ETV Bharat / bharat

ମେ 3 ଯାଏଁ ବନ୍ଦ ସମସ୍ତ ଯାତ୍ରୀବାହୀ ଟ୍ରେନ - ଦ୍ବିତୀୟ ଥର ଲକ ଡାଉନ ଘୋଷଣା

କୋରୋନା ମୁକାବିଲା ନେଇ ଦ୍ବିତୀୟ ଥର ଲକ ଡାଉନ ଘୋଷଣା ହୋଇଛି । ସମସ୍ତ ଯାତ୍ରୀବାହୀ ଟ୍ରେନକୁ ମଧ୍ୟ ମେ 3 ଯାଏଁ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

ମେ 3 ଯାଏଁ ବନ୍ଦ ରହିବ ଯାତ୍ରୀବାହୀ ଟ୍ରେନ
ମେ 3 ଯାଏଁ ବନ୍ଦ ରହିବ ଯାତ୍ରୀବାହୀ ଟ୍ରେନ
author img

By

Published : Apr 14, 2020, 2:02 PM IST

ନୂଆଦିଲ୍ଲୀ: ଲକ ଡାଉନ 2.0 ଘୋଷଣା ପରେ ରେଳ ସେବା ବି ଠପ ହୋଇପଡିଛି । ମେ 3 ଯାଏ କୌଣସି ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ ନାହିଁ । ଏପ୍ରିଲ 20 ଯାଏଁ କଟକଣା କୋହଳ ସତ୍ତ୍ବେ ଯାତ୍ରୀବାହୀ ଟ୍ରେନ ସେବା ବାତିଲ କରାଯାଇଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏହି କଟକଣା ଏପ୍ରିଲ 14 ମଧ୍ୟରାତ୍ରୀରୁ ମେ 3 ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲାଗୁ ହୋଇଛି । କିନ୍ତୁ ମାଲ ପରିବହନ ଟ୍ରେନ ଗୁଡିକ ଚଳାଚଳ କରିବ । ମେ 3 ତାରିଖ ରେଳ ଷ୍ଟେସନ କିମ୍ବା ବାହାରେ ସଂରକ୍ଷିତ ଓ ଅସଂରକ୍ଷିତ ଯାତ୍ରା ପାଇଁ ଟ୍ରେନ୍ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ରହିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ, ବିମାନ ଚଳାଚଳ ମଧ୍ୟ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.