ନୂଆଦିଲ୍ଲୀ: ୨୦୨୨ ମାର୍ଚ ସୁଦ୍ଧା ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍ରେ ଘଣ୍ଟା ପ୍ରତି ୧୬୦ କିଲୋମିଟର୍ ବେଗରେ ପାସେଞ୍ଜର୍ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ । ନିକଟରେ ଅନୁଷ୍ଠିତ ରେଳବାଇ ବୋର୍ଡର ବୈଠକରେ ରେଳ ମନ୍ତ୍ରାଳୟ ‘ମିସନ୍ ୧୬୦’ ଟାର୍ଗେଟ୍କୁ ମାର୍ଚ ୨୦୨୨କୁ ଆଣିବାକୁ ସ୍ଥିର କରିଛି। ନୂଆ ଲକ୍ଷ୍ୟ ଅନୁସାରେ, ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍ରେ ଘଣ୍ଟା ପ୍ରତି ହାରାହାରି ୧୬୦ କିଲୋମିଟର୍ ବେଗରେ ପାସେଞ୍ଜର୍ ଟ୍ରେନ୍ ଚଳାଇବାକୁ ରେଳବାଇ ସ୍ଥିର କରିଛି। ସମ୍ପ୍ରତି ଏ ଦୁଇ ରୁଟ୍ରେ ଘଣ୍ଟା ପ୍ରତି ପାସେଞ୍ଜର୍ ଟ୍ରେନ୍ର ବେଗ ରହିଛି ମାତ୍ର ୧୩୦ କିଲୋମିଟର୍। ଏହି ଲକ୍ଷ୍ୟ ହାସଲ ପାଇଁ ରେଳ ମନ୍ତ୍ରାଳୟ ରୋଡ୍ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରି ସାରିଛି।
ଟ୍ରାକ୍ ପରିଚାଳନା ଠାରୁ ଆରମ୍ଭ କରି ସମଗ୍ର ରେଳ ପଥ ପାଶ୍ବରେ ବାଡ଼ ନିର୍ମାଣ କରିବା ହେଉଛି ଏହି ଯୋଜନାର ଅଂଶବିଶେଷ। ଏହି ପ୍ରକଳ୍ପର ସମାପ୍ତି ପାଇଁ ସେପ୍ଟେମ୍ବର 2023 ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏନେଇ ରେଳ ମନ୍ତ୍ରଣାଳୟ ସମସ୍ତ ସମ୍ପୃକ୍ତ ବିଭାଗକୁ ମଧ୍ୟ ଏକ ଚିଠି ପଠାଇଛି । 'ମିଶନ୍ 160' ଦୃଷ୍ଟିକୋଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ରେଳବାଇ ଘରୋଇ ଟ୍ରେନ୍ ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏପ୍ରିଲ୍ 2023 ସୁଦ୍ଧା ଟ୍ରାକରେ ପ୍ରଥମ ଘରୋଇ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। 1384 କିଲୋମିଟର ଦିଲ୍ଲୀ-ମୁମ୍ବାଇ କରିଡର ଏବଂ 1450 କିଲୋମିଟର ଦିଲ୍ଲୀ-କୋଲକାତା ମାର୍ଗର ଦୁଇଟି ପ୍ରମୁଖ ଟ୍ରଙ୍କ ମାର୍ଗରେ ଟ୍ରାକ ଏବଂ ସିଗନାଲ୍ ଅପଗ୍ରେଡ୍, ମାନବ ବିହୀନ ଲେଭଲ୍ କ୍ରସିଂ ଏବଂ ଫେନସିଂ କାର୍ଯ୍ୟ ଅନ୍ତର୍ଭୁକ୍ତ ।
ସୂତ୍ରରୁ ପ୍ରକାଶ ଯେ କେବଳ ଫେନସିଂ ପାଇଁ ପ୍ରାୟ 2200 କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିକଟରେ ଏହି ପ୍ରକଳ୍ପକୁ ସମୀକ୍ଷା କରିବା ସହ କାର୍ଯ୍ୟ ଗ୍ରହଣ କରିବାକୁ ବୋର୍ଡ ଅଧିକାରୀ ଏବଂ ଜୋନାଲ୍ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।