ETV Bharat / bharat

ଜର୍ମାନୀରେ ଧୁମ ମଚେଇଲା ଲିଟି ଚୋଖା-ଘୁଘୁନି - patna

ଜର୍ମାନୀର ରାଜଧାନୀ ବର୍ଲିନରେ ଆୟୋଜିତ ଏକ ଫୁଡ ଫେଷ୍ଟିବାଲରେ ବିଦେଶୀମାନେ ଲିଟି ଚୋଖା ଓ ଘୁଘୁନୀର ମଜା ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Sep 4, 2019, 6:07 PM IST

ପାଟନା: ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟି ଚୋଖା ଏବେ ବିଦେଶରେ ଉପଲବ୍ଧି ହେଉଛି । ପ୍ରଥମେ ଲଣ୍ଡନ, ଆମେରିକା ପରେ ଏବେ ଜର୍ମାନୀରେ ମଧ୍ୟ ସମସ୍ତଙ୍କ ପ୍ରିୟ ଖାଦ୍ୟ ପାଲଟିଛି । ତେବେ ଜର୍ମାନୀର ରାଜଧାନୀ ବର୍ଲିନରେ ଆୟୋଜିତ ଏକ ଫୁଡ ଫେଷ୍ଟିବାଲରେ ବିଦେଶୀମାନେ ଲିଟି ଚୋଖା ଓ ଘୁଘୁନୀର ମଜା ଉଠାଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭାରତୀୟ ଦୁତାବାସରେ ଖାଦ୍ୟ ଉତ୍ସବ

ଜର୍ମାନୀର ରାଜଧାନୀ ବର୍ଲିନରେ ଭାରତୀୟ ଦୂତାବାସରେ ଭାରତୀୟ ଖାଦ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଦୂତାବାସରେ ଆୟୋଜିତ ଫୁଡ ଫେଷ୍ଟିବାଲରେ ଚଳିତ ଥର 8 ନମ୍ବର ଷ୍ଟଲରେ ଭାରତୀୟ ଖାଦ୍ୟର ବେଶ ମଜା ଉଠାଇଥିଲେ ବିଦେଶୀ । ଏହି ଷ୍ଟଲରେ ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟି ଚୋଖା, ଘୁଘୁନୀ-ଚୁଡା ଓ ଛତୁଆକୁ ସମସ୍ତେ ବେଶ ପସନ୍ଦ କରିଥିଲେ ।

ଷ୍ଟଲରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ଭାରତୀୟ ଖାଦ୍ୟରେ ସଜେଇ ହୋଇଥିବା 8 ନମ୍ବର ଷ୍ଟଲରେ ପର୍ଯ୍ୟଟକଙ୍କ ବେଶି ଭିଡ ଜମିଥିଲା । ଲୋକମାନେ ବେଶ ଆନନ୍ଦର ସହ ଲିଟି ଚୋଖା ଓ ଘୁଘୁନିକୁ ଖାଉଥିବା ନଜର ଆସିଥିଲେ । ଷ୍ଟଲରେ ନିୟୋଜିତ ଥିବା ଭଲ୍ୟୁଣ୍ଟିୟର ମାନେ ଲିଟି ଚୋଖା କିପରି ପ୍ରସ୍ତୁତ ହୁଏ ଆଉ ଏହା ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ସେ ସମ୍ବନ୍ଧରେ ଜର୍ମାନୀ ଲୋକଙ୍କୁ ବୁଝାଇଥିଲେ ।

କେବଳ ଏତିକି ନୁହେଁ ଏହି ଫେଷ୍ଟିବାଲରେ ହିନ୍ଦି ଗୀତ ମଧ୍ୟ ଶୁଣିବାକୁ ମିଳିଥିଲା । ଭାରତୀୟ ଖାଦ୍ୟ ସାଙ୍ଗକୁ ହିନ୍ଦିର କିଛି ଲୋକପ୍ରିୟ ସଙ୍ଗୀତରେ ଝୁମିଥିଲେ ବିଦେଶୀ । ତେବେ ଏହି କାର୍ଯ୍ୟକ୍ରମରେ ଅତ୍ୟଧିକ ୟୁରୋପୀୟାନ ସାମିଲ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.