ETV Bharat / bharat

ଲାଞ୍ଚ ନେଇ ଫସିଲେ ଦୁଇ ପୋଲିସ - Inspector, sub-inspector

ତେଲେଙ୍ଗାନାରେ ଜଣେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଇ ଫସିଲେ ଦୁଇ ପୋଲିସବାବୁ । ଘଟଣାରେ ଜଣେ ଇନସପେକ୍ଟର ଓ ଜଣେ ସବଇନସପେକ୍ଟରଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

Inspector, sub-inspector arrested inbribery-case
ଲାଞ୍ଚ ନେଇ ଫସିଲେ ପୋଲିସବାବୁ
author img

By

Published : Nov 1, 2020, 8:39 AM IST

ହାଇଦ୍ରାବାଦ: ପୋଲିସବାବୁଙ୍କ କଳା କାରନାମା । ବେଆଇନ କାମକୁ ରୋକିବା ବଦଳରେ ନିଜେ କରିଛନ୍ତି ବେଆଇନ କାମ । ଜଣେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଇଛନ୍ତି ଦୁଇ ପୋଲିସ ଅଧିକାରୀ । ଏପରି ଘଟଣା ଘଟିଛି ତେଲେଙ୍ଗାନାର ବୌଦ୍ଧ ଟାଉନ୍ ପୋଲିସ ଷ୍ଟେସନ ଅଞ୍ଚଳରେ । ଘଟଣାରେ ଜଣେ ଇନସପେକ୍ଟର,ଜଣେ ସବ-ଇନସପେକ୍ଟର ଓ ଜଣେ ଡ୍ରାଇଭର ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାଅନୁସାରେ ନିଜାମାବାଦ ଜିଲ୍ଲା ବୌଦ୍ଧର ସାଜିଦ ଅହମେଦ ନାମକ ଜଣେ ଅଭିଯୋଗକାରୀଙ୍କୁ ଇନସପେକ୍ଟର ପି ରାକେଶ ପଚାଶ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଦେବାକୁ ଦାବି କରିଥିବା ଜଣାପଡିଛି ।

ଅଭିଯୋଗକାରୀ ତାଙ୍କର ଏକ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ତେବେ ତାଙ୍କ ଅଭିଯୋଗ ବଦଳରେ ପୋଲିସ ତାଙ୍କୁ 50ହଜାର ଟଙ୍କା ସହ ଗୋଟିଏ ସାମସଙ୍ଗ ନୋଟ 20ଅଲଟ୍ରା 5ଜି ଫୋନ ଲାଞ୍ଚ ଦେବାକୁ କହିଥିଲେ । ପୋଲିସ ଅଧିକାରୀଙ୍କର ଏପରି କାର୍ଯ୍ୟକଳାପ ପାଇଁ ଇନସପେକ୍ଟର ଓ ସବଇନସପେକ୍ଟରଙ୍କସହ ଜଣେ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ନଗଦ ପଚାଶ ହଜାର ଟଙ୍କା ସହ ମୋବାଇଲ ଫୋନ ଜବତ କରିଛି । କେମିକାଲ ଟେଷ୍ଟ ପରେ ପୋଲିସ ଅଧିକାରୀଙ୍କ ହାତଚିହ୍ନ ପଜିଟିଭ ଆସିିଥିଲା ।

ପୋଲିସବାବୁଙ୍କ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ୟାଜନକ । ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ସ୍ବତନ୍ତ୍ର ଜଜଙ୍କ ନିକଟରେ ହାଜର କରାଯିବ । ଏହା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.