ETV Bharat / bharat

ଏଏନ-32 ବିମାନ ନିଖୋଜ ଘଟଣା, 13 ମୃତଦେହ ସହ ବ୍ଲାକବକ୍ସ ଠାବ

author img

By

Published : Jun 13, 2019, 6:57 PM IST

ଜୁନ 3ରୁ ନିଖୋଜ ଥିବା ବାୟୁସେନାର ଏଏନ-32 ବିମାନ ଘଟଣାରେ ଠାବ ହେଲା 13 ମୃତଦେହ ସହ ବ୍ଲାକବକ୍ସ । ଉକ୍ତ ବିମାନରେ 8 କ୍ରୁ ମେମ୍ବର ସହିତ 13 ଜଣ ଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ-32 ର ସମସ୍ତ କର୍ମଚାରୀଙ୍କୁ ମୃତ ଘୋଷଣା କରାଯାଇଛି । ବିମାନରେ ପାଇଲଟଙ୍କ ସମେତ 13 କର୍ମଚାରୀ ଥିଲେ । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ମୃତଦେହ ଗୁଡିକୁ ନେବା ପାଇଁ ମୁତୟନ ହୋଇଛି ହେଲିକ୍ୟାପ୍ଟର । ମୃତକଙ୍କ ମଧ୍ୟରେ ଓଡିଆ ପାଇଲଟ ସୁନୀତ ମହାନ୍ତି ରହିଛନ୍ତି ।

ସୂଚନା ଥାଉକି ଜୁନ 3ରୁ ନିଖୋଜ ଥିଲା ଏଏନ-32 ବାୟୁସେନାର ବିମାନ । ଏନେଇ ବାୟୁସେନା ଦୁଃଖ ପ୍ରକାଶ କରିଛନ୍ତି । ‘ଫ୍ଲାଇଟ ଲେଫ୍ଟିନେଣ୍ଟ ସୁନୀତ ମହାନ୍ତି, ୱିଙ୍ଗ କମାଣ୍ଡର- ଜିଏମ୍ ଚାର୍ଲ୍ସ, ସ୍କ୍ୱାଡେନ୍ ଲିଡର- ଏଚ୍. ବିନୋଦ, ଫ୍ଲାଇଟ୍ ଲେଫ୍ଟନାଂଟ୍- ମୋହିତ ଗର୍ଗ, ଆଶିଷ ତନୱାର, ରାଜେଶ ଥାପା, ଅନୁପ କୁମାର, ସେରିନ, ଏସ୍‌ କେ ସିଂହ, ପଙ୍କଜ, ପୁତାଲୀ, କେକେ ମିଶ୍ର ଓ ରାଜେଶ କୁମାର ପ୍ରାଣ ହରାଇଥିବା ’ ବାୟୁସେନା ଟ୍ବିଟ କରି ଜଣାଇଛି ।

ଭାରତୀୟ ବାୟୁସେନା ବିମାନ ଏଏନ-32 ଜୁନ 3ରେ ଆସାମ ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା । ଏହା ପରେ ସେହିଦିନ ପ୍ରାୟ ଅଧଘଣ୍ଟା ପରେ ନିୟନ୍ତ୍ରଣ କକ୍ଷ ସହିତ ବିମାନର ସମ୍ପର୍କ ବିଛିନ୍ନ ହୋଇଥିଲା । ଏହା ପରଠୁ ବିମାନର କୌଣସି ଖୋଜ ଖବର ମିଳିନଥିଲା । ଉକ୍ତ ବିମାନରେ 8 କ୍ରୁ ମେମ୍ବରଙ୍କ ସମେତ 13 ଜଣ ଥିଲେ । ବହୁତ ଖୋଜାଖୋଜି ପରେ ଜୁନ 11ରେ ବାୟୁସେନାର ଏମଆଇ-17 ହେଲିକପ୍ଟର୍‌ ନିଖୋଜ ବିମାନର ଭଗ୍ନାବଶେଷକୁ ଠାବ କରିଥିଲା । ଅରୁଣାଚଳ ପ୍ରଦେଶର ଲିପୋଠୁ 16 କିଲୋମିଟର ଦୂର ଉତ୍ତରରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା ।

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.