ନୂଆଦିଲ୍ଲୀ: ପୁଣି ହନିଟ୍ରାପର ଶିକାର ହୋଇଛି ସେନା । ପାକିସ୍ତାନକୁ ବେଆଇନ ଭାବେ ସାମରିକ ତଥ୍ୟ ଦେବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜଣେ କ୍ଲର୍କ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି।
ସେନାର ଗୁଇନ୍ଦା ବାହିନୀ ଏବଂ ପୋଲିସର ଜଏଣ୍ଟ ଅପରେସନରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ମଧ୍ୟପ୍ରଦେଶର ମହୁ ସ୍ଥିତ ଇନଫ୍ୟାଣ୍ଟ୍ରି ବାଟାଲିଆନରେ କାର୍ଯ୍ୟ କରୁଥିଲା । ପାକିସ୍ତାନ ଦ୍ବାରା ଗିରଫ କ୍ଲର୍କକୁ ହନିଟ୍ରାପରେ ଫସେଇ ଦିଆଯାଇଥିବା କୁହାଯାଉଛି ସେପଟେ ସେ ଯେଉଁ ମହିଳାଙ୍କ ସହ ବନ୍ଧୁତ୍ବ ରଖି ସମସ୍ତ ସୂଚନା ଦେଉଥିଲେ ସେ ପାକିସ୍ତାନୀ ମହିଳା ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ ଫେସବୁକ ଜରିଆରେ ବନ୍ଧୁତ୍ବ ହୋଇଥିଲା ।