ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଜଣେ ପୋଲିସ ଅଧିକାରୀଙ୍କର କୋରୋନା ଆକ୍ରାନ୍ତ ହେବା ପରେ ମୃତ୍ୟୁ ଘଟିଛି । ମୃତକ ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରବଂଶୀ । ତାଙ୍କୁ ପ୍ରାୟ 15 ଦିନ ପୂର୍ବରୁ କୋରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଏସଏଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।
ଇନ୍ଦୋର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଏଚଏନ ଚାରି ମିଶ୍ର କହିଛନ୍ତି, ଯେ ଆଜି 3.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟ୍ରାଭେଲ ହିଷ୍ଟ୍ରି କିମ୍ବା ସଂକ୍ରମଣର ଉତ୍ସ ଜଣାପଡିନାହିଁ । ଗତ ମାସରେ ଇନ୍ଦୋରର ସିଏଏ ବିରୋଧ ସମୟରେ ସେ ପ୍ରାୟ 70 ଦିନ ଧରି ଡ୍ୟୁଟି କରିଥିଲେ ।