ETV Bharat / bharat

ସୁଦୀକ୍ଷା ଭାଟିଙ୍କ ନାଁରେ ପ୍ରେରଣାସ୍ଥଳୀ ଓ ଲାଇବ୍ରେରୀ ନିର୍ମାଣ କରିବେ ଯୋଗୀ ସରକାର - inspiration site in the name of sudiksha bhati

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ସୁଦୀକ୍ଷା ଭାଟିଙ୍କ ନାମରେ ବୁଲନ୍ଦସହରରେ ପ୍ରେରଣା ସ୍ଥାନ ଏବଂ ଲାଇବ୍ରେରୀ ନିର୍ମାଣ କରାଯିବ। ପରିବାର ଲକ୍ଷ୍ନୈରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ଏହି ଘୋଷଣା କରାଯାଇଛି।

ସୁଦୀକ୍ଷା ଭାଟିଙ୍କ ନାଁରେ ପ୍ରେରଣା ସ୍ଥଳୀ
ସୁଦୀକ୍ଷା ଭାଟିଙ୍କ ନାଁରେ ପ୍ରେରଣା ସ୍ଥଳୀ
author img

By

Published : Sep 13, 2020, 3:11 PM IST

ଲକ୍ଷ୍ନୌ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ସୁଦୀକ୍ଷା ଭାଟିଙ୍କ ନାମରେ ବୁଲନ୍ଦସହରରେ ପ୍ରେରଣା ସ୍ଥାନ ଏବଂ ଲାଇବ୍ରେରୀ ନିର୍ମାଣ କରାଯିବ। ପରିବାର ଲକ୍ଷ୍ନୈରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ଏହି ଘୋଷଣା କରାଯାଇଛି। 20 ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଧ୍ୟ ସୁଦୀକ୍ଷା ଭାଟିଙ୍କ ପରିବାରକୁ ପ୍ରଦାନ କରାଯିବ। ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୁଦୀକ୍ଷା ଅତ୍ୟନ୍ତ ଅଭାବ ମଧ୍ୟରେ ବି ସେ ମେଧାବୀ ଛାତ୍ରୀ ଥିଲେ । ଛାତ୍ରବୃତ୍ତି ପାଇବା ପରେ ସୁଦୀକ୍ଷା ଆମେରିକାରେ ଅଧ୍ୟୟନ କରୁଥିଲେ ଓ ଛୁଟିଦିନରେ ଘରକୁ ଆସିଥିଲେ । ଏହି ସମୟରେ ହିଁ ସେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାକୁ ନେଇ ବହୁତ ବିବାଦ ମଧ୍ୟ ହୋଇଥିଲା ।

ସୁଦୀକ୍ଷାଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଥିଲା। ସିକନ୍ଦରାବାଦ ଟୋଲ ପ୍ଲାଜାରୁ ଔରଙ୍ଗାବାଦ ଘଟଣା ସ୍ଥଳ ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ବିଷୟରେ ଟିମ୍ ସୂଚନା ସଂଗ୍ରହ କରିଥିଲା । ରାସ୍ତାର ପ୍ରାୟ 12 ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି। ଯେତେବେଳେ ଏହି କ୍ୟାମେରା ଗୁଡିକର ଫୁଟେଜ୍ ଯାଞ୍ଚ କରାଗଲା, ସେତେବେଳେ ସୁଦୀକ୍ଷାଙ୍କ ଗାଡି ପଛରେ ବୁଲେଟ୍ ଗାଡିଟେ ନଜର ଆସିଲା ।

ବୁଲେଟରେ ଥିବା ଦୁଇ ଜଣ ଷ୍ଟଣ୍ଟ ଦେଖାଇବା ସହ ସୁଦୀକ୍ଷାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ବୁଲେଟ ଚଲାଉଥିବା ଜଣକ ହେଲମେଟ୍ ପିନ୍ଧିଥିବା ବେଳେ ଅନ୍ୟଜଣେ 55 ବର୍ଷିୟ ବ୍ୟକ୍ତି ଥିବା ଜଣାପଡିଛି । ଅନ୍ୟପକ୍ଷେ ପୋଲିସ ଏହାକୁ ଦୁର୍ଘଟଣାର ମୋଡ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.