ମୁମ୍ବାଇ: କୋରୋନା ମୁକାବିଲା ପାଇଁ ଚାରିଆଡୁ ଛୁଟୁଛି ସହାୟତାର ହାତ । ଏନେଇ ପିଏମ କେୟାର୍ସ ଫଣ୍ଡ ନାମରେ ଏକ ଆକାଉଣ୍ଟ ଖୋଲାଯାଇଛି । ଯେଉଁମାନେ ସରକାରଙ୍କୁ ଏହାର ମୁକାବିଲା କରିବାରେ ସାହାୟତା କରିବାକୁ ଚାହୁଁଛନ୍ତି ସେମାନେ ନିଜ ସଞ୍ଚିତ ଅର୍ଥ ଏଠାରେ ଦାନ କରୁଛନ୍ତି । ଗତକାଲି(ମଙ୍ଗଳବାର) ଇଣ୍ଡିଆବୁଲ୍ସ ଗ୍ରୁପ 21 କୋଟି ପେଏମ କେୟାର୍ସକୁ ଦାନ କରିବାକୁ ଘୋଷଣା କରିଛି ।
ଏନେଇ ଇଣ୍ଡିଆବୁଲ୍ସ ଗ୍ରୁପର ଚେୟାରମ୍ୟାନ ସମୀର ଗେହଲଟ କହିଛନ୍ତି ଯେ, ଦେଶ ଓ ସମସ୍ତ ରାଜ୍ୟ ସହ ଆମେ ଅଛୁ । କେନ୍ଦ୍ର ଓ ରାଜ୍ୟ ସରକାରର ଲଢେଇରେ ଆମେ ସାଥ ଦେବୁ । ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଯେଉଁସବୁ ଉନ୍ନତମୂଳକ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସନୀୟ । ସେଥିପାଇଁ ସମସ୍ତଙ୍କୁ ସହଯୋଗ କରିବା ସହ ସଚେତନ ହେବାକୁ ସେ ଅନୁରୋଧ କରିଛନ୍ତି ।
ଏହାସହ ସେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିବେଦନ କରିଛନ୍ତି ଯେ ନିଜର ସଞ୍ଚୟରୁ କିଛି ଅର୍ଥ ଦାନ କରିବାକୁ । ଏହାସହ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । ତେବେ ଇଣ୍ଡିଆବୁଲ୍ସ ଗ୍ରୁପର ପ୍ରତ୍ୟେକ କର୍ମଚାରୀ ତାଙ୍କର ଦିନକର ଦରମା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିବା ସେ କହିଛନ୍ତି ।
@ANI