ETV Bharat / bharat

ପ୍ରବାସୀ ଭାରତୀୟଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛି ଭାରତ

author img

By

Published : Jan 26, 2020, 7:30 PM IST

ଘାତକ କୋରୋନା ଭାଇରସ୍‌ ଯୋଗୁଁ ଚୀନ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁ ଥିବା ପ୍ରବାସୀ ଭାରତୀୟଙ୍କ ସ୍ବାସ୍ଥ୍ୟାବସ୍ଥା  ଏବଂ ସେମାନଙ୍କ ସ୍ଥିତି ଉପରେ ନଜର ରଖିଛି। ଅଧିକ ପଢନ୍ତୁ...

jayshankar
ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଅଣାୟତ୍ତ ହେଉଛି ଚୀନରେ ବ୍ୟାପୁଥିବା ମାରାତ୍ମକ କୋରୋନା ଭାଇରସ୍‌। ଏହି ଭାଇରସ୍‌ର ଶିକାର ହୋଇ ଏବେସୁଦ୍ଧା ୫୬ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨ ହଜାର ଲୋକ ଏହା ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି। ଚୀନରେ ବ୍ୟାପୁଥିବା ଏହି ଘାତକ ଭାଇରସ୍‌ ଉପରେ ଭାରତ ଲଗାତାର ନଜର ରଖିଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଜଣାଇଛନ୍ତି। ଚୀନ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁ ଥିବା ପ୍ରବାସୀ ଭାରତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ସେମାନଙ୍କ ସ୍ଥିତି ଉପରେ ନଜର ରଖିଛି ବୋଲି ସେ କହିଛନ୍ତି।

ଏହା ସହିତ ଭାରତୀୟ ଦୂତାବାସ ପକ୍ଷରୁ 2ଟି ହେଲ୍ପଲାଇନ ମଧ୍ୟ ଜାରି ହୋଇଛି। ଏହି ହେଲ୍ପଲାଇନ ଦ୍ବାରା ଲୋକେ ଯେକୌଣସି ମୂହୁର୍ତ୍ତରେ ସାହାଯ୍ୟ ମାଗିପାରିବେ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। କୋରୋନା ଭାଇରସ୍‌ ଯୋଗୁଁ 2002-03 ମସିହାରେ ଚୀନ ଏବଂ ହଂକଂରେ ପ୍ରାୟ 650 ଜଣ ପ୍ରାଣ ହରାଇଥିଲେ।

ଏହା ପୂର୍ବରୁ ଚାଇନା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ କରି ହେଲ୍ପଲାଇନ ନମ୍ବର ଜାରି କରାଯାଇଥିଲା । ଟ୍ବିଟରେ ଲେଖାଯାଇଥିଲା, 'ଚୀନସ୍ଥିତ ଭାରତୀୟ ଦୂତାବାସ ବୁହାନ ସହର ସମେତ ହୁୱାଇ ପ୍ରାନ୍ତରେ ଥିବା ଭାରତୀୟଙ୍କ ସହ ଲଗାତାର ସମ୍ପର୍କ କରୁଛି । ବିଶେଷ କରି ଛାତ୍ରଙ୍କ ସହ । ଏହା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଏବଂ ସ୍ଥିତି ଉପରେ ନଜର ରଖାଯାଇ ପାରିବ । ଆମେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଚୀନ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛୁ। '

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.