ETV Bharat / bharat

ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ମିଳିଲାନି ଅନୁମତି, ଜୁନ୍ 30 ପରେ ଆରମ୍ଭ ସେବା

author img

By

Published : May 31, 2020, 8:42 AM IST

ମିଳିଲାନି ଅନୁମତି। କୋରୋନା ମହାମାରୀର ବ୍ୟାପକ ବିସ୍ତାର ପାଇଁ ଜୁନ୍ 30 ମଧ୍ୟ୍ୟରାତ୍ରି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଉଡ଼ାଣ ସ୍ଥଗିତ ରହିବ।

ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ମିଳିଲାନି ଅନୁମତି, ଜୁନ୍ 30 ପରେ ଆରମ୍ଭ ସେବା

ନୂଆଦିଲ୍ଲୀ: ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି। ଜୁନ୍ 30 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଯାତ୍ରା ବନ୍ଦ। ଲକଡାଉନ 5.0 ଘୋଷଣା ପରେ ଏହାକୁ ଅନୁମତି ମିଳିନାହିଁ। କୋରୋନା ମହାମାରୀର ବ୍ୟାପକ ବିସ୍ତାର ପାଇଁ ଜୁନ୍ 30 ମଧ୍ୟ୍ୟରାତ୍ରି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଉଡ଼ାଣ ସ୍ଥଗିତ ରହିବ।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ନିର୍ଦ୍ଦିଷ୍ଟ ସମୟରେ ଭାରତକୁ କିମ୍ବା ଭାରତରୁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବା ବିଷୟରେ ବିଦେଶୀ ଏୟାରଲାଇନ୍ସକୁ ସୂଚନା ଦିଆଯିବ।

ମାର୍ଚ୍ଚ 25 ରେ ଲକଡାଉନ୍ ଘୋଷଣା ହେବାର ଦୁଇ ମାସ ବ୍ୟବଧାନ ପରେ ସୋମବାର ଠାରୁ ଦେଶରେ ଘରୋଇ ଯାତ୍ରୀ ବିମାନ ସେବା ପୁନଃ ଆରମ୍ଭ ହୋଇଛି। ଏହିସମୟରେ ଭାରତରେ ସମସ୍ତ ବ୍ୟବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ସ୍ଥଗିତ ରଖାଯିବା ସହ ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ଚଳାଚଳକୁ ଅନୁମତି ମିଳିନାହିଁ।

ଗୃହ ମନ୍ତ୍ରଣାଳୟ ଶନିବାର କହିଛି ଯେ ଦେଶରେ 'ଅନଲକ୍ -1' ଜୁନ୍ 8 ରୁ ଆରମ୍ଭ ହେବ ଯେଉଁଥିରେ ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଲକଡାଉନ ସହ ସପିଂ ମଲ୍, ରେଷ୍ଟୁରାଣ୍ଟ ଏବଂ ଧାର୍ମିକ ସ୍ଥାନ ଖୋଲିବ। ଏହାସହ ଦେଶରେ ଜୁନ୍ 30 ପର୍ଯ୍ୟନ୍ତ ଲକଡାଉନର କଡା ନିୟମ ପାଳନ କରାଯିବ।

ଅନ୍ତର୍ଜାତୀୟ ବିମାନ ଯାତ୍ରା ସ୍ଥଗିତ ରହିବ ବୋଲି ଏମଏଚଏ ନିର୍ଦ୍ଦେଶରେ କୁହାଯାଇଛି ଯେ, ପରିସ୍ଥିତିକୁ ଆକଳନ କରିବା ପରେ ଏହାକୁ ପୁନଃ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.