ଚେନ୍ନାଇ: ସାରା ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ବିଶ୍ବର ବଡ ବଡ ଦେଶ କୋରୋନାକୁ ପ୍ରତିହତ କରିବା ପାଇଁ ଟୀକା ଖୋଜିବାରେ ଲାଗିଛନ୍ତି । ହେଲେ ଏପରି ସମୟରେ ବାବା ରାମ ଦେବ ପତଞ୍ଜଳୀ କମ୍ପାନୀ ପକ୍ଷରୁ ବାହାର କରିଥିଲେ କୋରୋନିଲ ଔଷଧ ।
ଏହି ଔଷଧ ଖାଇଲେ କୋରୋନା ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି ଦାବି ମଧ୍ୟ କରିଥିଲେ ବାବା । ହେଲେ ଏହି ଔଷଧ ବାହାର କରିବା ଦିନ ଠୁ ବିବାଦ କିନ୍ତୁ ବାବାଙ୍କ ପିଛା ଛାଡୁନାହିଁ । ତେବେ ବୁଧବାର ପତଞ୍ଜଳୀ କମ୍ପାନୀ ଉପରେ 10 ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ ।
ନିଜର ଲାଭ ପାଇଁ କମ୍ପାନୀ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା କହି କୋର୍ଟ ପତଞ୍ଜଳୀ ଉପରେ ଏହି ଜୋରିମାନା ଲଗାଇଥିବା ଜଣାପଡିଛି ।