ETV Bharat / bharat

ପାକିସ୍ତାନ-ଚୀନ ସହ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାଗ ନେବନି ଭାରତ ! - ପାକିସ୍ତାନ-ଚୀନ ସହ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାଗ ନେବନି ଭାରତ

ଋଷରେ ଆୟୋଜିତ ହେବାକୁ ଥିବା ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ଜଣାପଡିଛି । ଏହି ସୈନ୍ୟ ଅଭ୍ୟାସରେ ଚୀନ ବ୍ୟତୀତ ପାକିସ୍ତାନର ସେନା ମଧ୍ୟ ଭାଗ ନେବାକୁ ଯାଉଛନ୍ତି।

ପାକିସ୍ତାନ-ଚୀନ ସହ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାଗ ନେବନି ଭାରତ !

author img

By

Published : Aug 29, 2020, 9:52 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହ ଜାରି ବିବାଦର ପୃଷ୍ଠଭୂମିରେ ଭାରତ ଏକ ବଡ ନିଷ୍ପତ୍ତି ନେଇଛି। ଋଷରେ ଆୟୋଜିତ ହେବାକୁ ଥିବା ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ଜଣାପଡିଛି । ଏହି ସୈନ୍ୟ ଅଭ୍ୟାସରେ ଚୀନ ବ୍ୟତୀତ ପାକିସ୍ତାନର ସେନା ମଧ୍ୟ ଭାଗ ନେବାକୁ ଯାଉଛନ୍ତି । ତେବେ ଏହି ନିଷ୍ପତ୍ତି ବିଷୟରେ ଭାରତ ଖୁବ ଶୀଘ୍ର ଋଷକୁ ଅବଗତ କରାଇବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ଏହି ସାମରିକ ଅଭ୍ୟାସର ନାମ କଭକାଜ -2020 ରଖାଯାଇଛି । ଏହାପୂର୍ବରୁ ଖବର ଆସିଥିଲା ​​ଯେ ଭାରତ ଏହି ବହୁପକ୍ଷୀୟ ସାମରିକ ଅଭ୍ୟାସରେ ଯୋଗଦେବା ପାଇଁ ତିନି ସେନାର ଏକ ଦଳକୁ ଋଷ ପଠାଇବ । ଯେଉଁଠି ଚୀନ, ପାକିସ୍ଥାନ ସମେତ ଏସସିଓର ଆଉ କିଛି ସଦସ୍ୟ ଦେଶ ଯୋଗଦେବେ। ତେବେ ବର୍ତ୍ତମାନ ଭାରତ ଏଥିରୁ ପ୍ରତ୍ୟାହାର କରିବ ବୋଲି ଆଲୋଚନା ହେଉଛି ।

ତେବେ ଏହା ପଛର ଗୋଟିଏ କାରଣ କୋରୋନା ବୋଲି ବିଶ୍ବାସ କରାଯାଉଛି । ଭାରତରେ ପ୍ରତିଦିନ 70 ହଜାରରୁ ଅଧିକ କୋରୋନା ସଂକ୍ରମଣ ମାମଲା ଦେଖିବାକୁ ମିଳୁଛି। ବିଶ୍ବରେ କୋରୋନାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ଋଷର ଆଷ୍ଟ୍ରାଖାନ ଅଞ୍ଚଳରେ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ଭାଗ ନନେବାକୁ ଭାରତୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ।

ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ସାଉଥ ବ୍ଲକରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ। ଚୀନ ଏବଂ ପାକିସ୍ତାନୀ ସୈନିକମାନେ ଉପସ୍ଥିତ ଥିବା ଏଭଳି ବହୁପକ୍ଷୀୟ ବୈଠକରେ ଯୋଗଦେବା ଅନୁଚିତ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଆସନ୍ତା ସପ୍ତାହରେ ଋଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ସେଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବେ । ସରକାରୀ ସୂତ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା ଦୃଷ୍ଟିକୋଣ ଏବଂ ଭୂ-ରଣନୈତିକ ଘଟଣାକ୍ରମ ଉପରେ ଆଲୋଚନା କରାଯାଇପାରେ । ତେବେ ଏସସିଓ ପ୍ରତିରକ୍ଷା ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଏହାର ଦୁଇ ସଦସ୍ୟ ଦେଶ ଭାରତ ଏବଂ ଚୀନ ପୂର୍ବ ଲଦାଖରେ ମୁହାଁମୁହିଁ ହୋଇଛନ୍ତି ।

ସୂତ୍ରରୁ ଜଣାପଡିଛି ଯେ, ପାଜନାଥ ସିଂ ସେପ୍ଟେମ୍ବର 3 ରେ ମସ୍କୋ ଯାଇପାରନ୍ତି ଏବଂ ଏହାର ଦିନକ ପରେ ସେପ୍ଟେମ୍ବର 4ରେ ସମ୍ମିଳନୀରେ ଯୋଗ ଦେଇପାରନ୍ତି । ଜୁନ୍ ମାସ ପରେ ଏହା ସିଂଙ୍କ ଦ୍ବିତୀୟ ଋଷ ଗସ୍ତ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.