ନୂଆଦିଲ୍ଲୀ: ଚୀନର ତ୍ରୁଟିପୂର୍ଣ୍ଣ ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ଆମଦାନୀକୁ ବନ୍ଦ କରିଛନ୍ତି ଭାରତ ସରକାର । ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ କହିଛନ୍ତି ଯେ ମେ 2020 ସୁଦ୍ଧା ଭାରତ ରାପିଡ୍ ଟେଷ୍ଟ ଓ RT PCR ଡାଇଗ୍ନୋଷ୍ଟିକ୍ କିଟ୍ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ।
ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ମୁଖ୍ୟ ତଥା ଅନ୍ୟାନ୍ୟ ସ୍ବୟଂଶାସିତ ଅନୁଷ୍ଠାନ ସହିତ ସାକ୍ଷାତ ପରେ ଡକ୍ଟର ହର୍ଷବର୍ଦ୍ଦନ କହିଛନ୍ତି, ‘ଦେଶ ଆସନ୍ତା ମାସ ଶେଷ ସୁଦ୍ଧା ସ୍ବଦେଶୀ ରାପିଡ୍ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବ’।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ଓ ଆଇସିଏମଆର ଅନୁମୋଦନ ପାଇବା ପରେ ଉତ୍ପାଦନ ଆରମ୍ଭ ହେବ । ମେ 31 ସୁଦ୍ଧା ଦୈନିକ ଏକ ଲକ୍ଷ କିଟର ଲକ୍ଷ୍ୟ ପୂରଣ କରିବାରେ ଏହା ଆମକୁ ସାହାଯ୍ୟ କରିବ ।
ସ୍ବାସ୍ଥ୍ୟମନ୍ତ୍ରୀ, DBT ଏବଂ ଏହାର 18 ଟି ସ୍ବୟଂଶାସିତ ସଂସ୍ଥା PSU ସହିତ ଏକ ବୈଠକରେ ଯୋଗ ଦେଇଥିଲେ । ଆଣ୍ଟିବଡି ଚିହ୍ନଟ କିଟ୍, RT PCR କିଟ୍ ଏବଂ COVID-19 ଟିକା ବିକାଶକୁ ଶୀଘ୍ର ଟ୍ରାକ୍ କରିବାକୁ ସେ ସେମାନଙ୍କୁ କହିଥିଲେ।