ETV Bharat / bharat

'ଜୁଲାଇରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଷ୍ପତ୍ତି ନେବ ଭାରତ' - ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଷ୍ପତ୍ତୀ ନେବ ଭାରତ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ମଙ୍ଗଳବାର କହିଛନ୍ତି ଯେ ଜୁଲାଇରୁ କେନ୍ଦ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେବା ଆରମ୍ଭ କରିବ।

'ଜୁଲାଇ ମାସରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଷ୍ପତ୍ତୀ ନେବ ଭାରତ'

author img

By

Published : Jun 17, 2020, 11:35 AM IST

Updated : Jun 17, 2020, 11:52 AM IST

ନୂଆଦିଲ୍ଲୀ: କୋରୋନା କାୟା ପାଇଁ ଆନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଛି। ପରିସ୍ଥିତିରେ ସୁଧାର ଆସିଲେ ପୁନର୍ବାର ବିମାନ ଚଳାଚଳ ଆରମ୍ଭ କରାଯିବ। ଏନେଇ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଥିଲା।

ତେବେ ଏହି ନିଷ୍ପତ୍ତି ଉପରେ ପୁଣି ଥରେ ଆଲୋଚନା କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ମଙ୍ଗଳବାର କହିଛନ୍ତି ଯେ ଜୁଲାଇରୁ କେନ୍ଦ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେବା ଆରମ୍ଭ କରିବ।

“ଆମେ ନିଶ୍ଚିତ ଯେ ଆସନ୍ତା ମାସରେ ଆମେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେବା ଆରମ୍ଭ କରିବୁ। ମୁଁ ଏଠାରେ ଏକ ସମୟସୀମା ରଖିବାକୁ ଚାହୁଁ ନାହିଁ, ସମସ୍ତ ହିତାଧିକାରୀ ଏବଂ ଯାତ୍ରୀଙ୍କୁ ଆତ୍ମବିଶ୍ୱାସରେ ନିଆଯିବା ଆବଶ୍ୟକ ବୋଲି ହରଦୀପ୍ ସିଂ ପୁରୀ ଟ୍ବିଟ କରି କହିଛନ୍ତି।

ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ କହିଥିଲେ ଯେ ଅନ୍ୟ ଦେଶ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକକୁ ହ୍ରାସ କରିବା ସହ ଆସୁଥିବା ବିମାନକୁ ଅନୁମତି ଦେବା ପରେ ହିଁ ବାଣିଜ୍ୟିକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେବ।

“ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ହ୍ରାସ କରିବା ମାତ୍ରେ ନିୟମିତ ଆନ୍ତର୍ଜାତୀୟ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯିବ। ଆସୁଥିବା ବିମାନକୁ ଅନୁମତି ଦେବା ପାଇଁ ଗନ୍ତବ୍ୟ ସ୍ଥଳ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ ଏକ ଟୁଇଟ୍‌ରେ କହିଛନ୍ତି।

Last Updated : Jun 17, 2020, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.