ETV Bharat / bharat

ଆଫ୍ରିକାକୁ 1 କୋଟି, UN ସ୍ବାସ୍ଥ୍ୟକର୍ମୀଙ୍କୁ 10 ଲକ୍ଷ ଭ୍ୟାକ୍ସିନ ପଠାଇବ ଭାରତ - ଆଫ୍ରିକା-ୟୁଏନ ଭ୍ୟାକ୍ସିନ

ଆଫ୍ରିକାକୁ 1 କୋଟି ଟିକା ପଠାଇବା ନେଇ ଭାରତ ଯୋଜନା କରିଛି । ସେହିପରି ୟୁଏନର ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ 10 ଲକ୍ଷ କୋରୋନା ଟିକା ପଠାଯିବ । ଅଧିକ ପଢନ୍ତୁ...

ଆଫ୍ରିକା-ୟୁଏନକୁ 1 କୋଟି 10 ଲକ୍ଷ ଭ୍ୟାକ୍ସିନ ପଠାଇବ ଆତ୍ମନିର୍ଭର ଭାରତ

author img

By

Published : Jan 28, 2021, 10:17 PM IST

ନୂଆଦିଲ୍ଲୀ: ବସୁଧୈବ କୁଟୁମ୍ବକମର ମନ୍ତ୍ରରେ ଅଭିମନ୍ତ୍ରିତ ଭାରତ ନିଜକୁ ଆତ୍ମନିର୍ଭର କରିବା ସହ ଅନ୍ୟ ଦେଶକୁ ବଢାଉଛି ସହଯୋଗର ହାତ । ମହମାରୀ ବିରୋଧରେ ଜାରି ଏହି ଯୁଦ୍ଧ ସମୟରେ ଆଗେଇ ଆସି ବିଶ୍ବକୁ ଭ୍ୟାକ୍ସିନ ଯୋଗାଉଛି ଭାରତ । ଏହିକ୍ରମରେ ଆଫ୍ରିକାକୁ 1 କୋଟି ଟିକା ପଠାଇବା ନେଇ ଭାରତ ଯୋଜନା କରିଛି । ସେହିପରି ୟୁଏନର ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ 10 ଲକ୍ଷ କୋରୋନା ଟିକା ପଠାଯିବ ।

ସେପଟେ ଏବେସୁଦ୍ଧା ଭାରତ 55 ଲକ୍ଷ କୋରୋନା ଟିକା ଡୋଜ ପଡୋଶୀ ଦେଶଗୁଡିକୁ ଉପହାର ଆକାରରେ ପଠାଇସାରିଛି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଭାରତର ବୈଦେଶିକମନ୍ତ୍ରୀ ଅନୁରାଗ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି, ଓମାନ, କାରିକୋମ ଦେଶ, ନାଇକାରାଗୁଆ ଓ ପ୍ରଶାନ୍ତମହାସାଗରିୟ ଦେଶଗୁଡିକୁ ମଧ୍ୟ ଟିକା ପଠାଯିବାର ଯୋଜନା ରହିଛି ।

ଭ୍ୟାକ୍ସିନକୁ ନେଇ ଅନେକ ଦେଶ ଭାରତ ଉପରେ ଆଶା ରଖିଛନ୍ତି । ଏହାରି ମଧ୍ୟରେ ଡାଭୋସ ସମ୍ମିଳନୀକୁ ସମ୍ବୋଧିତ କରି କୋରୋନା କାଳରେ ଭ୍ୟାକ୍ସିନର ବିଷୟ ଉଠାଇଛନ୍ତି ମୋଦି । ସେ କହିଛନ୍ତି, କୋରୋନା କାଳରେ ଭାରତ ବିଶ୍ବକୁ ମହାମାରୀ ସହ ଲଢିବା ପାଇଁ ଔଷଧ ପଠାଇଥିଲା । ଭାରତ ପକ୍ଷରୁ ବିଶ୍ବ ପାଇଁ ଆଶା ଓ ସକାରାତ୍ମକତାର ସନ୍ଦେଶ ନେଇ ଆସିଥିବା କହିଛନ୍ତି ମୋଦି ।

ବୈଦେଶିକ ମନ୍ତ୍ରଣାଳୟ ନିଜ ସମ୍ବୋଧନରେ କହିଛି, 20 ଜାନୁଆରୀରୁ ଏବେସୁଦ୍ଧା, 55 ଲକ୍ଷ କୋଭିଡ ଟିକା ଡୋଜ ପଡୋଶୀ ଦେଶଗୁଡିକୁ ପଠାଇସାରିଲାଣି । ତେବେ ଭୁଟାନକୁ 1.1 ଲକ୍ଷ, ମୋରିସସ, ବାହରିନ ଓ ମାଳଦ୍ବୀପକୁ 1 ଲକ୍ଷ, ନେପାଳକୁ 10 ଲକ୍ଷ, ବାଂଲାଦେଶକୁ 20 ଲକ୍ଷ, ମିଆଁମାରକୁ 15 ଲକ୍ଷ ଡୋଜ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.