ETV Bharat / bharat

ଅନ୍ୟ ଦେଶଠାରୁ ଭିନ୍ନ ଭାରତର ‘ମିଶ୍ରିତ ସମ୍ବିଧାନ’

ସମ୍ବିଧାନ ଦିବସ ଉପଲକ୍ଷେ ଇଟିଭି ଭାରତ ପକ୍ଷରୁ ସର୍ବଭାରତୀୟ ବାର ଆସୋସିଏସନ ଓ ସମ୍ବିଧାନିକ ବିଶେଷଜ୍ଞର ଅଧ୍ୟକ୍ଷ ଆଦିଶ ଅଗ୍ରୱାଲଙ୍କ ସହ ଆଲୋଚନା ।

author img

By

Published : Nov 28, 2019, 3:02 PM IST

newdelhi
ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାର 70 ବର୍ଷ ବିତିଯାଇଛି । ଏହି ସମ୍ବିଧାନକୁ ପ୍ରସ୍ତୁତ କରିବାରେ ସମ୍ବିଧାନକର୍ତ୍ତାମାନେ ବିଭିନ୍ନ ଦେଶର ସମ୍ବିଧାନକୁ ଅନୁକରଣ କରିଥିଲେ । ତେଣୁ ଭାରତୀୟ ସମ୍ବିଧାନକୁ ମିଶ୍ରିତ ବୋଲି କୁହାଯାଇଥାଏ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସମ୍ବିଧାନ ଦିବସ ଉପଲକ୍ଷେ ଇଟିଭି ଭାରତ ପକ୍ଷରୁ ସର୍ବଭାରତୀୟ ବାର ଆସୋସିଏସନ ଓ ସମ୍ବିଧାନିକ ବିଶେଷଜ୍ଞର ଅଧ୍ୟକ୍ଷ ଆଦିଶ ଅଗ୍ରୱାଲଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଭାରତୀୟ ସମ୍ବିଧାନର କାର୍ଯ୍ୟକାରିତାର ବିଭିନ୍ନ ଦିଗ ସହିତ ସମ୍ବିଧାନ ସଂଶୋଧନ ପାଇଁ କାହିଁକି ଓ କ'ଣ ପାଇଁ ଅଧିକ ସମୟ ଲାଗିଥାଏ । ଏହା ସହିତ ସୁପ୍ରିମକୋର୍ଟର ବିଭିନ୍ନ ନିଷ୍ପତ୍ତି ତଥା ଭାରତୀୟମାନଙ୍କର ସମାନ ନାଗରିକ ସଂହିତା ଉପରେ ସେ ନିଜର ମତ ରଖିଥିଲେ ।

ସେ କହିଥିଲେ, ସମ୍ବିଧାନର ପରିବର୍ତ୍ତନ ଏକ ଜଟିଳ ପ୍ରକ୍ରିୟା । ବୁଦ୍ଧିଜୀବୀମାନଙ୍କର ସଭାକୁ ସ୍ବୀକୃତି ନ ମିଳିବା ସ୍ବାଭାବିକ । ଏଥିପାଇଁ ଯୋଜନା ବଦ୍ଧ ଭାବରେ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଏପରିକି ସଂସଦରେ ସଂଶୋଧିତ ହେବାକୁ ଥିବା ପ୍ରସଙ୍ଗର ସପକ୍ଷବାଦୀ ଓ ବିପକ୍ଷବାଦୀ ସଭ୍ୟମାନେ ରହିଥାନ୍ତି । ତେଣୁ ସମ୍ବିଧାନକୁ ସଂଶୋଧନ କରିବାକୁ ସମୟ ଲାଗିଥାଏ ।

ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏହା ଯେ ବିଭିନ୍ନ ବର୍ଗର ଲୋକମାନେ କୌଣସି ନିଷ୍ପତ୍ତିରେ ନିଜର ମତ ତଥା ପ୍ରଶ୍ନ ଉଠାଇପାରନ୍ତି । ସମ୍ବିଧାନ ପ୍ରସଙ୍ଗରେ ସେ କହିଛନ୍ତି, ଏହା କୌଣସି ଐତିହାସିକ ସଂଶୋଧନ ଠାରୁ ଅଧିକ ବିବରଣୀ ବିଶିଷ୍ଟ ।

ଅଯୋଧ୍ୟା ଶୁଣାଣୀରେ ସୁପ୍ରିମକୋର୍ଟଙ୍କ ଶୁଣାଣି ନିରପେକ୍ଷ ରହିଥିଲା । ଏହି ମାମଲାର ଶୁଣାଣୀ କରୁଥିବା ବିଚାରପତିଙ୍କ ମଧ୍ୟରେ ଜଣେ ମୁସଲମାନ ନ୍ୟାୟାଧୀଶ ମଧ୍ୟ ରହିଥିଲେ । ହେଲେ ଏହି ମାମଲାରେ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣକୁ ସେ ଅନୁମତି ଦେଇଥିଲେ । ନ୍ୟାୟପାଳିକା ନିରପେକ୍ଷ ଭାବରେ ସମ୍ବିଧାନ ଅନୁସାରେ ଏହାର ଶୁଣାଣୀ କରିଥିଲେ ବୋଲି ଆଦିଶ ଅଗ୍ରୱାଲ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.