ETV Bharat / bharat

2030 ସୁଦ୍ଧା ଖାଉଟି ସଂଖ୍ୟା ବୃଦ୍ଧିରେ ତୃତୀୟରେ ରହିବ ଭାରତ - india

ଅର୍ଥନୀତି ସହ ଭାରତରେ ବଢୁଛି ଖାଉଟି ସଂଖ୍ୟା । ଦ୍ରୁତଗତିରେ ଭାରତରେ ଦ୍ରବ୍ୟ ଉତ୍ପାଦନ ସହ ଦ୍ରବ୍ୟର ବ୍ୟବହାରର ମାତ୍ରା ବଢୁଛି । ଅନେକ କମ୍ପାନି ମୁଣ୍ଡ ଟେକି ଠିଆ ହେଉଛି ଓ ଦେଶର ଅର୍ଥନୀତି ବୃଦ୍ଧିରେ ସହଯୋଗ କରୁଛି । ତେବେ ବିଶ୍ବ ଅର୍ଥନୈତିକ ଫୋରମ ଅନୁସାରେ 2030 ସୁଦ୍ଧା ଖାଉଟି ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ପାଦ ଦେବ ।

ଡିଜାଇନ ଫଟୋ
author img

By

Published : Jul 10, 2019, 5:39 PM IST

ହାଇଦ୍ରାବାଦ: ଦ୍ରବ୍ୟ ବ୍ୟବହାର ସହ ଭାରତରେ ବୃଦ୍ଧି ପାଉଛି ଖାଉଟି ସଂଖ୍ୟା । ଖାଉଟିଙ୍କ କବଜାରେ ଭାରତ ଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ସବୁଥିରେ ଦ୍ରବ୍ୟର ବ୍ୟବହାର ସମାନ । ତେବେ ରୋଜଗାର ବୃଦ୍ଧି ଏହାର ଏକ କାରଣ ବୋଲି ଆମେ କହିପାରିବା । ତେବେ ବିଶ୍ବ ଅର୍ଥନୈତିକ ଫୋରମ ଅନୁସାରେ 2030 ସୁଦ୍ଧା ଖାଉଟି ସଂଖ୍ୟାରେ ଭାରତ ଆଗରେ ରହିବ ବୋଲି କୁହାଯାଇପାରେ । ଏହାଛଡା 14କୋଟି ପରିବାରରଙ୍କ ଅର୍ଥନୀତିରେ ଅଭିବୃଦ୍ଧି ହେବ ଓ 2କୋଟି ଲୋକ ଅଧିକ ମାତ୍ରାରେ ରୋଜଗାର କରିବେ ବୋଲି ବିଶ୍ବ ଅର୍ଥନୈତିକ ଫୋରମରୁ ଅନୁମାନ କରାଯାଉଛି ।

ଖାଦ୍ୟ, ସ୍ବାସ୍ଥ୍ୟ, ସେବା, ଯାତାୟତ, ଶିକ୍ଷା, ମନୋରଞ୍ଜନ କ୍ଷେତ୍ରରେ ପ୍ରାୟ ତିନିରୁ ଚାରି ଗୁଣା ବୃଦ୍ଧି ହେବ । ତେବେ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରେ ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ଅର୍ଥନୈତିକ ଫୋରମରୁ ଜଣାପଡିଛି ।

ଖାଉଟିଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ 5 ରୁ10ବର୍ଷର ଶିଶୁ ନିଜ ପସନ୍ଦର ଦ୍ରବ୍ୟ ଉପଭୋଗ କରିବେ । କ୍ଷୁଦ୍ର ବ୍ୟବସାୟୀଙ୍କ ସଂଖ୍ୟା ପ୍ରାୟ 25-30 ପ୍ରତିଶତ ବୃଦ୍ଧି ପାଇବ । ବିଶ୍ବରେ ଭାରତ କ୍ଷୁଦ୍ର ବ୍ୟବସାୟରେ ପଞ୍ଚମ ସ୍ଥାନରେ ଅଛି । ତେବେ ଦ୍ରବ୍ୟକୁ ଉପଭୋଗ କରୁଥିବା ଲୋକଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ କେବଳ ବ୍ରାଣ୍ଡଡେଡ୍ ଓ ଅଧିକ ଅର୍ଥର ଦ୍ରବ୍ୟ ବ୍ୟବହାର କରୁଥିବା ଲୋକ ଥିବା ବେଳେ ଦ୍ବିତୀୟ ଭାଗରେ ଶସ୍ତା ବା ବିନା ବ୍ରାଣ୍ଡର ଦ୍ରବ୍ୟ ବ୍ୟବହାର କରୁଥିବା ଲୋକ ରହିବେ । ଅନ୍ୟପକ୍ଷେ ତୃତୀୟ ଭାଗରେ ଉଭୟ ବ୍ରାଣ୍ଡ ଓ ବିନା ବ୍ରାଣ୍ଡର ଜିନିଷ ବ୍ୟବହାର କରୁଥିବା ଲୋକ ରହିବେ ।

ଦେଶରେ ଦ୍ରବ୍ୟ ବ୍ୟବହାରର ସଂଖ୍ୟା ବୃଦ୍ଧି ପାଇଁ ଉଭୟ କମ୍ପାନୀ ଓ ବୁଦ୍ଧିଜୀବିକୁ ଏକାଠି ହେବାକୁ ପଡିବ । ବିଶ୍ବ ମାର୍କେଟ ସଂଖ୍ୟା ବିଶ୍ବର ଜନସଂଖ୍ୟା ଠାରୁ ପ୍ରାୟ 40 ପ୍ରତିଶତ ବୃଦ୍ଧି କରିବା ଲକ୍ଷ୍ୟ ରଖିବାକୁ ହେବ । ତେବେ ଭାରତ ବିଶ୍ବ ଅର୍ଥନୀତିରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଦେଶ । 2030 ସୁଦ୍ଧା ଅର୍ଥନୀତିରେ ପ୍ରାୟ 4 ଗୁଣା ବୃଦ୍ଧି ହେବ ବୋଲି ଆଶା କରାଯାଇପାରେ । ଭାରତ ପ୍ରଥମ ଦେଶ ଯେଉଁଠି ଇଣ୍ଟରନେଟର ବ୍ୟବହାର ସବୁଠୁ ଅଧିକ । ତେବେ ବର୍ତ୍ତମାନ ଭାରତରେ ପ୍ରାୟ 50 ପ୍ରତିଶତ ମଧ୍ୟବିତ୍ତ ପରିବାର ଅଛନ୍ତି ଯାହା 2030ରେ ବୃଦ୍ଧି ପାଇ 80ପ୍ରତିଶତ ହେବ ।

ତେବେ ପାଖାପାଖି 140 ମିଲିୟନ ଲୋକ ମଧ୍ୟବିତ୍ତ ଶ୍ରେଣୀକୁ ଆସିଯିବେ ଓ ଅନ୍ୟ 20 ମିଲିୟନ ଲୋକ ଉଚ୍ଚ ଶ୍ରେଣୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ଏବେ ଯେତିକି ମାତ୍ରାରେ ଦ୍ରବ୍ୟର ବ୍ୟବହାର ହେଉଛି 2030 ସୁଦ୍ଧା ସେଥିରେ ବୃଦ୍ଧି ଘଟିବ । ଲୋକଙ୍କୁ ଶସ୍ତାରେ ଜିନିଷ ମିଳିବ । ଅନେକ ଆନ୍ତର୍ଜାତୀୟ ମାର୍କେଟ ଭାରତୀୟ ମାର୍କେଟ ସହ ଯୋଡି ହେବେ । ଏହାସହ ସମସ୍ତେ ମୋବାଇଲ ଆପ୍ ଜରିଆରେ ବ୍ୟବସାୟ କରିବେ ଓ କ୍ୟାସଲେସର ଯୁଗ ଆରମ୍ଭ ହେବ ।

ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ରହୁଥିବା ଉପଭୋକ୍ତା ମାନଙ୍କୁ ମଧ୍ୟ ସମାନ ସୁବିଧା ସୁଯୋଗ ମିଳିବ । ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟର ମାନ ବୃଦ୍ଧି ପାଇବ । ଏହାସହ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସମସ୍ତ ସହଯୋଗମାନ ଯୋଗାଇ ଦିଆଯିବ । କହିବାକୁ ଗଲେ ଯଦି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏହିଭଳି ବୃଦ୍ଧି ପାଏ ତେବେ ଭାରତ ଉଭୟ ଡିଜିଟାଲ ଓ ଫିଜିକାଲ କ୍ଷେତ୍ରରେ ଆଗକୁ ବଢିବ ।

ଏବେର ଯୁବପିଢି ଅଧିକ ଖର୍ଚ୍ଚ କରିବା ସହ ଦ୍ରବ୍ୟର ସଠିକ ବ୍ୟବହାର ଧିରେ ଧିରେ ଶିଖିବାକୁ ଲାଗୁଛନ୍ତି । 1980ର ଶେଷ ଭାଗ ବେଳକୁ କିମ୍ବା ଏହା ପରେ ଜନ୍ମ ନେଇଥିବା ପ୍ରାୟ 77 ପ୍ରତିଶତ ଯୁବପିଢି ନୂତନ ଭାରତର ଅଭିବୃଦ୍ଧିକୁ ଉପଭୋଗ କରିପାରିବେ । ପୂର୍ବ ପିଢି ଅପେକ୍ଷା ଏବେର ପିଢି ଅଧିକ ଖର୍ଚ୍ଚ କରିବାରେ ଆଗରେ ଥିବା ବେଳେ ଟଙ୍କାର ସଠିକ ରାସ୍ତାରେ ବ୍ୟବହାର ମଧ୍ୟ ସେମାନଙ୍କୁ ଜଣା ଓ ଆଗକୁ ସେମାନେ ପରିବାର ପାଇଁ ଓ ନିଜ ପାଇଁ ଅନେକ ବିକଳ୍ପ ଖୋଜିବାରେ ମଧ୍ୟ ସମର୍ଥ ହେବେ ।

2030 ସୁଦ୍ଧା ଭାରତ ବ୍ୟବସାୟର ଏକ ରିସର୍ଚ୍ଚ ସେଣ୍ଟର ହେବ ଯେଉଁଠି ପ୍ରତିଦିନ କିଛି ନା କିଛି ନୁଆ ଉଦ୍ଭାବନ କରାଯିବ ଓ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅଭିବୃଦ୍ଧି ଆଣିବ । ଭାରତୀୟ ଖାଉଟିଙ୍କୁ ରୋଜଗାରରେ ବୃଦ୍ଧି ଓ ପ୍ରତି କ୍ଷେତ୍ରରେ ସୁଯୋଗ ମିଳିବ । 2030 ସୁଦ୍ଧା ବ୍ୟବସାୟର ଏକ ହବ୍ ରୂପରେ ଠିଆ ହେବ । ଏଥପାଇଁ ଭାରତ ସରକାର ସବୁବେଳେ ପ୍ରୟୋଜନ ଜାରି ରଖିଛି । ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେଇ ଅର୍ଥନୀତି ସ୍ତରରେ ଭାରତର ହିତ କରିବାକୁ ଚେଷ୍ଟା କରୁଛି ।

ତେବେ ଗତ ବର୍ଷ ବିଶ୍ବ ଅର୍ଥନୈତିକ ଫୋରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ସମସ୍ତ ଆନ୍ତର୍ଜାତୀୟ କମ୍ପାନୀ ଗୁଡିକୁ ଭାରତରେ ନିବେଶ ପାଇଁ ଅନୁରୋଧ କରିଥିଲେ ଓ ଏହାସହ ଇଶା ଉପନିଶଦ ବିଷୟରେ କହି ଭାରତ ବିଶ୍ବକୁ ଏକ ପରିବାର ଭାବେ ବୋଲି କହିଥିଲେ ମୋଦି । ମୋଦିଙ୍କ କହିବା କଥା ଯଦି ଆନ୍ତର୍ଜାତୀୟ କମ୍ପାନୀ ଭାରତରେ ନିବେଶ କରନ୍ତି ତେବେ ଭାରତ ସହ ସେମାନଙ୍କର ମଧ୍ୟ ଲାଭ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.