ଭାରତରେ ପହଞ୍ଚିବ 6.5 ଲକ୍ଷ କୋରୋନା ଟେଷ୍ଟିଂ କିଟ୍ । ଏଥିମଧ୍ୟରୁ ଗୁଆଙ୍ଗ୍ଜହୋଉରୁ 3 ଲକ୍ଷ ଏବଂ ହୁଆଇ ଲିଭଜୋନରୁ 2.5 ଲକ୍ଷ ର୍ୟାପିଡ୍ ଆଣ୍ଟିବଡି ଟେଷ୍ଟିଂ କିଟ୍ ଆସୁଥିବା ବେଳେ ସେନଜେହେନରୁ 1 ଲକ୍ଷ ଆରଏନଏ ଏକ୍ସଟ୍ରାକକ୍ସନ କିଟ ଆସୁଥିବା ସରକାରଙ୍କ ପକ୍ଷରୁ ଦିଆଯାଇଛି ସୂଚନା । କୋରୋନା ଟେଷ୍ଟିଂ କିଟ୍ଗୁଡିକୁ ଭାରତ ପଠାଯିବା ନେଇ ବେଜିଂରେ ଥିବା ଭାରତୀୟ ଦୂତାବାସଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ସରକାର । ଅଧିକ ପଢନ୍ତୁ ।
ଭାରତ ଆସୁଛି 6.5 ଲକ୍ଷ କୋରୋନା ଟେଷ୍ଟିଂ କିଟ୍ - କୋରୋନା ଅପଡେଟ
12:38 April 16
ଭାରତ ଆସୁଛି 6.5 ଲକ୍ଷ କୋରୋନା ଟେଷ୍ଟିଂ କିଟ୍
12:21 April 16
କର୍ଣ୍ଣାଟକରେ କୋରୋନା ନେଲାଣି 19 ମୁଣ୍ଡ
କୋରୋନା ଯୋଗୁଁ ଗୁରୁବାର କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ 66 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ଜଣଙ୍କ 10 ଏପ୍ରିଲରୁ ଭେଣ୍ଟିଲେଟରରେ ଥିଲେ । ଏହାକୁ ମିଶାଇ ରାଜ୍ୟରେ କୋରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟା 19ରେ ପହଞ୍ଚିଛି ।
11:56 April 16
ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1100 ପାର
ରାଜସ୍ଥାନରେ ଆଉ 25 କୋରୋନା ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ଜଣେ ଆଜମେରର ଥିବା ବେଳେ, ଜଣେ ବିକାନେର, 2 ଜଣ ଝୁନଝୁନୁ, 10 ଜଣ ଯୋଧପୁର ଓ 11 ଜଣ ଟୋଙ୍କରୁ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1100 ଟପିଛି ।
09:14 April 16
ଦେଶରେ 12 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 414 ମୃତ
ଥମୁନାହିଁ କୋରୋନା ଆତଙ୍କ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର ଟପି ସାରିଛି । ଏହାସହ ବର୍ତ୍ତମାନ ସୁଦ୍ଧା 400ରୁ ଅଧିକ ଲୋକଙ୍କର କୋରୋନାରେ ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ମୋଟ 12380 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 414 ଜଣଙ୍କର ମୃ୍ତ୍ୟୁ ହୋଇଛି । ଅନ୍ୟପକ୍ଷେ 1489 ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବା ବେଳେ ଭାରତରେ କୋରୋନା ପଜିଟିଭ ସଂଖ୍ୟା 10447 ରହିଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ଜଣା ପଡିଛି ।