ETV Bharat / bharat

କୋରୋନା ପ୍ରଭାବିତଙ୍କୁ ଖାଦ୍ୟ ଯୋଗାଉଛନ୍ତି ଭାରତୀୟ-ଆମେରିକୀୟ ଡାକ୍ତର - କୋରୋନା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗୋଉଛନ୍ତି ଭାରତୀୟ-ଆମେରିକୀୟ ଡାକ୍ତର

କୋରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ । ଏଠାରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା । ଯାହାକୁ ନେଇ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗୋଉଛନ୍ତି ଭାରତୀୟ-ଆମେରିକୀୟ ଡାକ୍ତର

author img

By

Published : Jun 25, 2020, 5:44 PM IST

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ଏବଂ ଏହାର ଆଖପାଖରେ ଭାରତୀୟ-ଆମେରିକୀୟ ଡାକ୍ତରମାନେ ପ୍ରତିଷ୍ଠିତ ଗୁରୁଦ୍ୱାର ସହ ମିଶି କୋରୋନା ଭାଇରସ ଦ୍ବାରା ପ୍ରଭାବିତଙ୍କୁ ଖାଦ୍ୟ ଯୋଗାଇବା ଅଭିଯାନ ଆରମ୍ଭ କରିଛନ୍ତି।

'ଦ ଗ୍ରେଟର ୱାଶିଂଟନ ଆସୋସିଏସନ ଅଫ ଫିଜିସିଆନ୍ସ ଅଫ ଇଣ୍ଡିଆନ ଅରିଜିନ' ଏବଂ ପ୍ରତିଷ୍ଠିତ ମେରିଲ୍ୟାଣ୍ଡ ଗୁରୁଦ୍ୱାର 'ଗୁରୁ ନାନକ ଫାଉଣ୍ଡେସନ ଅଫ ଆମେରିକାର' ସପ୍ତାହ ଶେଷରେ ସେମାନଙ୍କର ପ୍ରଥମ ଅଭିଯାନ କରିଥିଲେ। ଯେଉଁଥିରେ କୋଭିଡ-19 ମହାମାରୀ ଦ୍ୱାରା ପ୍ରଭାବିତ 350ରୁ ଅଧିକ ପରିବାରକୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ବୁଧବାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, କୋଭିଡ-19 ର ଏହି ସଙ୍କଟ ସମୟରେ ଯେତେବେଳେ ଲକ୍ଷ ଲକ୍ଷ ଆମେରିକୀୟ ଚାକିରି ହରାଇଛନ୍ତି । ଏହି ସମୟରେ ଅନେକ ଭାରତୀୟ-ଆମେରିକୀୟ ଅନୁଷ୍ଠାନ ଏକତ୍ରିତ ହୋଇ ବିଦ୍ୟାଳୟ, କମ୍ୟୁନିଟି କଲେଜ, ମନ୍ଦିର ଏବଂ ଗୁରୁଦ୍ୱାରରେ ଖାଦ୍ୟ ଯୋଗାଇବା ପାଇଁ ଅନେକ ଅଭିଯାନ ଆରମ୍ଭ କରିଛି । ଯେଉଁଥିପାଇଁ, ପାଣ୍ଠି ସଂଗ୍ରହ କରି ଅଦ୍ଭୁତପୂର୍ବ ଏକତାର ପ୍ରଦର୍ଶନ କରିଛି ।

ଏହି ଆସୋସିଏସନ ଏବଂ ଗୁରୁଦ୍ୱାରର ଅନେକ ଭାରତୀୟ-ଆମେରିକୀୟ ସଂଗଠନର ସମର୍ଥନ ରହିଛି । ଆସୋସିଏସନ ଶହ ଶହ ରୋଗୀଙ୍କ ସହାୟତା ମଧ୍ୟ ନେଇଛି, ଯେଉଁମାନେ କୋଭିଡ-19 କାରଣରୁ ଭାରତ ଫେରିପାରି ନାହାନ୍ତି, ଏବଂ ଔଷଧ କିଣିବାକୁ ସକ୍ଷମ ନୁହଁନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.