ETV Bharat / bharat

ବେଙ୍ଗାଲୁରୁରେ ଖୋଲିବ ଦେଶର ପ୍ରଥମ ସାଇବର କ୍ରାଇମ କଣ୍ଟ୍ରୋଲ ରୁମ

ଏଣିକି ସାଇବର ଅପରାଧ ଉପରେ ଲାଗି ରୋକ। ବାଙ୍ଗାଲୁରୁ ସହରରେ ଖୋଲିବ ଦେଶର ପ୍ରଥମ ସାଇବର କ୍ରାଇମ କଣ୍ଟ୍ରୋଲ ରୁମ। କଣ୍ଟ୍ରୋଲ ରୁମରୁ ହେବ ବ୍ୟାଙ୍କ ଆକାଉଣ୍ଟ ବ୍ଲକ। ଅଧିକ ପଢ଼ନ୍ତୁ...

ବେଙ୍ଗାଲୁରୁରେ ଖୋଲିବ ଦେଶର ପ୍ରଥମ ସାଇବର କ୍ରାଇମ କଣ୍ଟ୍ରୋଲ ରୁମ
ବେଙ୍ଗାଲୁରୁରେ ଖୋଲିବ ଦେଶର ପ୍ରଥମ ସାଇବର କ୍ରାଇମ କଣ୍ଟ୍ରୋଲ ରୁମ
author img

By

Published : Nov 1, 2020, 7:47 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଖୋଲିବ ଦେଶର ପ୍ରଥମ ସାଇବର କ୍ରାଇମ କଣ୍ଟ୍ରୋଲ ରୁମ(cyber crime control room)। ଅନେକ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଅନଲାଇନ ଠକେଇ ମାମଲା ସାମ୍ନାକୁ ଆସୁଛି। ଠକେଇର ଶିକାର ହେଉଥିବା ବ୍ୟକ୍ତି କିଛି କରିବା ପୂର୍ବରୁ ସାଇବର ଅପରାଧିମାନେ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଆତ୍ମସାତ କରି ନିଅନ୍ତି। ଏଭଲି ଠକାମି ପ୍ରତିକାର କରିବା ପାଇଁ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ଏହି ସାଇବର କ୍ରାଇମ କଣ୍ଟ୍ରୋଲ ରୁମ ଆରମ୍ଭ କରାଯିବ।

ସାଧାରଣତଃ ଯେଉଁମାନେ ସାଇବର ଠକାମିର ଶିକାର ହୋଇଥାନ୍ତି ସେମାନେ ପ୍ରଥମେ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଚେଷ୍ଟା କରିଥାନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥାନ୍ତି। ତେବେ ବ୍ୟାଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଏଫଆଇଆରର ନକଲ ମାଗିଥାଏ। ତେବେ ଏଫଆଇଆର ନେଲା ବେଳକୁ ସମସ୍ତ ଟଙ୍କା ଅନ୍ୟଜଣଙ୍କ ଖାତାକୁ ଚାଲିଯାଇଥିବା ଦେଖା ଦେଇଛି। ଏଭଳି ପରିସ୍ଥିତିରେ ସାଇବର କଣ୍ଟ୍ରୋଲ ରୁମରୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରାଯାଇ ପାରିବ। ଆକାଉଣ୍ଟ ବନ୍ଦ କରିବା ପାଇଁ ବ୍ୟାଙ୍କକୁ ଯିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ।

ବ୍ୟାଙ୍କ ଏଟିଏମର ପାସୱାର୍ଡ(atm password), ଓଟିପି(OTP) ଓ ରିୱାର୍ଡ(reward) ଲାଳସା ଦେଇ ଲୋକଙ୍କୁ ଠକିଥାନ୍ତି ଏହି ସାଇବର ଲୁଟେରା । ଏଭଳି ଉପାୟ କରି କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି। ଥରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଅନ୍ୟ ଆକାଉଣ୍ଟକୁ ଚାଲିଗଲେ ଆଉ ତାହାକୁ ଫେରସ୍ତ କରିବା ମୁସ୍କିଲ ହୋଇ ପଡ଼ିଥାଏ। ତେବେ ଏହି ଟଙ୍କା ଫେରାଇ ଆଣିବାକୁ ବେଙ୍ଗାଲୁରୁ ପୋଲିସର ପରାମର୍ଶ ପରେ କିଛି ଘରୋଇ କମ୍ପାନୀ ଏନେଇ ସଫ୍ଟୱେର୍ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।

ସାଇବର ଠକାମିର ଶିକାର ହେଉଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଛନ୍ତି ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ। ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏନେଇ ଶୀଘ୍ର କୌଣସି ପଦକ୍ଷେପ ନିଆଯିବ ବୋଲି ଉତ୍ତରରେ କହିଛନ୍ତି। ଏହାଦ୍ବାରା କେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି ଏବଂ ଏହା କେଉଁ ଏଟିଏମରୁ ଉଠାଗଲା ତାହା ଜଣା ପଡ଼ିବ।

ସାଇବର କଣ୍ଟ୍ରୋଲ ରୁମରେ ଅଭିଯୋଗ କରିବା ପାଇଁ ଲୋକଙ୍କୁ ଏଠାକୁ ଆସିବାକୁ ପଡ଼ିବ ନାହିଁ। ହ୍ବାଟ୍ସ ଆପ ମାଧ୍ୟମରେ ମଧ୍ୟ ଲୋକେ ଅଭିଯୋଗ କରି ନିଜ ଆକାଉଣ୍ଟ ବନ୍ଦ କରିପାରିବେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଭିଯୋଗ ନକଲ ଦିଆଯାଇପାରିବ। ଏହାଦ୍ବାରା ଠକାମିର ଶିକାର ହେଉଥିବା ବ୍ୟକ୍ତିବିଶେଷ ମାନେ ଯଥାଶୀଘ୍ର ନିଜ ଟଙ୍କାକୁ ସୁରକ୍ଷିତ ଭାବରେ ରଖି ପାରିବେ।

ପ୍ରତି ବର୍ଷ ରାଜ୍ୟରେ ସାଇବର ଠକେଇର ଶିକାର ହୋଇ ଟଙ୍କା ହରାଉଛନ୍ତି ଲୋକେ। 2019 ମସିହାରେ ଦେଶରେ 44 ହଜାର 546 ସାଇବର ଠକେଇ ଅଭିଯୋଗ ହୋଇଥିଲା। ସେହିଭଳି 2018 ମସିହାରେ 28 ହଜାର 248 ଅଭିଯୋଗ ହୋଇଥିଲା। ତେବେ ସାଇବର କଣ୍ଟ୍ରୋଲ ରୁମ ପରେ ଏଭଳି ଅପରାଧ ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.