ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନାର ପ୍ରକୋପ ଜାରି ଲାଗିଛି । ଏହାର ଭୟାବହତା ବଢିବାରେ ଲାଗିଛି । ସାରା ବିଶ୍ବର 1.4 କୋଟିରୁ ଊର୍ଦ୍ଧ୍ବ ଲୋକେ ସଂକ୍ରମିତ ହୋଇସାରିଛନ୍ତି । ସେଥିରୁ 5 ଲକ୍ଷ 30 ହଜାରରୁ ଅଧିକଙ୍କ ଜୀବନ ନେଲାଣି କୋରୋନା । ଏହି ଭାଇରସକୁ ପ୍ରତିହତ କରିବାକୁ ପ୍ରାଣପ୍ରଣେ ଉଦ୍ୟମ ଜାରି ରହିଛି । ବିଭିନ୍ନ ଦେଶରେ ଏବେ 140ଟି ଟିକା ବିକଶିତ କରାଯାଉଛି । ଯେଉଁଥିରୁ ମାତ୍ର 11ଟି ମଣିଷ ଉପରେ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ସେପଟେ ଭାରତରେ ବିକାଶିତ ହେଉଥିବା 2ଟି ଟିକା କୋରୋନାର ଅନ୍ତ ଘଟାଇବ ବୋଲି କୁହାଯାଇଛି ।
ମାନବ ଶରରୀରେ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିବା 11ଟି ଟିକା ମଧ୍ୟରୁ ଭାରତର 2ଟି ଟିକା ରହିଛି । ଏହି ମହାମାରୀ ପ୍ରତିରୋଧ ପାଇଁ ଆମ ଦେଶରେ 6ଟି ଟିକା ବିକାଶ କରାଯାଉଛି । କିନ୍ତୁ କୋଭିକ୍ସନ ଓ ଜାଇକୋଭ-ଡି ନାମକ ଦୁଇଟି ଟିକାକୁ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମୋଦ ପାଇଛି । ଏହି ଦୁଇଟି ଟିକା ଏବେ ମହାମାରୀ କୋରୋନାର ଅନ୍ତ ହେବାର ଆରମ୍ଭକୁ ସୂଚିତ କରି ଏ ସମ୍ପର୍କରେ ଆଶାବାଦୀ ଥିବା ଭାରତୀୟ କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ସୂଚନାରେ କୁହାଯାଇଛି, ବ୍ରିଟିଶ କମ୍ପାନୀ ଅଷ୍ଟ୍ରାଜେନକା ଦ୍ବାରା ବିକଶିତ AZD1222 ଏବଂ ଆମେରିକୀୟ ଭେଷଜ କମ୍ପାନୀ ମଡର୍ଣ୍ଣ ଦ୍ବାରା ପ୍ରସ୍ତୁତ MRNA-1273 ନାମକ ଟିକାର ଭାରତରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି ।
ସୂଚନା ଅନୁଯାୟୀ, ଭାରତୀୟ ବାୟୋଟିକ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିକ୍ସିନ ଅଗଷ୍ଟ 15 ସୁଦ୍ଧା ଉପଲବ୍ଧ ହେବା ନେଇ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇଏମସି) ନିର୍ଦ୍ଦେଶ ଦେଇଥିଲା । ଏହା ପରେ ସରକାରଙ୍କୁ ବିଭିନ୍ନ ମହଳରେ ସମାଲୋଚନାର ଶିକାର ହେବାକୁ ପଡିଥିଲା । ବର୍ଷ ଶେଷରେ ବିହାର ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜନୈତିକ ଫାଇଦା ଦେବାକୁ ସମ୍ପୃକ୍ତ ମନ୍ତ୍ରଣାଳୟର ଏଭଳି ତରବରିଆ ନିଷ୍ପତ୍ତି ନେଇ ଟିକାର ଲୋକାପର୍ଣର ତାରିଖ ଘୋଷଣା କରିଛନ୍ତି। ଯହାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ । ଯଦି ଏହି ଟିକା ଭୁଲ ପ୍ରମାଣିତ ହୁଏ ତେବେ ଅନେକଙ୍କ ଜୀବନ ଯାଇପାରେ ବୋଲି ପିଏମଙ୍କୁ ଟାର୍ଗେଟ କରିଥିଲେ । ସେପଟେ ଏହାର ଉତ୍ତର ରଖିଥିଲା ଆଇଏମସିଆର, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସମସ୍ତ ଗାଇଡଲାଇନକୁ ଅନୁସରଣ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ଏଭଳି ପରୀକ୍ଷଣକୁ ତ୍ବରାନ୍ବିତ କରିବାକୁ ଏପରି କୁହାଯାଇଛି ବୋଲି ଆଇଏମସିଆର ସଫେଇ ରଖିଛି ।