ETV Bharat / bharat

ଦେଶରେ 55 ଲକ୍ଷ ପାର କୋରୋନା ସଂକ୍ରମଣ ସଂଖ୍ୟା, 88935 ମୃତ - COVID19

ଦୀର୍ଘ ଦିନ ଧରି ବଡିଚାଲିଥିବା ସଂକ୍ରମଣ ସଂଖ୍ୟାରେ ସୋମବାର କିଛି ମାତ୍ରାରେ ହ୍ରାସ ପାଇଛି । ଅନ୍ୟପଟେ କୋରୋନା ଅତ୍ୟଧିକ ବ୍ୟାପୁଥିବା ଅନ୍ୟ ଦେଶ ତୁଳନାରେ ସଂକ୍ରମଣ ସଂଖ୍ୟା ତୁଳନାରେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ରହିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଦେଶରେ 55 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା, 88,935 ମୃତ

author img

By

Published : Sep 22, 2020, 11:00 AM IST

ନୂଆଦିଲ୍ଲୀ: ଦୀର୍ଘ 2 ମାସର ବ୍ୟବଧାନ ପରେ ସେପ୍ଟେମ୍ବର 21 ତାରିଖରେ କୋରୋନା ସଂକ୍ରମଣ ମାମଲା ହ୍ରାସ ପାଇଛି । ପୂର୍ବରୁ ପ୍ରତ୍ୟେକ ଦିନ 1 ଲକ୍ଷ ପାଖାପାଖି ପଜିଟିଭ ସଂଖ୍ୟା ରିପୋର୍ଟ ହେଉଥିଲା । ଯାହା ଦ୍ବାରା ଦେଶରେ 55 ଲକ୍ଷ ପାର କରିଛି ଏହି ସଂଖ୍ୟା ।

ତେବେ କେନ୍ଦ୍ର ସ୍ଥାସ୍ଥ୍ୟ ମନ୍ତ୍ରାଳୟ ଓ ପରିବାର କଲ୍ୟାଣ ବିଭାଗ ମୁତାବକ ଗତ 24 ଘଣ୍ଟାରେ 75 ହଜାର 83 ଟି ନୂଆ ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି । ଏଥିରେ 1,053 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ 55 ଲକ୍ଷ 62 ହଜାର 664ରେ ପହଞ୍ଚିଛି ଏହି ସଂଖ୍ୟା। ଯେଉଁଥିରେ 88 ହଜାର 935 ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 44 ଲକ୍ଷ 97 ହଜାର 868 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 9 ଲକ୍ଷ 75 ହଜାର 861 ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.