ହାଇଦ୍ରାବାଦ: ମିଳିତ ଜାତିସଂଘ ସାଧାରଣ ସଭା 74/212 ରିଜୋଲ୍ୟୁସନ ଗ୍ରହଣ କରି 7 ସେପ୍ଟେମ୍ବରକୁ ନୀଳ ଆକାଶ ପାଇଁ ଆନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ଭାବରେ ମନୋନୀତ କରାଯାଇଛି । ସଚେତନତା ସୃଷ୍ଟି କରିବା ଓ ବାୟୁ ପ୍ରଦୂଷଣକୁ ଦୂର କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ବାୟୁ ପ୍ରଦୂଷଣ ହେଉଛି ମାନବ ସ୍ବାସ୍ଥ୍ୟ ପାଇଁ ଏକ ବୃହତ୍ତମ ବିପଦ ଏବଂ ବିଶ୍ବସ୍ତରରେ ମୃତ୍ୟୁ ଓ ରୋଗର ଏକ ମୁଖ୍ୟ କାରଣ । ସମଗ୍ର ବିଶ୍ବରେ 6.5 ନିୟୁତ ଅକାଳ ମୃତ୍ୟୁ ବାହ୍ୟ ବାୟୁ ପ୍ରଦୂଷଣ ହେତୁ ଘଟିଥାଏ । ବିଶେଷ ଭାବରେ ବିକାଶଶୀଳ ଦେଶମାନଙ୍କରେ ବାୟୁ ପ୍ରଦୂଷଣ ମହିଳା, ଶିଶୁ ଓ ବୃଦ୍ଧଙ୍କୁ ପ୍ରଭାବିତ କରିଥାଏ । ବିଶେଷକରି ସ୍ବଳ୍ପ ଆୟକାରୀ ଜନସଂଖ୍ୟା କାରଣରୁ ସେମାନେ ପ୍ରାୟତଃ ଉଚ୍ଚ ସ୍ତରର ପରିବେଶ ପ୍ରଦୂଷଣକୁ ସାମ୍ନା କରିଥାନ୍ତି ।
ବାୟୁ ପ୍ରଦୂଷଣ ଭାରତୀୟଙ୍କ ଜୀବନକାଳକୁ 5.2 ବର୍ଷ କମାଇଥାଏ:-
ଶକ୍ତି ନୀତିର ଆକଳନ ଅନୁଯାୟୀ ଭାରତରେ ପ୍ରଦୂଷଣ ସ୍ତର ଭାରତୀୟଙ୍କ ହାରାହାରି ଆୟୁ ଠାରୁ 5.2 ବର୍ଷ ହ୍ରାସ କରିଥାଏ । ଏହା ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ତେବେ 2016-2018 ମଧ୍ୟରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଚିକାଗୋ ୟୁନିଭର୍ସିଟି କହିଛି ।
ବିଶ୍ବର 5ମ ସର୍ବବୃହତ ପ୍ରଦୂଷିତ ଦେଶ ଭାରତ;-
2019ରେ ଭାରତ ବିଶ୍ବର ପଞ୍ଚମ ସର୍ବବୃହତ ପ୍ରଦୂଷିତ ଦେଶ । କାରଣ ଗତ ବର୍ଷ ଗାଜିଆବାଦ ସର୍ବାଧିକ ପ୍ରଦୂଷିତ ସହର ରହିଥିଲା । 2020ରେ ବିଶ୍ବରେ ବାଂଲାଦେଶ, ପାକିସ୍ତାନ, ମଙ୍ଗୋଲିଆ, ଆଫଗାନିସ୍ତାନ ପରେ ଭାରତ ପ୍ରଦୂଷିତ ଦେଶ ।
କୋଭିଡ-19 ସମୟରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ବିଷୟବସ୍ତୁ:-
2018ରେ ଭାରତରେ ପ୍ରାୟ 1.2 ମିଲିୟନ ଲୋକ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁବରଣ କରିଥିଲେ । 10 ଜଣଙ୍କ ମଧ୍ୟରୁ 9 ଜଣ ଚାହାଁନ୍ତି କି ସେମାନଙ୍କ ଅଞ୍ଚଳର ବାୟୁ ପ୍ରଦୂଷଣ ସୁଧରାଯାଉ । କୋରୋନା ଭାଇରସ ସଙ୍କଟ ମଧ୍ୟରେ ଦେଶରେ ଲକଡାଉନ୍ ସ୍ଥିତି ପରେ ବାୟୁ ପ୍ରଦୂଷଣର ମାତ୍ରା କମିଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇ ତୃତୀୟାଂଶ ବାୟୁ ପ୍ରଦୂଷଣ କମିଥିବା କୁହାଯାଉଛି ।
କୋଭିଡ-19 ଲକଡାଉନ୍ କାରଣରୁ ଭାରତର 5ଟି ବଡ ସହରରେ ବାୟୁ ପ୍ରଦୂଷଣ ହାର 54 ପ୍ରତିଶତ ହ୍ରାସ ପାଇଛି:-
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ଜୁନ୍ 2020 ମଧ୍ୟରେ କୋରୋନା ସଂକ୍ରମଣରେ ପ୍ରାୟ 4,77,000 ଜଣଙ୍କ ମୃତ୍ୟୁ ହୋଇଥିଲା । ଭାରତରେ 14 ହଜାର ମୃତ୍ୟୁ ହୋଇସାରିଥିଲା । ସମ୍ପୁର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲକଡାଉନ୍ ଓ ସଟଡାଉନ୍ । ପ୍ରଦୂଷଣ କରୁଥିବା କ୍ଷୁଦ୍ର କଣିକା PM2.5 ମୁଖ୍ୟତଃ ଯାନବାହନରୁ ବାହାରିଥାଏ । ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ଦିଲ୍ଲୀରେ 11 ମେ 2020 ଲକଡାଉନ୍ ବଳବତ୍ତର ରହିଥିଲା । ଏ ସମୟ ଅବଧି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଦଳ ଅନୁମାନ କରିଥିଲେ ଯେ, PM2.5ର ମାତ୍ରା ହ୍ରାସ ପାଇଛି । ବିଭିନ୍ନ ସହରରେ ଏହାର ମାତ୍ରା ତଳକୁ ଖସିଛି । ଏହାସହ ଏରୋସଲର ମାତ୍ରା ମଧ୍ୟ କମିଛି ।
କିପରି ବୃଦ୍ଧି ହୋଇପାରିବ ବାୟୁର ଗୁଣବତ୍ତା:-
- ଜାଳେଣି ନିୟନ୍ତ୍ରଣ: ଅତ୍ୟାଧୁନିକ ‘ଏଣ୍ଡ-ପାଇପ୍ ମେଜର୍’(ସଲଫର୍ ଡାଇଅକ୍ସାଇଡ୍ ହ୍ରାସ କରିବା ପାଇଁ ବାୟୁ, ଜଳ, ବର୍ଜ୍ୟବସ୍ତୁ, ଉତ୍ପାଦ କିମ୍ବା ପୂର୍ବରୁ ସୃଷ୍ଟି ହୋଇଥିବା ଦୂଷିତ ପଦାର୍ଥକୁ ବାହାର କରିବା ପାଇଁ ବ୍ୟବହୃତ ହୁଏ), ବିଦ୍ୟୁତ୍ ଷ୍ଟେସନ୍ ଓ ବୃହତ ଶିଳ୍ପରେ ନାଇଟ୍ରୋଜେନ୍ ଅକ୍ସାଇଡ୍, ସଲଫର୍ ଅକ୍ସାଇଡ୍ ଓ କଣିକା ନିର୍ଗମନକୁ ରୋକିବା ।
- ଶିଳ୍ପ ପ୍ରକ୍ରିୟା ନିର୍ଗମନ ମାନକ: ଶିଳ୍ପରେ ଉନ୍ନତ ନିର୍ଗମନ ମାନର ତଦାରଖ କରିବ । ଯଥା, ଲୁହା ଏବଂ ଇସ୍ପାତ କାରଖାନା, ସିମେଣ୍ଟ କାରଖାନା, କାଚ ଉତ୍ପାଦନ, ରାସାୟନିକ ଶିଳ୍ପ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ୍ ।
- କୃଷି ଫସଲର ଅବଶିଷ୍ଟାଂଶ: ଧାନ ଅବଶିଷ୍ଟାଂଶ ଖୋଲା ଜାଣିବା ଉପରେ ନିଷେଧାଦେଶକୁ କଡାକଡି କରିବା ଉଚିତ୍ ।
- ହାଇଡ୍ରୋଫ୍ଲୋରୋକାର୍ବନ୍ (HFC) ରେଫ୍ରିଜାଣ୍ଟ ରିପ୍ଲେସମେଣ୍ଟ: ଏହି ପ୍ରକାର କାର୍ବନର ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ଏହାର ଉତ୍ପାଦନ ଓ ବ୍ୟବହାରକୁ ବନ୍ଦ କରନ୍ତୁ ।
- ଶକ୍ତି ଉତ୍ପାଦନ ପାଇଁ ନବୀକରଣ ଯୋଗ୍ୟ: ପବନ, ସୋଲାର ଓ ହାଇଡ୍ରୋ ଶକ୍ତି ବ୍ୟବହାର କରନ୍ତୁ । ବିଦ୍ୟୁତ ଶକ୍ତି ପାଇଁ ଏହାର ବ୍ୟବହାର କରାଯିବ ଉଚିତ୍ ।
- ଗୃହ ବର୍ଜ୍ୟବସ୍ତୁ ଜାଳିବା: ବାହାରେ ଘରର କିଛି ଅବବ୍ୟହୃତ ସାମଗ୍ରୀ ଜଳାଇବା ଉପରେ ରୋକ ଲଗାଇବା ଆବଶ୍ୟକ ।
- କୋଲ୍ ମାଇନିଂ: କୋଇଲା ଖଣି ଗ୍ୟାସ ଅପେକ୍ଷା ଧୁଆଁ ମୁକ୍ତ ଖଣିର ବ୍ୟବହାର କରନ୍ତୁ ।
- ତେଲ ଓ ଗ୍ୟାସ ଉତ୍ପାଦନ: ପେଟ୍ରୋଲିୟମ ଗ୍ୟାସର ପୁନରୁଦ୍ଧାରକୁ ଉତ୍ସାହିତ କରନ୍ତୁ । ନିତ୍ୟ ବ୍ୟବହାର୍ଯ୍ୟ ବନ୍ଦ କରିବା ସହ ଲିକେଜ୍ ନିୟନ୍ତ୍ରଣରେ ଉନ୍ନତିକରଣ ।
- ଉନ୍ନତ ଜନସାଧାରଣ ପରିବହନ: ଘରୋଇ ଯାତ୍ରୀବାହୀ ଯାନରେ ଜନସାଧାରଣକୁ ସ୍ଥାନାନ୍ତରକୁ ଉତ୍ସାହିତ କରନ୍ତୁ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଠିକ୍ ଭାବେ କରନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ