ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବିସ୍ଫୋରଣ କରାଯିବା ଧମକ ମିଳିବା ପରେ ଦିଲ୍ଲୀ ଏୟାରପୋର୍ଟରେ ସୁରକ୍ଷା ବଢାଇ ଦିଆଯାଇଥିଲା । ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ ଯାତ୍ରୀ ଏବଂ ତାଙ୍କ ଜିନିଷକୁ ସୁରକ୍ଷିତ ଭାବେ କଢାଯାଇ ପୁଣିଥରେ ଯାଞ୍ଚ କରାଯାଇଛି ।
ସୋମବାର ଦିଲ୍ଲୀ ଏୟାରପୋର୍ଟର ଜଣେ ଅଧିକାରୀ କହିଛନ୍ତି ଯେ, ଏପରି ଧମକପୂର୍ଣ୍ଣ କଲ ଆସିବା ପରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା କରାଗଲା । ଏଥିରେ ସମସ୍ତ ଯାତ୍ରୀଙ୍କ ବ୍ୟାଗ, ଲଗେଜ ଯାଞ୍ଚ କରାଯାଇଥିଲା । କେହି ଜଣେ ଦୁର୍ବୃତ୍ତ ଏପରି କଲ କରି ବିସ୍ଫୋରଣ କରିବାର ଧମକ ଦେଇଥିଲା । ଯାହାକି ପରବର୍ତ୍ତୀ ସମୟରେ ମିଥ୍ୟା ବୋଲି ପ୍ରମାଣିତ ହେଲା । ତେବେ ଏହି ଫ୍ଲାଇଟଟି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥାନ୍ତା । ବିସ୍ଫୋରଣ ହେବାର ଖବର ବିମାନକୁ ଭଲଭାବେ ଯାଞ୍ଚ କରିବା ପରେ କିଛି ନମିଳିବାରୁ ବିମାନକୁ ପୁଣିଥରେ ଉଡେଇବାକୁ ଅନୁମତି ଦିଆଗଲା ।