଙ୍କୁ ଚିଠି ଲେଖିଛି ୟୁଜିସି ।
ଚଳିତ ବର୍ଷ ରାଞ୍ଚିରେ ଯୋଗ ଦିବସ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଯୋଗ୍ୟ ଯେ ଭାରତର ପ୍ରସ୍ତାବ କ୍ରମେ ପ୍ରିତି ବର୍ଷ ଜୁନ 21କୁ 2015ରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ସାରା ବିଶ୍ବ ପାଳନ କରୁଛି ।