ETV Bharat / bharat

କୋରୋନା ଲଢେଇ: 40 ହଜାର ଆଇସୋଲେସନ ବେଡ ପ୍ରସ୍ତୁତ କଲା ଭାରତୀୟ ରେଳବାଇ - isolation bed

ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ 40,000 ଆଇସୋଲେସନ ବେଡ ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ...

Indian Railways has prepared 40,000 isolation beds in 2,500 coaches: Lav Aggarwal
କୋରୋନା ଲଢେଇ: 40 ହଜାର ଆଇସୋଲେନସନ ବେଡ ପ୍ରସ୍ତୁତ କଲା ଭାରତୀୟ ରେଳବାଇ
author img

By

Published : Apr 7, 2020, 5:42 PM IST

ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ରେଳବାଇ ମଧ୍ୟ ଏନେଇ ତତ୍ପର ହୋଇଉଠିଛି ।

ରେଳ ବିଭାଗ ବର୍ତ୍ତମାନ ସୁଦ୍ଧା 2500 କୋଚ୍‌ରେ 40,000 ଆଇସୋଲେନସ ବେଡ୍‌ ପ୍ରସ୍ତୁତ କରି ସାରିଛି । ପ୍ରତିଦିନ ବିଭାଗ 375ଟି ଆଇସୋଲେସନ ବେଡ ତିଆରି କରୁଛନ୍ତି । ଏହି କାର୍ଯ୍ୟ ଦେଶର 133ଟି ସ୍ଥାନରେ ଚାଲିଛି । ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ନିକଟରେ ହୋଇଥିବା ଆଇଏମସିଆର ଏକ ଅଧ୍ୟୟନରୁ ଜଣାପଡିଛି ଯଦି ଜଣେ ବି କୋରୋନା ଆକ୍ରାନ୍ତ ଲକଡାଉନ ନିର୍ଦ୍ଦେଶକୁ ପାଳନ ନ କରନ୍ତି କିମ୍ବା ସାମାଜିକ ଦୂରତ୍ବ ଅଭ୍ୟାସ ନ ରଖନ୍ତି, ତେବେ ଆକ୍ରାନ୍ତ ଜଣକ 30 ଦିନରେ 406 ଜଣଙ୍କୁ ସଂକ୍ରମିତ କରିପାରନ୍ତି ।

ପ୍ରକାଶଯୋଗ୍ୟ, ବର୍ତ୍ତମାନ ଭାରତରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା 4,421 ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 114ରେ ପହଞ୍ଚିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.