ETV Bharat / bharat

ଦେଶରେ 16 ଲକ୍ଷ ଅତିକ୍ରମ କଲା ସଂକ୍ରମଣ, 24 ଘଣ୍ଟାରେ 55 ହଜାର ମାମଲା - India's COVID tally crosses 16 lakh mark

ଦେଶ ସର୍ବକାଳୀନ କୋରୋନା ପଜିଟିଭ୍ ମାମଲାରେ ରେକର୍ଡ ଭାଙ୍ଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 24 ଘଣ୍ଟା ମଧ୍ୟରେ ଦେଶରେ 55 ହଜାର ପଜିଟିଭ୍ ମାମଲା ଚିହ୍ନଟ କରାଯାଇଛି। ଏହାସହ 779 ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ 16 ଲକ୍ଷ ଅତିକ୍ରମ କଲା ସଂକ୍ରମଣ, 24 ଘଣ୍ଟାରେ 55 ହଜାର ମାମଲା

author img

By

Published : Jul 31, 2020, 9:57 AM IST

ନୂଆଦିଲ୍ଲୀ: ସଂକ୍ରମଣ ମାମଲାରେ ଆଗେଇ ଚାଲିଛି ଦେଶ। ଶୁକ୍ରବାର 16 ଲକ୍ଷ ଆକ୍ରାନ୍ତ ତାଲିକାରେ ଦେଶ ସାମିଲ ହୋଇଛି। ଆଜି ଦେଶ ସର୍ବକାଳୀନ କୋରୋନା ପଜିଟିଭ୍ ମାମଲାରେ ରେକର୍ଡ ଭାଙ୍ଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 24 ଘଣ୍ଟା ମଧ୍ୟରେ ଦେଶରେ 55 ହଜାର ପଜିଟିଭ୍ ମାମଲା ଚିହ୍ନଟ କରାଯାଇଛି। ଏହାସହ 779 ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ମୋଟ ମାମଲା 16,38,871 ରେ ରହିଛି। ଯେଉଁଥିରେ 5,45,318 ସକ୍ରିୟ ମାମଲା, 10,57,806 ଆରୋଗ୍ୟ ସହ 35,747 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 6 ଲକ୍ଷରୁ ଅଧିକ ପରୀକ୍ଷଣ କରି କୋଭିଡ୍ 19 ବିରୋଧରେ ଲଢେଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ସୂଚନା ଦେଇଛି।

ଏପଟେ ଏହି ମହାମାରୀରେ ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୭୪ ଲକ୍ଷ ୫୪ ହଜାର ୧୨୯ରେ ପହଁଞ୍ଚିଛି । ଏହି ମାରାତ୍ମକ ଭାଇରସରେ ୬ ଲକ୍ଷ ୭୫ ହଜାର ୭୬୪ ଜଣଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ କୋଟିଏ ଲକ୍ଷ ୯ ଲକ୍ଷ ୨୫ ହଜାର ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଲକ୍ଷ ୫୨ ହଜାର ୪୪୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ୬୬ ହଜାର ୩୮୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.