ETV Bharat / bharat

କଣ କହିଲେ କୁଳଭୂଷଣଙ୍କ ପକ୍ଷରୁ ଲଢୁଥିବା ଓକିଲ ହରିଶ ? - kulbhushan jadhav case

କୁଳଭୂଷଣ ଯାଦବଙ୍କ ଓକିଲ ତଥା ଆଇସିଜେରେ ଭାରତର ପକ୍ଷ ରଖିଥିବା ଓକିଲ ହରିଶ ସାଲଭେ ଗଣମାଧ୍ୟମକୁ ଦେଲେ ତଥ୍ୟ । କହିଲେ ପାକିସ୍ତାନ ଭିଏନା ଚୁକ୍ତି ଉଲ୍ଲଙ୍ଘନ କରିଛି । ଏହି ମାମଲାରେ କନସୁଲାର ଆକସେସ ଦେଇନାହିଁ । ତେଣୁ ଆଇସିଜେ ସମସ୍ତ ଦିଗକୁ ତର୍ଜମା କରି ରାୟ ଶୁଣାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 18, 2019, 10:32 PM IST

ନୂଆଦିଲ୍ଲୀ: କୁଳଭୂଷଣଙ୍କୁ ନେଇ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ବୁଧବାର ଫୈସଲା ଶୁଣାଇବା ପରେ ବିଭିନ୍ନ ଦିଗରୁ ପ୍ରତିକ୍ରିୟା ଆସୁଛି । ଏଣିକି ପାକିସ୍ତାନ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଫାସି ଦଣ୍ଡ ଦେଇ ପାରିବ ନାହିଁ ।

ତେବେ ଆଇସିଜିରେ ଭାରତର ପକ୍ଷ ରଖିଥିବା ଓକିଲ ହରିଶ ସାଲଭେ କୋର୍ଟଙ୍କ ରାୟ ପରେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ଆଇସିଜେ ରାୟ ଶୁଣାଇଛି ଯେ ପାକିସ୍ତାନ ଭିଏନା ଚୁକ୍ତି ଉଲ୍ଲଙ୍ଘନ କରିଛି । ପାକିସ୍ତାନ କନସୁଲାର ଆକସେସ ଦେଇନାହିଁ । ତେଣୁ ଆଇସିଜେରେ ପାକିସ୍ତାନର ପରାଜୟ ହୋଇଛି ।

ଲଣ୍ଡନରେ ଆୟୋଜିତ ପ୍ରେସ କନଫ୍ରେନ୍ସରେ ଓକିଲ ହରୀଶ ସାଲଭେ କହିଛନ୍ତି, ଆଇସିଜେ ଉକ୍ତ ମାମଲାର ହସ୍ତକ୍ଷେପ କରିଛନ୍ତି । ତେଣୁ ତାଙ୍କୁ ଆମେ ଆମ ଦେଶ ପକ୍ଷରୁ କୃତଜ୍ଞତା ଜଣାଉଛୁ । କିଛିଦିନ ମଧ୍ୟରେ ଏହି ମାମଲାର ଶୁଣାଣି ଖୁବଶୀଘ୍ର ସମ୍ପୂର୍ଣ୍ଣ ହୋଇଛି । ଏହି ଫଇସଲାରେ କୂଳଭୂଷଣ ଫାସିରୁ ବଞ୍ଚିତ ହେଲେ । ପାକିସ୍ତାନ ସର୍ବଦା ଏହି ମାମଲା ଲଢିବା ବେଳେ କୁଳଭୂଷଣଙ୍କଠାରୁ ଆଦାୟ କରିଥିବା କଥିତ ପାସପୋର୍ଟକୁ ନେଇ ଖେଳିବାକୁ ଚେଷ୍ଟା କରିଥିଲା । ତେବେ ପାକିସ୍ତାନ କୁଳଭୂଷଣଙ୍କ ପାସପୋର୍ଟ ଦେଖାଇବା ବଦଳରେ ପାକିସ୍ତାନ ନିଜର ନାଗରିକତା ପ୍ରସଙ୍ଗକୁ ଉଠାଇଥିଲା । ଯାହାକୁ ଖାରଜ କରିଥିଲେ ଆଇସିଜେ ।

Intro:Body:

asc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.