ETV Bharat / bharat

60 ଦିନର ତାଲାବନ୍ଦ, ଭାରତୀୟ ଖୁଚୁରା ବାଣିଜ୍ୟ ସଙ୍ଘ ସହିଛି 9 ଲକ୍ଷ କୋଟିର କ୍ଷତି - corona news

ଦୀର୍ଘଦିନ ବ୍ୟାପି ତାଲାବନ୍ଦ ପ୍ରକ୍ରିୟା ଭାରତୀୟ ଅର୍ଥନୀତିକୁ ଧରାଶାୟୀ କରିଦେଇଛି। ଯାହାଫଳରେ ଦେଶ ବାଣିଜ୍ୟିକ କାରବାର ଅତ୍ୟନ୍ତ ଶୋଚନୀୟ। ଦୀର୍ଘ 60 ଦିନର ଲକଡାଉନ ଫଳରେ 9 ଲକ୍ଷ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହିଛି ଦେଶ।

60 ଦିନର ତାଲାବନ୍ଦ, ଭାରତୀୟ ଖୁଚୁରା ବାଣିଜ୍ୟ ସଙ୍ଘ ସହିଛି 9 ଲକ୍ଷ କୋଟିର କ୍ଷତି

author img

By

Published : May 25, 2020, 9:12 AM IST

ନୂଆଦିଲ୍ଲୀ: ଲକଡାଉନ ପାଇଁ ସବୁକିଛି ଠପ୍। ଏନେଇ ଆର୍ଥିକ ମାନ୍ଦାବସ୍ଥା ସହ ବିଭିନ୍ନ କମ୍ପାନୀ ଛଟେଇ ଆରମ୍ଭ କଲାଣି। ଦୀର୍ଘଦିନ ବ୍ୟାପି ଏହି ତାଲାବନ୍ଦ ପ୍ରକ୍ରିୟା ଭାରତୀୟ ଅର୍ଥନୀତିକୁ ଧରାଶାୟୀ କରିଦେଇଛି। ଯାହାଫଳରେ ଦେଶ ବାଣିଜ୍ୟିକ କାରବାର ଅତ୍ୟନ୍ତ ଶୋଚନୀୟ। ଦୀର୍ଘ 60 ଦିନର ଲକଡାଉନ ଫଳରେ 9 ଲକ୍ଷ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହିଛି ଦେଶ।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କହିଛି ଯେ ଗତ ସୋମବାର ଠାରୁ ସାରା ଦେଶରେ ଦୋକାନ ଏବଂ ବାଣିଜ୍ୟିକ ବଜାର ପ୍ରାୟ 5 ପ୍ରତିଶତ ବ୍ୟବସାୟ ପଞ୍ଜିକରଣ କରିପାରିବ। ଏବଂ କେବଳ 8% କର୍ମଜୀବୀ ଦୋକାନରେ ନିଜର କାର୍ଯ୍ୟ ଆରମ୍ଭ କରିପାରିବେ। ଏହାସହ 80 ପ୍ରତିଶତ କର୍ମଚାରୀ ଘରୁ ଯିବା ଆସିବା କରିବେ।

CAIT ସେକ୍ରେଟେରୀ ଜେନେରାଲ୍ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ''60 ଦିନ ଧରି ଦେଶବ୍ୟାପୀ ତାଲା ପଡିଥିବା ବେଳେ ଘରୋଇ ବାଣିଜ୍ୟ ପ୍ରାୟ 9 ଲକ୍ଷ କୋଟି ଟଙ୍କାରେ ବ୍ୟବସାୟ ହରାଇଛି ଯାହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଖାପାଖି 1.5 ଲକ୍ଷ କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଛି।''

ବ୍ୟବସାୟୀମାନେ ତୀବ୍ର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ସରକାରଙ୍କ ତରଫରୁ କୌଣସି ନୀତିଗତ ସମର୍ଥନ ନ ଥିବାରୁ ସେମାନେ ସେମାନଙ୍କ ବ୍ୟବସାୟର ଭବିଷ୍ୟତକୁ ନେଇ ଚିନ୍ତିତ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.