ETV Bharat / bharat

ଜମ୍ମୁ କାଶ୍ମୀରରୁ କନ୍ୟାକୁମାରୀ: କୂଳଭୂଷଣଙ୍କ ପାଇଁ ଏକାଠି ଦେଶବାସୀ - Kulbhusan Yadav

ନେଦରଲ୍ୟାଣ୍ଡସ୍ଥିତ ଅନ୍ତର୍ଜାତୀୟ କୋର୍ଟରେ ଆଜି କୂଳଭୂଷଣ ମାମଲାର ଶୁଣାଣି ହେବ । ନିଜ ପକ୍ଷ ରଖିବେ ଭାରତ ଓ ପାକିସ୍ତାନ । ତେବେ ଜିତିବା ପାଇଁ ଉଭୟ ପକ୍ଷ ପ୍ରବଳ ଉଦ୍ୟମ ଜାରି ରଖିଥିବା ବେଳେ ସାରା ଦେଶବାସୀ ଆଜି କୂଳଭୂଷଣଙ୍କ ଲାଗି ଏକାଠି ହୋଇଛନ୍ତି । ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା ଓ ପ୍ରାର୍ଥନା ।

ଫାଇଲ ଫଟୋ
author img

By

Published : Jul 17, 2019, 1:12 PM IST

ନୂଆଦିଲ୍ଲୀ: କେବଳ କ୍ରିକେଟରେ ନୁହେଁ, ପାକିସ୍ତାନ ବିପକ୍ଷରେ ସବୁ ସ୍ଥାନରେ ଜିତ ହାସଲ ପାଇଁ ଏକାଠି ହେଉଛନ୍ତି ଦେଶବାସୀ । ସବୁବେଳେ ପାକିସ୍ତାନର ଛଳ ଓ କପଟକୁ ପଦାରେ ପକାଇବାକୁ ଉଦ୍ୟମ କରିଥାନ୍ତି ଭାରତବାସୀ । ଆଉ ଯେତେବେଳେ ଲଢେଇ କୌଣସି ଭାରତୀୟ ପାଇଁ ହୋଇଥାଏ ସେତେବେଳେ ତ ସାରା ଦେଶ ଏକଜୁଟ ହୋଇ ଆପ୍ରାଣ ଲଢେଇ କରିଥାଏ । ଏଭଳି ଏକ ଦୃଶ୍ୟ ଆଜି ସାରା ଦେଶରେ ଦେଖିବାକୁ ମିଳିଛି ।

ନେଦରଲ୍ୟାଣ୍ଡସ୍ଥିତ ଅନ୍ତର୍ଜାତୀୟ କୋର୍ଟରେ ଆଜି କୂଳଭୂଷଣ ମାମଲାର ଶୁଣାଣି ହେବ । ନିଜ ପକ୍ଷ ରଖିବେ ଭାରତ ଓ ପାକିସ୍ତାନ । ଶେଷରେ ନିଷ୍ପତ୍ତି ଶୁଣାଇବେ ନ୍ୟାୟାଧୀଶ । ଦୀର୍ଘ ବର୍ଷ ଧରି ଏହି ମାମଲା ଅନ୍ତର୍ଜାତୀୟ କୋର୍ଟରେ ଚାଲି ଆସୁଛି । ଆଜି ଏହାର ଫଳାଫଳ ଆସିବାର ଆଶା ରହିଛି ।

ତେବେ ଜିତିବା ପାଇଁ ଉଭୟ ପକ୍ଷ ପ୍ରବଳ ଉଦ୍ୟମ ଜାରି ରଖିଥିବାବେଳେ ସାରା ଦେଶବାସୀ ଆଜି କୂଳଭୂଷଣଙ୍କ ଲାଗି ଏକାଠି ହୋଇଛନ୍ତି । ସାରା ଦେଶରେ ଚାଲିଛି ପୂଜାର୍ଚ୍ଚନା ଓ ପ୍ରାର୍ଥନା । ବିଭିନ୍ନ ଜାଗାରେ ଲୋକେ ଯଜ୍ଞ ଓ ପୂଜା କରୁଛନ୍ତି । ଭଗବାନଙ୍କ ନିକଟରେ ପ୍ରସାଦ ଓ ଫୁଲ ଚଢାଉଛନ୍ତି । ଆକୁଳ ପ୍ରାର୍ଥନା କରୁଛନ୍ତି । ଭୋକ ଉପାସରେ ଅଧିଆ ପଡିଛନ୍ତି । ଭଗବାନଙ୍କୁ କେବଳ ଗୋଟିଏ ଅନୁରୋଧ କରୁଛନ୍ତି । କୂଳଭୂଷଣ ମୁକ୍ତି ପାଇଯାଆନ୍ତୁ । ଯାଦବଙ୍କ ମୁକ୍ତି ପାଇଁ ପୁରା ଦେଶ ଏକ ହୋଇଛି । ଜମ୍ମୁ ଓ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତେ ଏକଜୁଟ ହୋଇ ଯାଦବଙ୍କୁ ପ୍ରାର୍ଥନା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସେନା ହାତରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଧରା ପଡିଥିଲେ କୂଳଭୂଷଣ । ପାକ ସରକାର ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଇଛନ୍ତି । ହେଲେ ଭାରତ ସରକାର ଏହାକୁ ବିରୋଧ କରିବା ସହ ପାକିସ୍ତାନର ମିଛକୁ ପଦାରେ ପକାଇବାର ଚେଷ୍ଟା ଚଲାଇଛନ୍ତି । ଭାରତ ସରକାରଙ୍କ ମତରେ କୂଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ । ତାଙ୍କୁ ପାକିସ୍ତାନ ମିଛରେ ଧରି ଏହି ଅଭିଯୋଗ କରୁଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.