ଭୋପାଳ: ସାରା ଦେଶରେ କାୟା ମେଲାଇଛି ମାରାତ୍ମକ ସ୍ବାଇନ ଫ୍ଲୁ। ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ସ୍ବାଇନ ଫ୍ଲୁରେ ମୃତ୍ୟୁ ହେଲାଣି।
ଜାନୁୟାରୀ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 644 ସାମ୍ପୁଲ ପରୀକ୍ଷା ହୋଇ ସାରିଛି । ସେଥିମଧ୍ୟରୁ 152 ପଜିଟିଭ ଆସିଥିବା ବେଳେ ଏବେ ଆହୁରି 10 ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି । 41 ମୃତକଙ୍କ ଭିତରୁ 20 ଜଣ ଇନ୍ଦୋରର ବୋଲି ଜଣାପଡିଛି ।
ବର୍ତ୍ତମାନ ଡାକ୍ତରଖାନାରେ 19 ଜଣ ସ୍ବାଇନ ଫ୍ଲୁ ରୋଗୀ ଚିକିତ୍ସିତ ହେଉଥିବା ସୂନା ଦେଇଛନ୍ତି ଚିଫ ମେଡିକାଲ ଅଫିସର ପ୍ରବୀନ ଜଦିୟା । ରୋଗୀଙ୍କ ଶୀଘ୍ର ଚିକିତ୍ସା ପାଇଁ କ୍ଲିନିକ ଏବଂ ସ୍କ୍ରିନିଂ ସେଣ୍ଟର କରାଯାଇଛି ।
ସ୍ବାଇନ ଫ୍ଲୁ ଏକ ସଂକ୍ରମଣ ଜନିତ ରୋଗ । ଯାହା ରୋଗୀର କଫ, ଛିଙ୍କ କିମ୍ବା ନିଶ୍ବାସପ୍ରଶ୍ବାସ ଦ୍ବାରା ଏଚୱାନଏନୱାନ ଭୂତାଣୁ ସାହାଯ୍ୟରେ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।