ଜମ୍ମୁ: ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଆଇଜି ମୁକେଶ ସିଂହ । ଏହା ସହିତ ଜମ୍ମୁ ଜୋନରେ ବର୍ତ୍ତମାନ ଜାରି ଥିବା ସୁରକ୍ଷା ବିଷୟରେ ମଧ୍ୟ କରିଛନ୍ତି ଆଲୋଚନା ।
ଜମ୍ମୁରେ ଥିବା ଦରବାର ମୁଭ କାର୍ଯ୍ୟାଳୟରେ ହୋଇଛି ଏହି ଉଚ୍ଚସ୍ତରୀୟ ଆଲୋଚନା । ପୋଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଆଇଜି ମୁକେଶ କରିଛନ୍ତି ବୈଠକରେ ।
ଧାରା 370 ଉଚ୍ଛେଦ ପରେ ଆଇନ, ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏହା ସହିତ କର୍ଫ୍ୟୁ ମଧ୍ୟ ବଳବତ୍ତର ରଖାଯାଇଥିଲା । କର୍ଫ୍ୟୁ କୋହଳ ହେବା ସହ ଜନଜୀବନ ସ୍ବାଭାବିକ ହୋଇଛି । ଏହା ପରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ସୁରକ୍ଷା ସହିତ ଆଇନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ।