ETV Bharat / bharat

ଭାରତରେ ପ୍ରଥମ ବ୍ରାଣ୍ଡ କ୍ୟାମ୍ପେନ ଆରମ୍ଭ କଲା ହ୍ବାଟ୍ସଆପ - It's Between You

ହ୍ବାଟ୍ସଆପ୍‌ ଭାରତରେ ଏହାର ପ୍ରଥମ ବ୍ରାଣ୍ଡ କ୍ୟାମ୍ପେନ “ଇଟ୍ସ ବିଟ୍ବିନ ୟୁ’’ ଆରମ୍ଭ କରିଛି । ହ୍ବାଟ୍ସଆପ୍‌ର ଆପର ଏହା ପ୍ରଥମ ଗ୍ଲୋବାଲ କ୍ୟାମ୍ପେନ । ଭାରତୀୟଙ୍କ ପରସ୍ପର ସହ ଯୋଗଯୋଗ ବିଷୟରେ ଆରମ୍ଭ ହୋଇଛି ଏହି କ୍ୟାମ୍ପେନ । ଅଧିକ ପଢ଼ନ୍ତୁ..

WhatsApp launches its first global brand campaign, first brand campaign by WhatsApp, communicate with family & friends , ବ୍ରାଣ୍ଡ କ୍ୟାମ୍ପେନ ଆରମ୍ଭ କଲା ହ୍ବାଟ୍ସଆପ, It's Between You
ଭାରତରେ ପ୍ରଥମ ବ୍ରାଣ୍ଡ କ୍ୟାମ୍ପେନ ଆରମ୍ଭ କଲା ହ୍ବାଟ୍ସଆପ
author img

By

Published : Jul 4, 2020, 7:57 PM IST

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଶନିବାର ଭାରତରେ ଏହାର ପ୍ରଥମ ବ୍ରାଣ୍ଡ କ୍ୟାମ୍ପେନ “ଇଟ୍ସ ବିଟ୍ବିନ ୟୁ (It's Between You)” ଆରମ୍ଭ କରିଛି। ଏହି ଅଭିଯାନରେ ହ୍ବାଟ୍ସଆପ୍ ମାଧ୍ୟମରେ ଭାରତର ଲୋକମାନେ କିପରି ଯୋଗାଯୋଗ କରନ୍ତି ସେ ବିଷୟରେ ଆଲୋଚନା ହୋଇଛି। ଏହା ହ୍ବାଟ୍ସଆପ୍‌ର ଆପର ପ୍ରଥମ ଗ୍ଲୋବାଲ କ୍ୟାମ୍ପେନ ମଧ୍ୟ ।

ହ୍ବାଟ୍ସଆପ୍ ଏହାର ଅଭିଯାନ ପାଇଁ ବଲିଉଡ ନିର୍ଦ୍ଦେଶକ ଗୌରୀ ଶିନ୍ଦେ ଏବଂ ବିବିଡିଓ ଇଣ୍ଡିଆ ସହ ସହଯୋଗ କରିଛି ଯେଉଁଥିରେ ଦୁଇଟି ଷାଠିଏ ସେକେଣ୍ଡର ବିଜ୍ଞାପନ ରହିଛି। ପ୍ରଥମଟିରେ ଜଣେ ବୟସ୍କ ମହିଳା ଓ ତାଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ବିଷୟରେ ଦେଖାଯାଉଛି, ଯେଉଁମାନେ ଆଉ ଏକାଠି ନାହାନ୍ତି । କିନ୍ତୁ ତଥାପି ସେମାନେ ହ୍ବାଟ୍ସଆପର ଟେକ୍ସଟ୍‌ ମେସେଜ, ଅଡିଓ ମେସେଜ ଓ ଭିଡିଓ କଲ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରୁଛନ୍ତି ।

WhatsApp launches its first global brand campaign, first brand campaign by WhatsApp, communicate with family & friends , ବ୍ରାଣ୍ଡ କ୍ୟାମ୍ପେନ ଆରମ୍ଭ କଲା ହ୍ବାଟ୍ସଆପ, It's Between You
ଇଟ୍ସ ବିଟ୍ବିନ ୟୁ

ଦ୍ବିତୀୟ ବିଜ୍ଞାପନରେ ହ୍ବାଟ୍ସଆପ୍ ଭିଡିଓ କଲ ମଧ୍ୟ ହାଇଲାଇଟ୍ ହୋଇଛି ଯେଉଁଥିରେ ଜଣେ ସାନ ଭଉଣୀ ତାଙ୍କ ବଡ଼ ଭଉଣୀ ସହିତ କଥାବାର୍ତ୍ତା କରୁଥିବାବେଳେ ତାଙ୍କୁ କିଛି ଅଲଗା କରିବାକୁ ପ୍ରେରିତ କରୁଛନ୍ତି ।

ହ୍ବାଟ୍ସଆପ୍ ଏହି ବିଜ୍ଞାପନ ମାଧ୍ୟମରେ ଗୋପନୀୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥାଏ ଏବଂ ପ୍ରତ୍ୟେକ ଯୋଗାଯୋଗ ସୁରକ୍ଷିତ ଥିବା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ କିପରି ସୁନିଶ୍ଚିତ କରେ ।

“ଆମେ ବିଭିନ୍ନ ଲୋକଙ୍କ ସହିତ ବିଭିନ୍ନ ଉପାୟରେ ଯୋଗାଯୋଗ କରୁ ଏବଂ ଏହା ହେଉଛି ଆମର ବ୍ୟକ୍ତିଗତ ସଂଯୋଗର ମୂଳ ବିଷୟ । ଆପଣ ଯାହା କୁହନ୍ତି ଏବଂ ନିଜକୁ ପରିପ୍ରକାଶ କରିବାର କ୍ଷମତା ପ୍ରାଇଭେସିରୁ ହିଁ ଆସିଥାଏ । ହ୍ବାଟ୍ସଆପ୍‌ର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସହିତ ଆମେ ବାସ୍ତବ ଜୀବନର ପାରସ୍ପରିକ କ୍ରିୟାଗୁଡ଼ିକର ନକଲ କରିବାକୁ ନିକଟତର ହୋଇଥାଉ ଏବଂ ସେତେବେଳେ ହିଁ ଆମେ ପ୍ରକୃତରେ ନିଜତ୍ବ ଅନୁଭବ କରିଥାଉ । ଆପଣଙ୍କ କଥାବାର୍ତ୍ତା, ଥଟ୍ଟା ଏବଂ ସ୍ମୃତିଗୁଡ଼ିକ ଆପଣଙ୍କର ଅଟେ ଏବଂ ଆପଣଙ୍କ ମଧ୍ୟରେ ରହିବାକୁ ଯୋଗ୍ୟ ବୋଲି ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ଅବିନାଶ ପନ୍ତ କହିଛନ୍ତି।

ହ୍ବାଟ୍ସଆପ୍ ଏହାର ପ୍ଲାଟଫର୍ମ ପାଇଁ ଦୁଇଟି ନୂତନ ଫିଚର ଘୋଷଣା କରିବାର କିଛି ସମୟ ପରେ ହିଁ ଏହି ଅଭିଯାନ ଆରମ୍ଭ କରିଛି । ହ୍ବାଟ୍ସଆପ୍ ଏହାର ୱେବ ଏବଂ ଡେସ୍କଟପ ସଂସ୍କରଣ ପାଇଁ ଡାର୍କ ମୋଡ ରୋଲ କଲା । ଯୋଗାଯୋଗ ଯୋଡିବା ପାଇଁ ଏହା ହ୍ବାଟ୍ସଆପ୍‌ରେ QR କୋଡ୍ ମଧ୍ୟ ଯୋଡ଼ିଛି । ହ୍ବାଟ୍ସଆପ୍ ଗ୍ରୁପ୍ ଭିଡିଓ କଲିଂରେ ମଧ୍ୟ ଉନ୍ନତି କରାଯାଇଛି ଏବଂ 24 ଘଣ୍ଟିଆ ‘ଷ୍ଟାଟସ’ ଫିଚର ବର୍ତ୍ତମାନ KaiOS ହ୍ବାଟ୍ସଆପ ପାଇଁ ମଧ୍ୟ ଉପଲବ୍ଧ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.