ETV Bharat / bharat

ମୋଦିଙ୍କ ସହ କଥା ହୋଇ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ କଲେ ଗେହଲଟ - ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ କଲେ ଗେହଲଟ

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ରାଜ୍ୟପାଳଙ୍କ ବ୍ୟବହାରକୁ ନେଇ ସେ ମୋଦିଙ୍କ ନିକଟରେ ଅଭିଯୋଗ କରିଥିବା ଗେହଲଟ କହିଛନ୍ତି ।

 ଗେହଲଟ
ଗେହଲଟ
author img

By

Published : Jul 27, 2020, 3:20 PM IST

ଜୟପୁର: ରାଜସ୍ଥାନରେ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ପ୍ରସ୍ତାବ ପଠାଇଛନ୍ତି । ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏକ ସଂଶୋଧିତ ପ୍ରସ୍ତାବ ଦେଇଛି। କିନ୍ତୁ ରାଜ୍ୟପାଳ ଏନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି । ଇତିମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ରାଜ୍ୟପାଳଙ୍କ ବ୍ୟବହାରକୁ ନେଇ ସେ ମୋଦିଙ୍କ ନିକଟରେ ଅଭିଯୋଗ କରିଥିବା ଗେହଲଟ କହିଛନ୍ତି ।

ଏନେଇ ଗେହଲଟ କହିଛନ୍ତି, ମୁଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲି । ମୁଁ ତାଙ୍କୁ ରାଜ୍ୟପାଳଙ୍କ ଆଚରଣ ବିଷୟରେ କହିଥିଲି । ମୁଁ ତାଙ୍କୁ ସାତ ଦିନ ପୂର୍ବରୁ ଲେଖିଥିବା ଚିଠି ବିଷୟରେ ମଧ୍ୟ କହିଥିଲି ବୋଲି ଗେହଲଟ କହିଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧିବେଶନ ଡାକିବା ପାଇଁ ଶୁକ୍ରବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେଥିରେ ତାରିଖ ଓ କାରଣ ଉଲ୍ଲେଖ ନ ଥିବାରୁ ରାଜ୍ୟପାଳ ତାହାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ କଂଗ୍ରେସ ବିଧାୟକମାନେ ରାଜଭବନ ପରିସରରେ ୫ ଘଣ୍ଟା ଧାରଣାରେ ବସିଥିଲେ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କର ୧୮ ଅନୁଗତ ବିଧାୟକ ବିଦ୍ରୋହ କରିବାରୁ ରାଜସ୍ଥାନ କଂଗ୍ରେସ ସରକାର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ବିଧାନସଭା ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଚାହୁଁଛନ୍ତି। ହେଲେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଅଧିବେଶନ ଡାକିବାରେ ବିଳମ୍ବ କରୁଥିବା କଂଗ୍ରେସ ରବିବାର ଅଭିଯୋଗ କରିଛି। ଉଦ୍ଦେଶ୍ୟମୂଳକଭାବେ ଅଧିବେଶନ ଡକାଯାଉ ନ ଥିବାରୁ ଏହା ପଛରେ କେନ୍ଦ୍ର ସରକାରର ଶୀର୍ଷ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିବା ନିଃସନ୍ଦେହ ବୋଲି କଂଗ୍ରେସ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.