ETV Bharat / bharat

ମହାମାରୀ କୋରୋନା: ଇରାନରେ ପରୀକ୍ଷା ଲ୍ୟାବ ସ୍ଥାପନ କରିବ ଭାରତ !

author img

By

Published : Mar 4, 2020, 7:54 PM IST

କୋରୋନା ଭାଇରସର ପରୀକ୍ଷଣ ପାଇଁ ଇରାନରେ ପରୀକ୍ଷା ଲ୍ୟାବ ସ୍ଥାପନ କରିବାକୁ ସରକାର ଆଗ୍ରହୀ ଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

corona virus
କୋରୋନା ଭାଇରସ

ନୂଆଦିଲ୍ଲୀ: ଚୀନ ପରେ କୋରୋନା ଭାଇରସରେ ଅଧିକ ମୃତ୍ୟୁ ଘଟିଥିବା ଦ୍ବିତୀୟ ଦେଶ ହେଲା ଇରାନ । ଯାହାକୁ ଦୃଷ୍ଟିରେ ରଖି ସେଠାରେ ଫସିଥିବା ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି ଭାରତ ସରକାର । କୋରୋନା ଭାଇରସର ପରୀକ୍ଷଣ ପାଇଁ ଇରାନରେ ପରୀକ୍ଷା ଲ୍ୟାବ ସ୍ଥାପନ କରିବାକୁ ସରକାର ଆଗ୍ରହୀ ଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ସେଠାରେ ହିଁ ଭାରତୀୟଙ୍କର ରକ୍ତ ନମୁନା ପରୀକ୍ଷା କରାଯିବ ଏବଂ ଏହି ଭାଇରସରେ ଆକ୍ରାନ୍ତ ନଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ । ତେବେ ଏନେଇ ଜଣେ ବୈଜ୍ଞାନିକ ଇରାନ ଅଭିମୁଖେ ବାହାରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆମେ ଇରାନ ସରକାରଙ୍କ ସହ ଯୋଗାଯୋଗ କରିଛୁ । ଯଦି ଇରାନ ସରକାର ଅନୁମତି ଦିଅନ୍ତି, ତାହେଲେ ଆମେ ସେଠାରେ ପରୀକ୍ଷା ଲ୍ୟାବ ସ୍ଥାପନା କରିବୁ । ଏହାଦ୍ବାରା ଇରାନରେ ଫସିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ସୁବିଧା ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, 'କୋରୋନା ଭାଇରସର ପରୀକ୍ଷା ପାଇଁ ଭାରତରେ ପୂର୍ବରୁ ହିଁ 15ଟି ଲ୍ୟାବ ସ୍ଥାପନ କରାଯାଇଛି । ବର୍ତ୍ତମାନ ଆହୁର 19ଟି ଲ୍ୟାବ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିମଧ୍ୟରୁ 7ଟି ଲ୍ୟାବ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବାକି ଲ୍ୟାବର କାର୍ଯ୍ୟ ଜୋରସୋରରେ ହେଉଛି ।'

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.