ETV Bharat / bharat

ମାଡି ଆସୁଛି ସଂକ୍ରମଣଜନିତ ରୋଗ ; ନିଜେ ନିଜର ଯତ୍ନ ନେବା ଆବଶ୍ୟକ - ଡକ୍ଟର ଜିଭିଏଲ ବିଜୟ କୁମାର

କୋରୋନା ଭାଇରସର ବିସ୍ତାର ଦ୍ରୁତଗତିରେ ଓ ଭୟଙ୍କର ଭାବେ ଲାଗି ରହିଛି । ଆଉ ଏବେ ସାରାଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଲୋକଙ୍କୁ ଅନ୍ୟାନ୍ୟ ବାୟୁ ଓ ଜଳବାହିତ ରୋଗର ଚିନ୍ତା ଘାରିଲାଣି । ମ୍ୟାଲେରିଆ, ଫାଲେରିଆ, ଡେଙ୍ଗୁ ଭଳି ରୋଗ ବର୍ଷା ଦିନେ ବଡ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଲୋକଙ୍କୁ ବେଶ୍ ସାବଧାନତା ଅବଲମ୍ବନ କରିବା ଜରୁରୀ । ଅଧିକ ପଢନ୍ତୁ...

ମାଡି ଆସୁଛି ସଂକ୍ରମଣଜନିତ ରୋଗ
ମାଡି ଆସୁଛି ସଂକ୍ରମଣଜନିତ ରୋଗ
author img

By

Published : Jul 1, 2020, 7:09 AM IST

କୋରୋନା ଭାଇରସର ବିସ୍ତାର ଦ୍ରୁତଗତିରେ ଓ ଭୟଙ୍କର ଭାବେ ଲାଗି ରହିଛି । ଆଉ ଏବେ ସାରାଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଲୋକଙ୍କୁ ଅନ୍ୟାନ୍ୟ ବାୟୁ ଓ ଜଳବାହିତ ରୋଗର ଚିନ୍ତା ଘାରିଲାଣି । ମ୍ୟାଲେରିଆ, ଫାଲେରିଆ, ଡେଙ୍ଗୁ ଭଳି ରୋଗ ବର୍ଷା ଦିନେ ବଡ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଲୋକଙ୍କୁ ବେଶ୍ ସାବଧାନତା ଅବଲମ୍ବନ କରିବା ଜରୁରୀ । କୋରୋନା ଯୁଦ୍ଧରେ ସାମିଲ ହୋଇଥିବା ତେଲେଙ୍ଗାନାର ଡାକ୍ତର ଓ ପୋଲିସକର୍ମୀମାନଙ୍କ ଆଶଙ୍କା ଯେ, ସେମାନେ ବି କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ଲକଡାଉନ କଟକଣା କୋହଳ ହେଲା ପରେ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ଏଭଳି ଏକ ସଂକଟ ସମୟରେ ଆମ ସମସ୍ତଙ୍କୁ ଭୂତାଣୁଜନିତ ଜ୍ୱର ଓ ଅନ୍ୟ ସଂକ୍ରାମକ ରୋଗ ନେଇ ଖୁବ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଏଥିପାଇଁ ଆମକୁ ଶୃଙ୍ଖଳା ବଜାୟ ରଖିବା ସହ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା,ସୁଷମ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିବ । ଏହା ହେଲେ ଆମର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ ।

ଘରପାଖରେ ବର୍ଷା ପାଣି ଜମି ରହିଲେ ମଶାବଂଶ ବୃୃଦ୍ଧିରେ ଏହା ସହାକ ହୋଇଥାଏ । ଖାଲି ଡ୍ରମ୍ , ଟ୍ୟାଙ୍କ, ପୁରୁଣା ଉପକରଣ, କୁଲର, ସାଇକେଲ ଓ ଅନ୍ୟ ଦୁଇ ଚକିଆ ଯାନର ଟାୟାର ଓ ଫୁଲକୁଣ୍ଡରେ ବର୍ଷା ପାଣି ଜମି ରହିଲେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ । ତେଣୁ ଏସବୁ ସଫା ରଖିବା ସହ ଶୁଖାଇବାକୁ ପଡିବ । ଏପରି ନ ହେଲେ ମଶାମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବ । ଘରେ ଉପଯୁକ୍ତ ଭେଂଟିଲେସନ ବ୍ୟବସ୍ଥା ରହିବା ଦରକାର । ଯାହା ଫଳରେ ପବନ ଓ ଆଲୋକ ମୁକ୍ତ ଭାବେ ଚଳାଚଳ କରିପାରିବ । ନାଳ ଓ ମଇଳାପାଣି ପରିଚାଳନା କ୍ଷେତ୍ରରେ ଖୁବ୍ ସତର୍କତା ଅବଲମ୍ବନ କରିବା ଦରକାର । ଅଳିଆ ଆବର୍ଜନା ଗୋଟିଏ ଜାଗାରେ ଯେପରି ଜମା ହୋଇ ନ ରହେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ । ଖାଲି ଜାଗାରେ ଅଳିଆ ପକାଇବା ଉଚିତ । ନ ହେଲେ ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।

ବର୍ଷା ଦିନେ ଥଣ୍ଡା ଓ ଆର୍ଦ୍ର ପାଗ ଯୋଗୁଁ ବିଭିନ୍ନ ପ୍ରକାର ସଂକ୍ରମଣ ହୋଇଥାଏ । ଚର୍ମ ରୋଗର ବି ଆଶଙ୍କା ଥାଏ । ନିମୋନିଆ, ଆସ୍ଥମା ଭଳି ରୋଗ ବି ହୋଇଥାଏ । ତେଣୁ ଏଥିପ୍ରତି ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ । ଦୁଇ ବା ତିନି ଦିନରୁ ଅଧିକ ସମୟ ଜ୍ୱର, ଥଣ୍ଡା ଓ କଫ ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । କାରଣ ଏହା ଲକ୍ଷଣ ବିହୀନ କୋରୋନା ହୋଇପାରେ । କାରଣ ଅଧିକାଂଶ କ୍ଷେତ୍ରରେ କୋରୋନା ଲକ୍ଷଣ ଦେଖା ନ ଗଲେ ମଧ୍ୟ ଭାଇରସ ଆକ୍ରମମ କରିସାରିଥାଏ । ଯଦି ଲକ୍ଷଣ ଶୀଘ୍ର ଦେଖାଯାଏ, ତାହାହେଲେ ତୁରନ୍ତ ଚିକିତ୍ସା କରିବା ଦରକାର ପଡେ । ବର୍ଷା ଦିନେ ଦେଖିଚାହିଁ ଖାଦ୍ୟପାନୀୟ ଗ୍ରହଣ କରିବା ଉଚିତ । ରୋଗ ମୁକାବିଲା ପାଇଁ ପାଣି ଫୁଟାଇ ପିଇବା ଆବଶ୍ୟକ । ପ୍ରଦୂଷିତ ଓ ଅପରିଷ୍କାର ପାଣି ପିଇଲେ ଡାଇରିଆ, ଟାଇଫଏଡ, ଜଣ୍ଡିସ ଓ କଲେରା ହୋଇଥାଏ । ଗରମ ଓ ତାଜା ଖାଦ୍ୟ ଖାଇବା ବି ଜରୁରୀ । ପନିପରିବା ଓ ଶାଗ ଭଲଭାବେ ଧୋଇ ରାନ୍ଧିବା ଆବଶ୍ୟକ । ବ୍ୟକ୍ତିଗତ ଓ ସାମାଜିକ ପରିଷ୍କାର ପରିଚ୍ଛନ୍ନତା ରଖିବା ସହ ଶୃଙ୍ଖଳିତ ଭାବେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଲେ ହିିଁଁ ବର୍ଷା ଦିନେ ବିଭିନ୍ନ ରୋଗ ସଂକ୍ରମଣରୁ ଆମେ ବର୍ତ୍ତିପାରିବା ।

ପ୍ରତ୍ୟେକ ଥର ବାହାରକୁ ଯାଇ ଘରକୁ ଆସିଲେ ହାତଗୋଡ ଭଲ ଭାବେ ଧୋଇବାଟାକୁ ଆମେ ଅଭ୍ୟାସରେ ପରିଣତ କଲେ ଭଲ । ନିୟମିତ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାରକୁ ଆମ ନିତିଦିନିଆ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବା ଉଚିତ । କିଛି ଦିନ ପାଇଁ ସାମାଜିକ କାଯ୍ୟ ର୍କ୍ରମ ଓ ଭୋଜିଭାତରୁ ଦୂରେି ରହିବା ଜରୁରୀ । ସୀମିତ ସଂଖ୍ୟାରେ ହିଁ ଜରୁରୀକାଳିନ ବୈଠକ ଆୟୋଜନ ହେବା ଦରକାର । ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିଲା ବେଳେ ଶାରିରୀକ ଦୂରତା ଓ ରୋଗ ଲକ୍ଷଣ ଥିବା ଲୋକଙ୍କଠାରୁ ଦୂରେଇ ରହିଲେ ଆମେ ଭାଇରାଲ ଜ୍ୱର ଓ ସଂକ୍ରାମତ ରୋଗକୁ ଏଡାଇ ଦେଇ ପାରିବା । ହସପିଟାଲଗୁଡିକରେ ଅଧିକ ଚାପ ରହୁଥିବାରୁ ସେଲଫ କେୟାର, ପୁଷ୍ଟିକର ଖାଦ୍ୟ ଓ ଏକାନ୍ତବାସ ଭଳି ପନ୍ଥା ଆପଣାଇ ଆମେ ଭାଇସର ବିସ୍ତାରକୁ ସୀମିତ କରିପାରିବ ।

ଡକ୍ଟର ଜିଭିଏଲ ବିଜୟ କୁମାର

( ଲେଖକ ଜଣେ ଭୂବିଜ୍ଞାନୀ ବିଶେଷଜ୍ଞ )

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.