ETV Bharat / bharat

ସଂକ୍ରମିତ ମାମଲାରେ ବ୍ରିଟେନକୁ ଟପି ଟପ-4ରେ ଭାରତ

author img

By

Published : Jun 12, 2020, 7:05 AM IST

Updated : Jun 12, 2020, 8:05 AM IST

ଦେଶରେ କୋରୋନା ମାମଲା ସାଙ୍ଘାତିକ ଭାବେ ବଢିବାରେ ଲାଗିଛି । ଗତ 2 ସପ୍ତାହ ମଧ୍ୟରେ ଭାରତ 3 ଟି ଦେଶକୁ ସଂକ୍ରମିତ ମାମଲାରେ ଟପି ଯାଇଛି । ଅଧିକ ପଢନ୍ତୁ...

ସଂକ୍ରମିତ ମାମଲାରେ ବ୍ରିଟେନକୁ ଟପି ଟପ-4ରେ ଭାରତ
ସଂକ୍ରମିତ ମାମଲାରେ ବ୍ରିଟେନକୁ ଟପି ଟପ-4ରେ ଭାରତ

ନୂଆଦିଲ୍ଲୀ ଦେଶରେ ଏବେ କୋରୋନା ମାମଲା ଶୋଚନୀୟ ହୋଇପଡିଛି । ସଂକ୍ରମିତ ମାମଲାରେ ୟୁରୋପୀୟ ଦେଶକୁ ଅତିକ୍ରମ କରିଛି । ଇଟାଲୀ,ସ୍ପେନ ପରେ ଏବେ ବ୍ରିଟେନକୁ ମଧ୍ୟ ପଛରେ ପକାଇଛି । ବର୍ତ୍ତମାନ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ମଧ୍ୟରେ ଭାରତ ସ୍ଥାନ 4ରେ ପହଞ୍ଚିଛି । ଦେଶରେ ଏବେ ମୋଟ ସଂକ୍ରମିତ ମାମଲା 2 ଲକ୍ଷ 97 ହଜାର 205ରେ ପହଞ୍ଚିଛି ।

ଦେଶର କ୍ରମାଗତ ସପ୍ତମ ଥର ଲାଗି ସଂକ୍ରମିତ ମାମଲା 9 ହଜାର ଉପରେ ରେକର୍ଡ କରାଯାଉଛି । ମୃତ୍ୟୁ ସଂଖ୍ୟା ପ୍ରଥମ ଥର ଲାଗି 3ଶହ ଉପରେ ରହିଛି । ତେବେ ବିଶ୍ବର ସର୍ବାଧିକ ମାମଲାରେ ବର୍ତ୍ତମାନ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷରେ ଏବେ ବି ଆମେରିକା(20ଲକ୍ଷ 22 ହଜାର 488) ରହିଛି । ତା ପଛକୁ ବ୍ରାଜିଲ( 8ଲକ୍ଷ 2 ହଜାର 828 ରହିଛି ) ରୁଷ( 5 ଲକ୍ଷ 1,800) ସଂକ୍ରମିତ ମାମଲା ଚିହ୍ନଟ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଗୁରୁବାର ଗୋଟିଏ ଦିନରେ 9996 ଆକ୍ରାନ୍ତ ଚିହ୍ନଟ ହେବା ସହ 357 ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ସଂକ୍ରମିତ ମାମଲା 2 ଲକ୍ଷ 87 ହଜାର 759ରେ ପହଞ୍ଚିଛି । ଦେଶରେ ମୋଟ ମୃତ୍ଯୁ ସଂଖ୍ୟା 8 ହଜାର 102ରେ ପହଞ୍ଚିଛି । ସକ୍ରିୟ ମାମଲା 1 ଲକ୍ଷ 37 ହଜାର 448 ରହିବା ସହ 1 ଲକ୍ଷ 41 ହଜାର 028 ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ମୋଟ ମୃତ୍ୟୁ ସଂଖ୍ୟାରୁ ସର୍ବାଧିକ ମହାରାଷ୍ଟ୍ରରେ 3 ହଜାର 438 ରହିଥିବାବେଳେ ଗୁଜରାଟରେ 1347, ଦିଲ୍ଲୀରେ 984, ମଧ୍ୟପ୍ରଦେଶରେ 427 ରହିଛି । ସେହିପରି ସର୍ବାଧିକ ସଂକ୍ରମିତ ମାମଲାରେ 94 ହଜାର 041ର ସହ ମହାରାଷ୍ଟ୍ର ଆଗୁଆ ରହିଛି । ତାମିଲନାଡୁରେ ସର୍ବାଧିକ 36 ହଜାର 841 ରହିବା ସହ ତା ପଛକୁ ଦିଲ୍ଲୀରେ 32 ହଜାର 810 , ଗୁଜରାଟରେ 21 ହଜାର 521 ରହିଛି । ଉତ୍ତରପ୍ରଦେଶରେ 11 ହଜାର 619 ସହ ରାଜସ୍ଥାନରେ 11 ହଜାର 600 କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ମଧ୍ୟପ୍ରଦେଶରେ 10 ହଜାର 049 , ପଶ୍ଚିମବଙ୍ଗରେ 9 ହଜାର 328, କର୍ଣ୍ଣାଟକରେ 6,041, ବିହାରରେ 5710, ହରିୟାଣାରେ 5579, ଆନ୍ଧ୍ରପ୍ରଦେଶର 5269 ସହ ଜମ୍ମୁକାଶ୍ମୀରରେ 4509, ତେଲେଙ୍ଗାନରେ 4111, ଓଡିଶାରେ 3250, ଆସାମରେ 3 ହଜାର 092, ପଞ୍ଜାବରେ 2805, ଉତ୍ତରାଖଣ୍ଡରେ 1562, ଝାଡଖଣ୍ଡରେ 1489, ଛତିଶଗଡରେ 1262 ସଂକ୍ରମିତ ମାମଲା ଚିହ୍ନଟ ହୋଇଛି ।

Last Updated : Jun 12, 2020, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.