ETV Bharat / bharat

57 ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀଙ୍କୁ ଘରେ ପହଞ୍ଚାଇଛି ଇଣ୍ଡିଆନ ରେଲୱେ - ଭାରତୀୟ ରେଳୱେ

ଭାରତୀୟ ରେଳ ବିଭାଗ 57 ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇଥିବା ଦାବି କରିଛି। ଏଥିସହ ସେ କହିଛନ୍ତି ଏଥିପାଇଁ ମେ 1ରୁ 4155 ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରିଛି। ରେଲୱେ ଅନୁଯାୟୀ ଗୁଜୁରାଟରୁ ସର୍ବାଧିକ ଟ୍ରେନ୍ ଛଡା ଯାଇଥିଲା । ଏହାପରେ ମହାରାଷ୍ଟ୍ର, ପଞ୍ଜାବ, ବିହାର ଏବଂ ଉତ୍ତରପ୍ରଦେଶରୁ ଟ୍ରେନ୍ ଚାଲିଥିଲା।

_indian railway
57 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଯାତ୍ରୀଙ୍କୁ ଘରେ ପହଞ୍ଚାଇଛି ଇଣ୍ଡିଆନ ରେଳୱେ
author img

By

Published : Jun 3, 2020, 3:57 PM IST

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ 57 ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇଥିବା ଦାବି କରିଛି । ଏଥିସହ ସେ କହିଛନ୍ତି ଏଥିପାଇଁ ମେ 1ରୁ 4155 ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରିଛି। ରେଲୱେ ଅନୁଯାୟୀ ଗୁଜୁରାଟରୁ ସର୍ବାଧିକ ଟ୍ରେନ୍ ଛଡା ଯାଇଥିଲା । ଏହାପରେ ମହାରାଷ୍ଟ୍ର, ପଞ୍ଜାବ, ବିହାର ଏବଂ ଉତ୍ତରପ୍ରଦେଶରୁ ଟ୍ରେନ୍ ଚାଲିଥିଲା।

ଗୁଜୁରାଟରୁ 1027, ମହାରାଷ୍ଟ୍ରରୁ 802, ପଞ୍ଜାବରୁ 416, ବିହାରରୁ 294 ଏବଂ ଉତ୍ତରପ୍ରଦେଶରୁ 288 ଟ୍ରେନ୍ ଚାଲିଛି | ଏହାଛଡା ପାଞ୍ଚଟି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରୁ ଟ୍ରେନ୍ ମଧ୍ୟ ଚଳାଚଳ କରିଥିଲା। ଭିନ୍ନ ଭିନ୍ନ ରାଜ୍ୟରୁ ଛାଡିଥିବା ଟ୍ରେନର ଗନ୍ତବ୍ୟସ୍ଥଳରେ ବିଭିନ୍ନ ରାଜ୍ୟ ଥିଲା ।

ଉତ୍ତରପ୍ରଦେଶରେ 1670 ଟ୍ରେନ୍, ବିହାରରେ 1482 ଟ୍ରେନ୍, ଝାଡଖଣ୍ଡରେ 194 ଟ୍ରେନ୍, ଓଡିଶାରେ 180 ଟ୍ରେନ୍ ଏବଂ ପଶ୍ଚିମବଙ୍ଗରେ 135 ଟ୍ରେନ୍ ପହଞ୍ଚିଛି । ମନ୍ତ୍ରଣାଳୟ ନିଜ ବିବୃତ୍ତିରେ କହିଛି ଯେ, ବର୍ତ୍ତମାନ ଚାଲୁଥିବା ଟ୍ରେନ୍ ଗୁଡିକ କୌଣସି ଭିଡ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉନାହିଁ।

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ରେଲୱେ ମଧ୍ୟ 15 ଯୋଡୀ ରାଜଧାନୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି । ଜୁନ 1ରୁ ଟାଇମ୍ ଟେବୁଲ୍ ଅନୁଯାୟୀ 200 ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ରାଜ୍ୟଗୁଡିକର ଅନୁରୋଧ କ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.