ETV Bharat / bharat

ଦେଶରେ 24 ଘଣ୍ଟାରେ 773 ନୂଆ କୋରୋନା ପଜିଟିଭ, 10 ମୃତ୍ୟୁ ରେକର୍ଡ - 24 ଘଣ୍ଟାରେ 773 ନୂଆ କୋରୋନା ପଜିଟିଭ

ଦେଶରେ ମୋଟ କୋରୋନା ପଜିଟିଭ ସଂଖ୍ୟା 5,194କୁ ବୃଦ୍ଧି ପାଇଛି । ସେହିପରି 4643 ଜଣ କୋରୋନା ପଜିଟିଭ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 149 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

India's total number of Coronavirus positive cases rise to 5194
ଦେଶରେ କୋରୋନା ନେଲାଣି 149 ମୁଣ୍ଡ, ପଜିଟିଭ ସଂଖ୍ୟା 5,194କୁ ବୃଦ୍ଧି
author img

By

Published : Apr 8, 2020, 11:18 AM IST

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 773 ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 10 ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 5,194କୁ ବୃଦ୍ଧି ପାଇଛି । ସେହିପରି 4643 ଜଣ କୋରୋନା ପଜିଟିଭ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 149 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 401 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ 1018 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 690, ଦିଲ୍ଲୀରେ 576, କେରଳରେ 336, ତେଲେଙ୍ଗାନା 364, ଉତ୍ତରପ୍ରଦେଶରେ 326, ରାଜସ୍ଥାନରେ 328 ଓ ଆନ୍ଧ୍ରପ୍ରଦେଶରେ 305 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 64 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ ଓ ମଧ୍ୟପ୍ରଦେଶରେ 13, ଦିଲ୍ଲୀରେ 9, ତେଲେଙ୍ଗାନାରେ 7, ତାମିଲନାଡୁରେ 7, କର୍ଣ୍ଣାଟକରେ 4, ଆନ୍ଧ୍ରପ୍ରଦେଶରେ 3 ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.